• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Festivals & Events Updates

Karthika Purnima
କଟକଣା ଭିତରେ କାର୍ତ୍ତିକ ପୂର୍ଣ୍ଣିମା ଓ ଡଙ୍ଗା ଭସାଣ

କରୋନା ମହାମାରୀ ପାଇଁ ଗଲା ଦୁଇ ବର୍ଷ ଧରି ଫିକା ପଡ଼ିଛି କାର୍ତ୍ତିକ ପୂର୍ଣ୍ଣିମା ଉତ୍ସବ । ଫଳରେ କଟକ, ପାରାଦୀପ କିମ୍ବା ରାଜଧାନୀରେ ବାଲିଯାତ୍ରା ଉତ୍ସବ ଆୟୋଜନ ହୋଇପାରୁନଥିବାରୁ ନିରସ ଓ ନିରାଡ଼ମ୍ବର ହୋଇପଡ଼ିଛି ରଙ୍ଗାରଙ୍ଗ କାର୍ତ୍ତିକ ପୂର୍ଣ୍ଣିମା ଉତ୍ସବ ।

Festivities Spark
କାର୍ତ୍ତିକ ମାସର ଡଙ୍ଗାଭସାକୁ ଟିକେ ମାଡ଼ କରିଦେଲା କରୋନା।

କାର୍ତ୍ତିକ ମାସର ଡଙ୍ଗାଭସାକୁ ଟିକେ ମାଡ଼ କରିଦେଲା କରୋନା। ତଥାପି ଲୋକେ ଡଙ୍ଗା ଭସାଇଛନ୍ତି... ଦେଖନ୍ତୁ କେମିତି

Devotees In Puri Dip In Religious Fervour On Kartik Purnima
ମହୋଦଧିରେ ମନ ଖୋଲି ନାଚିଲେ ମହିଳା

ଆଜି କାର୍ତ୍ତିକ ମାସର ଶେଷ ଦିନ । ଏଥିପାଇଁ ମହୋଦଧିରେ ଜମିଛି ଶ୍ରଦ୍ଧାଳୁଙ୍କ ଭିଡ । ଦେଖନ୍ତୁ ଏହାର ଏକ ଚିତ୍ର।

Kartika Purnima | Srimandir Out Of Bounds For Devotees Due To Covid-19 Imposed Restrictions
ପରମ୍ପରାକୁ ମନେପକାଇ ପୁରୀ ଲୋକେ ଭସାଇଲେ ଡଙ୍ଗା

ଆଜି ଧର୍ମ ମାସର ଶେଷ ଦିନ କାର୍ତ୍ତିକ ପୂର୍ଣ୍ଣିମା । କୋଭିଡ କଟକଣା ସତ୍ତ୍ୱେ ପୁରୁଣା ପରମ୍ପରାକୁ ମନେପକାଇ ବିଭିନ୍ନ ଜଳାଶୟରେ ଡଙ୍ଗା ଭସାଣ କରିଛନ୍ତି ଶ୍ରଦ୍ଧାଳୁ । ଏ ସଂପର୍କରେ ପୁରୀରୁ ଅଧିକ ଆଲୋଚନା କରିଛିନ୍ତି ପୁରୀ ବ୍ୟୁରୋ ଚିଫ୍ ପ୍ରଦୀପ ମହାନ୍ତି ...।

Kartika Purnima | People Sail Miniature Boats At Bindusagar Despite Covid-19 Imposed Restrictions
କୋଭିଡ୍ କଟକଣାକୁ ନ ମାନି ଡଙ୍ଗା ଭସାଇଲେ ଭୁବନେଶ୍ୱର ଲୋକେ

ବିଏମସିର କଟକଣା ସତ୍ତ୍ୱେ କାର୍ତ୍ତିକ ପୂର୍ଣ୍ଣିମାରେ ରାଜଧାନୀର ବିଭିନ୍ନ ଜଳାଶୟରେ ଶ୍ରଦ୍ଧାଳୁମାନେ ବୋଇତ ବନ୍ଦାଣ କରିଥିବା ଦେଖିବାକୁ ମିଳିଛି। ଦେଖନ୍ତୁ ସେହି ଦୃଶ୍ୟ...

