• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Tanmay Kumar Mahalik

ଆଜି ପବିତ୍ର ମକର ସଂକ୍ରାନ୍ତି । ଇଷ୍ଟଦେବୀଙ୍କ ଠାରେ ଲାଗି ହେବା ପରେ ଘରେ ଘରେ ଲୋକ ମକର ଚାଉଳ ଖାଇବେ । ନୂତନ ବସ୍ତ୍ର ପିନ୍ଧି ଘରର ବୟୋଜ୍ୟେଷ୍ଠ ମାନଙ୍କୁ ମୁଣ୍ଡିଆ ମାରିବେ । ଏହାପରେ ଘରେ ପ୍ରସ୍ତୁତ ଭଳିକି ଭଳି ପିଠା ସହ ମିଠା ଖାଇବାର ପରମ୍ପରା ରହିଛି । ଆଜିର ଦିନରେ ଗୁଡ଼ି ଉଡାଇବାର ମଧ୍ୟ ପରମ୍ପରା ରହିଛି, ତେବେ ସୁରକ୍ଷା ଦୃଷ୍ଟିରୁ ଗୁଡ଼ି ଉଡାଇବାବେଳେ ମାଞ୍ଜା ସୁତା କିମ୍ବା ଚାଇନିଜ୍ ସୂତା ବ୍ୟବହାର ନକରିବାକୁ ପୋଲିସ କଡ଼ା ଚେତାବନୀ ଦେଇଛି ।

ସେପଟେ କଟକ, ବାଲେଶ୍ୱର, ମୟୂରଭଂଜ ଜିଲ୍ଲାରେ ଆରମ୍ଭ ହୋଇଛି ମକର ମେଳା । ଅନ୍ୟପଟେ ଆଜି ଠାରୁ ସୂର୍ଯ୍ୟଙ୍କ ହେବ ଉତ୍ତରାୟଣ । ଧୀରେ ଧୀରେ ଦିନ ବଢିବା ସହ ରାତି କମିବ । ଦକ୍ଷିଣ ଭାରତରେ ବି ପୋଙ୍ଗଲର ମାହୋଲ ଆଜି ପୋଙ୍ଗଲର ଶେଷ ଦିନ ଥିବାରୁ ତେଲୁଗୁ ସଂପ୍ରଦାୟର ଭାଇ ଭଉଣୀ ଏହି ଦିନକୁ ଧୁମଧାମରେ ପାଳନ କରୁଛନ୍ତି । ସପରିବାର ମକର ଚାଉଳ ରାନ୍ଧିବା ସହ ପିଠା ମିଠା ଖାଇ ପର୍ବ ପାଳନ କରୁଛନ୍ତି ।

ଅଧିକ ପଢ଼ନ୍ତୁ: ମକର ସଂକ୍ରାନ୍ତିରେ କାହିଁକି ଉଡାଯାଏ ଗୁଡି; ଜାଣନ୍ତୁ ଏହା ପଛରେ ଥିବା ବିଜ୍ଞାନ

ପବିତ୍ର ମକର ସଂକ୍ରାନ୍ତି ଅବସରରେ ପୁରୀ ଶ୍ରୀମନ୍ଦିରରେ ଅନୁଷ୍ଠିତ ହେଉଅଛି ସ୍ୱତନ୍ତ୍ର ନୀତିକାନ୍ତି । ମକର ସଂକ୍ରାନ୍ତିରେ ମକରଚୌରାଶୀ ବେଶରେ ଶ୍ରଦ୍ଧାଳୁଙ୍କୁ ଦର୍ଶନ ଦେବେ ଶ୍ରୀଜିଉ । ମହାପ୍ରଭୁଙ୍କ ସର୍ବାଙ୍ଗ ନୀତି କରାଯାଇ ନୂଆ ଲୁଗା, ଚୂଳ ମାଳ ଲାଗି କରାଯାଇ ଛଅମୂର୍ତ୍ତି ଅଳଙ୍କାରରେ ଭୂଷିତ ହେବେ ଶ୍ରୀଜିଉ । ମଧ୍ୟାହ୍ନ ଧୂପ ପରେ ନଡିଆ, ଘିଅ, ମିଠା, ଦୁଧ, ସର, ଖୁଆ ଓ ଚାଉଳର ମିଶ୍ରଣରେ ପ୍ରସ୍ତୁତ ମକର ଭୋଗ ଶ୍ରୀଜିଉଙ୍କ ପାଖରେ ଲାଗି ହେବ । ଏ ଅବସରରେ ବିଭିନ୍ନ ମଠ ମନ୍ଦିର ଏବଂ ଶ୍ରୀକ୍ଷେତ୍ରର ଘରେ ଘରେ ମକର ଚାଉଳ ପ୍ରସ୍ତୁତ କରାଯାଇ ଭୋଗ ରୂପେ ଅର୍ପଣ କରିବାର ପରମ୍ପରା ରହିଛି ।

ସେପଟେ ଖୋର୍ଦ୍ଧା ଜିଲ୍ଲାର ବାଘମାରୀର ଅଟ୍ରି ଉଷ୍ମପ୍ରସବଣ ସ୍ଥିତ ହଟ୍ଟକେଶ୍ୱର ଦେବଙ୍କ ପୀଠରେ ଆଜିଠୁ ଆରମ୍ଭ ହେଉଛି ମକର ମେଳା । ମକର ସଂକ୍ରାନ୍ତି ଠାରୁ ମାସାଧିକ କାଳ ଯାଏ, ମକରମେଳା ଆୟୋଜିତ ହେବ । ଶ୍ରଦ୍ଧାଳୁଙ୍କ ଭିଡ଼କୁ ଦେଖି ଜିଲ୍ଲା ପ୍ରଶାସନ, ପୋଲିସ, ମନ୍ଦିର ଟ୍ରଷ୍ଟ ପକ୍ଷରୁ ସୁରକ୍ଷା ସହ ଶୃଙ୍ଖଳିତ ଦର୍ଶନ ପାଇଁ ବ୍ୟପକ ବ୍ୟବସ୍ଥା ହୋଇଛି । ବିଶ୍ୱାସ ରହିଛି ନିସନ୍ତାନ ନାରୀ ହଟକେଶ୍ୱର ଦେବଙ୍କ ଆର୍ଶୀବାଦରେ ସନ୍ତାନ ଲାଭ କରିଥା’ନ୍ତି । ଏଣୁ ସକାଳୁ ସକାଳୁ ଆରମ୍ଭ ହୋଇଥାଏ ମାନସିକ କୁଣ୍ଡରୁ ଗୁଆ ଖୋଜା । ହଟକେଶ୍ୱର ଦେବଙ୍କ ମାନସିକ କୁଣ୍ଡରୁ ଗୁଆ ଖୋଜିଥାନ୍ତି ନିସନ୍ତାନ ନାରୀ ।