ରାଣୀଅନ୍ତପୁରରେ ରାଣୀ ସତ୍ୟଭାମାଙ୍କ ସହ ପ୍ରେମାସକ୍ତ ଥିଲେ ଶ୍ରୀକୃଷ୍ଣ। ପୁତ୍ର ଶାମ୍ବକୁ ଦୁଆର ଜଗେଇ ଦେଇ କହିଥିଲେ, ଭିତରକୁ କାହାକୁ ଛାଡ଼ିବୁନି। ଦୁର୍ଯୋଗକୁ ଏହି ସମୟରେ ଆସିଲେ ଅଗ୍ନିବର୍ଷୀ ଋଷି ଦୁର୍ବାସା। କହିଲେ, ଶ୍ରୀକୃଷ୍ଣଙ୍କୁ ଦେଖା କରିବି, ମତେ ଭିତରକୁ ଛାଡ଼। ତା ପରେ କ'ଣ ହେଲା, ଏହି ଘଟଣାକୁ ନେଇ କେମିତି ଏକ ପରମ୍ପରା ସୃଷ୍ଟି ହୋଇଛି, ପଢ଼ନ୍ତୁ ଗବେଷିକା ସରୋଜିନୀ ଶଙ୍ଖୁଆଙ୍କର ଏହି ନିବନ୍ଧ।
ପୌଷ ଶୁକ୍ଳ ଦଶମୀ ଦିନ ଶାମ୍ବ ଦଶମୀ ପାଳନ କରାଯାଏ। ଶାମ୍ବ ଦଶମୀ ହେଉଛି ସୂର୍ଯ୍ୟପୂଜାର ପର୍ବ। ଏହାକୁ ପାଳନ କରିବା ପଛରେ କ’ଣ ରହିଛି ପୌରାଣିକ ମତ ଆସନ୍ତୁ ଜାଣିବା।
ଦ୍ଵାପର ଯୁଗରେ କୃଷ୍ଣଣାଙ୍କ ପୁତ୍ର ଶାମ୍ବ ନିଜ ପିତାଙ୍କ ଶ୍ରାପ ଜନିତ ବ୍ୟାଧିରୂ ମୁକ୍ତି ପାଇଁ ତତ୍କାଳୀନ ମୈତ୍ରେୟ ମୁନୀଙ୍କ ଆଶ୍ରମ ମାୟୀତ୍ରାକ୍ଷ ବନରେ ସୂର୍ଯ୍ୟ ଉପାସନା କରି ଆଜିର ପବିତ୍ର ଦିନରେ ଚନ୍ଦର୍ଭାଗା ନଦୀରେ ସ୍ନାନ କଳା ବେଳେ ସୂର୍ଯ୍ୟ ଭାଗବାନଙ୍କ ମଣି ବିଗ୍ରାହ ମୂର୍ତ୍ତି ପ୍ରାପ୍ତ ହେବା ସହ ବ୍ୟାଧି ମୁକ୍ତ ହୋଇଥିଲେ।