Dhabaleswar Temple
ବାବା ଧବଳେଶ୍ୱରଙ୍କ ନିକଟରେ ଲାଗି ହେଲା ଗଜ ଭୋଗ

ବହୁ ପ୍ରତୀକ୍ଷାର ଅନ୍ତ ପରେ ବାବା ଧବଳେଶ୍ୱରଙ୍କ ପାଖରେ ଲାଗିହେଲା ପ୍ରସିଦ୍ଧ ଗଜ ଭୋଗ । ରାତ୍ର ଗୋଟାଏରୁ ନୀତି କାନ୍ତି ଆରମ୍ଭ ହୋଇ ମଙ୍ଗଳାଆଳତୀ ପରେ ମହାନଦୀରୁ ୧୦୮ ସୁବାଷିତ ଜଳ ରେ ସ୍ନାନ କରା ଯାଇ ଖେଚୁଡି ଭୋଗ କରାଯାଇଥିଲା ।

Bada Osha
ଲାଗି ହେଲା ପ୍ରସିଦ୍ଧ ଗଜଭୋଗ

ବହୁ ପ୍ରତିକ୍ଷାର ଅନ୍ତ ପରେ ବାବା ଧବଳେଶ୍ୱରଙ୍କ ପାଖରେ ଲାଗିହେଲା ପ୍ରସିଦ୍ଧ ଗଜ ଭୋଗ । ବଡସିଂହାର ବେଶରେ ସୁସଜ୍ଜିତ କରାଯାଇ ମହାଦେବଙ୍କ ନିକଟରେ ବିଶ୍ୱପ୍ରସିଦ୍ଧ ଗଜଭୋଗ ଲାଗି କରାଯାଇଥିଲା।

Panchaka Brata Begins In Odisha | Bada Ekadashi At Puri Jagannath Temple Today
ଆଜିଠୁ ପଞ୍ଚୁକ ବ୍ରତ

ଆଜିଠୁ ଆରମ୍ଭ ହେଲା ପଞ୍ଚୁକ ବ୍ରତ । ଧାର୍ମିକ ମାସର ପୁଣ୍ୟ ତିଥିର ପାଞ୍ଚ ଦିନ । ହବିଷ ଖାଇ ନିଷ୍ଠାର ସହ ବ୍ରତ ପାଳନ କରିବେ ହବିଷିଆଳି ।

Bali Yatra
କଟକ ପରେ ଭୁବନେଶ୍ୱରରେ ବାଲିଯାତ୍ରାକୁ ନା

କଟକ ପରେ ଭୁବନେଶ୍ୱରରେ ବାଲିଯାତ୍ରାକୁ ନା। କମିଶନରେଟ ପୋଲିସ ପକ୍ଷରୁ ଭୁବନେଶ୍ୱର ବାଲିଯାତ୍ରାକୁ ଅନୁମତି ପ୍ରଦାନ କରାଯାଇ ନାହିଁ। 

Puri Jagannath Temple To Remain Out Of Bounds For Devotees For 2 Days
ଦୁଇ ଦିନ ବନ୍ଦ ରହିବ ଶ୍ରୀମନ୍ଦିର

ଦୁଇ ଦିନ ଜଗା ଦର୍ଶନ ବନ୍ଦ। ଆଜି ଓ ଆସନ୍ତାକାଲି ଶ୍ରଦ୍ଧାଳୁଙ୍କ ପାଇଁ ପୁରୀ ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ଦର୍ଶନ ବନ୍ଦ ରହିବ। ଆଜି ଶ୍ରୀମନ୍ଦିରରେ ସାନିଟାଇଜ୍‌ ହେବାକୁ ଥିବାବେଳେ କାଲି ବଡ଼ ଏକାଦଶୀ ପଡ଼ୁଛି।

