/odishatv-khabar/media/post_attachments/uploadimage/library/16_9/16_9_0/IMAGE_1705288514.jpg)
Dhanu yatra
ଆଜି ଠାରୁ ଦୁଲୁକିବ ବିଶ୍ୱର ସବୁଠାରୁ ବଡ଼ ରଙ୍ଗମଞ୍ଚ । ଆରମ୍ଭ ହେଉଛି ବରଗଡ଼ ପ୍ରସିଦ୍ଧ ଧନୁଯାତ୍ରା । କଂସଙ୍କ ରାଜ ଦରବାର ସମେତ ରଂଗମହଲ ଓ ବିଭିନ୍ନ ତୋରଣ କାମ ସରିଛି । ବରଗଡ଼ ଧନୁଯାତ୍ରା ଚଳିତଥର ୭୬ ବର୍ଷରେ ପଦାର୍ପଣ କରୁଛି । ଆଜି ଠାରୁ ଆରମ୍ଭ ହୋଇ ଏହା ଜାନୁଆରୀ ୨୫ ତାରିଖ ପର୍ଯ୍ୟନ୍ତ ଚାଲିବ ।
Advertisment
ଧନୁଯାତ୍ରା ପାଇଁ ହାଟପଦା ଠାରେ ମହାରାଜ କଂସଙ୍କ ପ୍ରାୟ ୯୫ଫୁଟ ଉଚ୍ଚ ଏବଂ ୪୫ଫୁଟ ଓସାର ରାଜଦରବାର ନିର୍ମାଣ ହୋଇଛି । ରଙ୍ଗ ମହଲକୁ ନୂଆ ରୂପ ଦିଆଯାଇଛି । ସେପଟେ ମଞ୍ଚ ପ୍ରସ୍ତୁତ ଥିବା ବେଳେ ଅଭିନୟ ଲାଗି କଳାକାର ମାନେ ମଧ୍ୟ ନିଜ ପ୍ରସ୍ତୁତି ସାରିଛନ୍ତି ।
ଅଧିକ ପଢ଼ନ୍ତୁ: ଧନୁଯାତ୍ରାର ପ୍ରଚ୍ଛଦପଟ ନାୟକ ଦେବାନନ୍ଦ ସାହୁ : ନିଜ ହାତରେ ତିଆରି କରୁଛନ୍ତି ଝିଲମିଲ୍ ପୋଷାକ
Advertisment
ଏଥର ବରଗଡ଼ର ପ୍ରାୟ ୭ କିଲୋମିଟର ପରିଧି ଭିତରେ ୧୪ଟି ମଂଚରେ ଧନୁଯାତ୍ରା ମହୋତ୍ସବ ଆୟୋଜିତ ହେଉଛି ।
Advertisment
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)