Lord Jagannath
ଆଜି ଓ ଆସନ୍ତାକାଲି ଶ୍ରୀଜିଉଙ୍କୁ ଦର୍ଶନ କରିପାରିବେନି ଶ୍ରଦ୍ଧାଳୁ

ଆଜି ଓ ଆସନ୍ତାକାଲି ଶ୍ରଦ୍ଧାଳୁଙ୍କ ପାଇଁ ପୁରୀ ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ଦର୍ଶନ ବନ୍ଦ ରହିବ। ଏହି ୨ ଦିନ ମହାପ୍ରଭୁଙ୍କୁ ଦର୍ଶନ କରିପାରିବେନି ଶ୍ରଦ୍ଧାଳୁ। ଭିଡ଼ ଆଶଙ୍କାରେ ମନ୍ଦିର ପ୍ରଶାସନ ପକ୍ଷରୁ ଏଭଳି ନିଷ୍ପତ୍ତି ନିଆଯାଇଛି। 

 Lord Mahadev
ମହାଦେବଙ୍କ ତୃତୀୟ ନେତ୍ରର ରହସ୍ୟ କ’ଣ ?

ଏବେ ଚାଲିଛି ଧର୍ମର ମାସ କାର୍ତ୍ତିକ ମାସ । ହିନ୍ଦୁ ଧର୍ମ ଅନୁଯାୟୀ ଏହି ମାସରେ ଭଗବାନ ଶିବଙ୍କର ଦର୍ଶନ କରିଲେ ମୋକ୍ଷ ପ୍ରାପ୍ତି ହୋଇଥାଏ । ତେବେ ପୁରାଣ ଓ ଶାସ୍ତ୍ରରେ ଭଗବାନ ଶିବଙ୍କୁ ନେଇ ରହିଛି ଅନେକ ଗାଥା ଓ କଥା । ଭଗବାନ ଶିବଙ୍କୁ ନେଇ ଅନେକ ରହସ୍ୟ ରହିଛି ଯାହା ଆପଣଙ୍କୁ ଆଶ୍ଚର୍ଯ୍ୟ ଲାଗିପାରେ । ଜାଣିବା ଭଗବାନ ଶିବଙ୍କର ତୃତୀୟ ନୟନର କଣ ରହିଛି ରହସ୍ୟ...

  • Saturday, 13 November 2021
baliyatra closed even this year
ଏବର୍ଷ ବି ବାଲିଯାତ୍ରା ବନ୍ଦ

ବାଲି ଯାତ୍ରାରେ ବ୍ୟବସାୟ କରି ଭଲ ଦି ପଇସା ପାଇବା ଆଶାରେ ଥିବା ଛୋଟ ବଡ଼ ବେପାରୀ ଏଥର ବି ନିରାଶ ହୋଇଛନ୍ତି । କାରଣ ମହାମାରୀ କରୋନା ଯୋଗୁଁ ଏଥର ବି ବାଲିଯାତ୍ରା ଆୟୋଜନକୁ ସ୍ଥାନୀୟ ପ୍ରଶାସନ ପକ୍ଷରୁ ମନା କରାଯାଇଛି ।

Balijatra
ଏଥର ବି ନିରାଶ ବ୍ୟବସାୟୀ, କଟକ ବାଲିଯାତ୍ରା ଆୟୋଜନକୁ ନା..

ବାଲି ଯାତ୍ରାରେ ବ୍ୟବସାୟ କରି ଭଲ ଦି ପଇସା ପାଇବା ଆଶାରେ ଥିବା ଛୋଟ ବଡ଼ ବେପାରୀ ଏଥର ବି ନିରାଶ ହୋଇଛନ୍ତି । କାରଣ ମହାମାରୀ କରୋନା ଯୋଗୁଁ ଏଥର ବି ବାଲିଯାତ୍ରା ଆୟୋଜନକୁ ସ୍ଥାନୀୟ ପ୍ରଶାସନ ପକ୍ଷରୁ ମନା କରାଯାଇଛି ।

  • Tuesday, 09 November 2021
cow dung festival
ତାମିଲନାଡୁରେ ପାଳନ ହେଲା ଗୋରେହାବା ଉତ୍ସବ

ସ୍ପେନ୍‌ର ଟୋମାଟିନୋ ଉତ୍ସବ ସଦୃଶ ତାମିଲନାଡୁର ଗୁମଟପୁରାରେ ପାଳନ ହୋଇଛି ଗୋରେହାବା ଉତ୍ସବ । ପରସ୍ପରକୁ ଗୋବର ଫିଙ୍ଗି ଗୋରେହାବା ଉତ୍ସବ ପାଳନ କରୁଛନ୍ତି ଲୋକମାନେ । ଦୀପାବଳି ଅବସରରେ ଏହି ଉତ୍ସବ ପାଳନ କରିବାର ପରମ୍ପରା ରହିଥିବାର ଦେଖିବାକୁ ମିଳିଛି । ତେବେ ଏହି ଉତ୍ସବର କିଛି ଭିଡିଓ ଏବେ ବେଶ ଭାଇରାଲ ହେବାରେ ଲାଗିଛି ।

Bhadrak Kali Puja
ଭଦ୍ରକରେ ମାଆ ଭଦ୍ରକାଳୀଙ୍କୁ ଆଜି ବେଦମାତା ରୂପରେ କରାଯାଉଛି ପୂଜା। ଜାଣନ୍ତୁ ଏହାର ମହତ୍ୱ...

କରୋନା କଟକଣା ମଧ୍ୟରେ ମାଆ କାଳୀଙ୍କର ଚାଲିଛି ପୂଜାର୍ଚ୍ଚନା। ଆଜି ଆଦୀ ମାତା ରୂପରେ ପୂଜା ପାଉଛନ୍ତି ମାଆ ଭଦ୍ରକାଳୀ

7th class boy Conducts Paya Shradha Rituals
ସପ୍ତମ ଶ୍ରେଣୀରେ ପଢୁଛନ୍ତି, ପିଣ୍ତଦାନ କରି ଶ୍ରଦ୍ଧାଳୁଙ୍କୁ ଆଶୀର୍ବାଦ ଦେଉଛନ୍ତି

ପ୍ରଦୂଷଣ ବୃଦ୍ଧି, କୋଭିଡ୍ କଟକଣା ଉଲ୍ଲଙ୍ଘନ ଆଶଙ୍କାରେ ସିଂହଦ୍ୱାର ଓ ଶ୍ରୀମନ୍ଦିର ଚତୁର୍ପାର୍ଶ୍ୱରେ ୧୪୪ ଧାରା ଲାଗୁ କରାଯାଇଛି । ତେବେ ଏହାରି ମଧ୍ୟରେ ୭ମ ଶ୍ରେଣୀରେ ପଢୁଥିବା ଏକ କୁନି ନନା ବଡ଼ ବଡ଼ ଶ୍ଲୋକ ଅନର୍ଗଳ ବୋଲିଚାଲିଛନ୍ତି । ଲୋକଙ୍କ ପୟା ଶ୍ରାଦ୍ଧ କରାଉଛନ୍ତି ଆଉ ଆଶୀର୍ବାଦ ମଧ୍ୟ ଦେଉଛନ୍ତି । ବଡ଼ ହେଲେ ସେ ଜଣେ ପଣ୍ଡିତ ହେବାକୁ ଚାହାନ୍ତି ବୋଲି କହିଛନ୍ତି ।

kali puja
ଭଦ୍ରକ ଓ ଯାଜପୁରରେ ଚାଲିଛି ଗଣପର୍ବ କାଳୀପୂଜା : କରୋନା କଟକଣାରେ ପୂଜା ପାଉଛନ୍ତି ମା’

ବିନା ଭକ୍ତରେ ଏଥର ବିଭିନ୍ନ ମଣ୍ଡପରେ ପୂଜା ପାଉଛନ୍ତି ମାଆ ଶ୍ୟାମାକାଳୀ। ଭକ୍ତଙ୍କର ନାହିଁ କୋଳାହଳ, ପ୍ରଶାସନର ନିୟମ ଅନୁସାରେ ଚାଲିଛି ପୂଜାର୍ଚ୍ଚନା

Ayodhya
ଇତିହାସ ରଚିବ ରାମଜନ୍ମଭୂମୀ। ଦୀପାବଳିରେ ଏକା ସାଙ୍ଗରେ ପ୍ରଜ୍ୱଳିତ ହେବ ୯ ଲକ୍ଷ ଦୀପ

ପାଖେଇ ଆସୁଛି ଦୀପାବଳୀ । ଉତ୍ସବମୁଖର ହୋଇଉଠିଛି ସାରା ଭାରତ । ରାଜ୍ୟର ବିଭିନ୍ନ ସ୍ଥାନରେ ଦିପାବଳି ନେଇ ଅନେକ କାର୍ଯ୍ୟକ୍ରମର ଆୟୋଜନ କରାଯାଉଛି ।ତେବେ ଉତ୍ତରପ୍ରଦେଶ ସରକାରଙ୍କ ପକ୍ଷରୁ ଅଯୋଧ୍ୟାର ସରାୟୁ ନଦୀକୂଳରେ ଆସନ୍ତାକାଲି ୯ ଲକ୍ଷ ମାଟି ଦୀପ ଜଳାଯିବା ନେଇ ଯୋଜନା କରାଯାଇଛି ।

Toy Sweets in Cttack
ଆସ ଖାଇବା ମନଲୋଭା ହାତୀ-ଘୋଡ଼ା ମିଠା

ଆଗକୁ ଆସୁଛି ଆଲୋକର ପର୍ବ ଦୀପାବଳି। ବାଣ ଫୁଟାଇ ମିଠା ଖାଇ ଦୀପାବଳି ପାଳିଥାଆନ୍ତି ସମସ୍ତେ। ବଜାରରେ ଏବେ ବିଭିନ୍ନ ଭେରାଇଟର ମିଠା ମିଳୁଥିବା ବେଳେ ପାରଂପରିକ ଖେଳନା ମିଠାକୁ ବି କେହି ଭୁଲି ନାହାନ୍ତି। ଦୀପାବଳି ଆସିଲେ ଏହା ଖୋଜା ପଡ଼ୁଥିବାରୁ କଟକର କିଛି ଦୋକାନରେ ଏବେଠୁ ପ୍ରସ୍ତୁତ ହେଲାଣି ଖେଳଣା ମିଠା।

sugar syrup candies
ଆଜି ବି ଅଛି ଖେଳଣା ମିଠା

ଏବେ ବି ମିଳୁଛି ପାରଂପରିକ ଖେଳଣା ମିଠା । କଟକ ଖାନନଗରରେ ଚାଲିଛି ଖେଳଣା ମିଠା ପ୍ରସ୍ତୁତି । ଦୀପାବଳିରେ ଖେଳଣା ମିଠାର ରହିଛି ଚାହିଦା । ବିଭିନ୍ନ ପଶୁ ପକ୍ଷୀଙ୍କ ଆକୃତିରେ ତିଆରି ହେଉଛି ମିଠା

kali puja
ଚୂଡ଼ାନ୍ତ ପର୍ଯ୍ୟାୟରେ ଭଦ୍ରକ କାଳୀପୂଜା ପ୍ରସ୍ତୁତି : ବିନା ଭକ୍ତରେ ୭ଜଣ ସେବାୟତରେ ମାଆଙ୍କ ପୂଜା ପାଇଁ ନିଷ୍ପତ୍ତି

ଭଦ୍ରକର ଅଧିଷ୍ଠାତ୍ରୀ ଦେବୀ ମାଆ ଭଦ୍ରକାଳୀଙ୍କ ପୀଠରେ ମାଆଙ୍କୁ ପୂଜାର୍ଚ୍ଚନା ପାଇଁ ଟ୍ରଷ୍ଟ ପକ୍ଷରୁ କୋଭିଡ କଟକଣା ଭିତରେ ସମସ୍ତ ପ୍ରକାର ଆୟୋଜନ କରାଯାଇଛି । ମାଆଙ୍କ ପୀଠରେ କାଳୀପୂଜା ଅବସରରେ ସପ୍ତଦିବସ ବ୍ୟାପି ସପ୍ତମାତୃକା ବେଶରେ ମାଆ ଭଦ୍ରକାଳୀଙ୍କୁ ପୂଜାର୍ଚ୍ଚନା କରାଯିବା ସହ ମନ୍ଦିର ପରିସରରେ ବିଶ୍ୱଶାନ୍ତି ମହାଯଜ୍ଞ ଅନୁଷ୍ଠିତ ହେବ

Dhanteras
ଧନତେରାସରେ କିଣନ୍ତୁ ଏହି ସବୁ ଜିନିଷ,ସନ୍ତୁଷ୍ଟ ହେବେ ମାଆ ଲକ୍ଷ୍ମୀ

କାର୍ତ୍ତିକ ମାସର କୃଷ୍ଣ ପକ୍ଷ ତ୍ରୟୋଦଶୀକୁ ଧନତେରସ ପର୍ବ ଭାବରେ ପାଳନ କରାଯାଏ । ଏହି ଦିନ ଧନର ଦେବତା କୁବେର, ମାଆ ଲକ୍ଷ୍ମୀ, ଧନଭନ୍ତରୀ ଏବଂ ଯମରାଜଙ୍କୁ ପୂଜା କରାଯାଏ । ବିଶ୍ୱାସ କରାଯାଏ ଯେ ଏହି ଦିନ କିଛି ଜିନିଷ କ୍ରୟ କଲେ ଶୁଭପ୍ରଦ ହୋଇଥାଏ । ସୁନା, ରୂପା ଏବଂ ଘରର ବାସନ ପାଇଁ କ୍ରୟ କରିବା ସବୁଠାରୁ ଶୁଭଙ୍କର ହୋଇଥାଏ ।

Diyas Made Of Cowdung
ଖତ ଭାବେ ବ୍ୟବହାର ହେବ ଦୀପର ପାଉଁଶ

ଆଉ ଦିନ କେଇଟା ପରେ ଆଲୋକର ପର୍ବ ଦୀପାବଳି । ସେଥିପାଇଁ ଦୀପ ପ୍ରସ୍ତୁତରେ ଲାଗି ପଡିଛନ୍ତି ଗୋଟେ ପରିବାର । ପ୍ରଦୁଷଣ ମୁକ୍ତ ଦୀପାବଳୀ ପାଇଁ ନୂଆ ପ୍ରୟାସ କରିଛନ୍ତି କଟକର ରବିନ୍ଦ୍ରନାଥ ଓଝା । ମାଟି ବଦଳରେ ବୈଦ୍ୟଶାସ୍ତ୍ରରେ ଥିବା ପଞ୍ଚଗବ୍ୟ ଆଧାରରେ ପ୍ରସ୍ତୁତ ହେଉଛି ଦୀପ । ପଞ୍ଚଗବ୍ୟ ଅର୍ଥାତ ଗୋବର, ଗୋମୁତ୍ର, ଦହି, ଖୀର ଓ ଘିଅର ମିଶ୍ରଣ କରି ଦୀପ ପ୍ରସ୍ତୁତ କରୁଛନ୍ତି ରବିନ୍ଦ୍ର ଓ ତାଙ୍କ ପରିବାର ।

No demand for clay lamps
ମାଟି ଦୀପର ନାହିଁ ଚାହିଦା: ବୁଡ଼ିବାକୁ ବସିଲାଣି କୌଳିକ ବୃତ୍ତି

ଦୀପାବଳୀରେ ଆଜିକାଲି ପ୍ଲାଷ୍ଟିକ ଦୀପ ଓ ଲିଚୁ ଲାଇଟ୍ ବହୁଳ ବ୍ୟବହାର ବୃଦ୍ଧି ପାଉଛି । ଧୀରେ ଧରେ କମୁଛି ମାଟି ଦୀପର ଚାହିଦା । ଏଥିପାଇଁ ଆସ୍ତେ ଆସ୍ତେ କୁମ୍ଭକାର ପରିବାରର କୌଳିକ ବ୍ୟବସାୟ ବୁଡିବାକୁ ବସିଲାଣି । ହେଲେ ରାଜ୍ୟର ବିଭିନ୍ନ ଜିଲ୍ଲାରେ ରହୁଥିବା ହାତ ଗଣତି କୁମ୍ଭକାର ପରିବାର କୌଳିକ ବୃତ୍ତି ବଞ୍ଚାଇ ରଖିବାକୁ ପ୍ରୟାସ କରୁଛନ୍ତି ।