କରୋନା କଟକଣା କୋହଳ ହେବା ପରେ ଏଥର ଇଦ୍ ଜୋରସୋରରେ ପାଳନ କରୁଛନ୍ତି ଲୋକେ।
ଅକ୍ଷୟ ତୃତୀୟାରେ ଆଜି ବିଶ୍ୱପ୍ରସିଦ୍ଧ ରଥଯାତ୍ରା ପାଇଁ ରଥ ନିର୍ମାଣ ଅନୁକୂଳ ହେବ।
ଓଡ଼ିଆ ପରମ୍ପରାରେ ଅକ୍ଷୟ ତୃତୀୟାର ବେଶ ମହତ୍ୱ ରହିଛି। କୃଷକ ଜମିରେ ପହଞ୍ଚି ଧରିତ୍ରୀ ଦେବୀ ଓ ଲକ୍ଷ୍ମୀ ଠାକୁରାଣୀଙ୍କ ଉଦ୍ଦେଶ୍ୟରେ ଭୋଗ, ନୈବେଦ୍ୟ ଅର୍ପଣ କରି ଲଙ୍ଗଳ ଚଳାଏ।
ଆସନ୍ତାକାଲି ପବିତ୍ର ଅକ୍ଷୟ ତୃତୀୟା । ପୁରୀରେ ମହାପ୍ରଭୁଙ୍କ ଚନ୍ଦନଯାତ୍ରା ପାଇଁ ପ୍ରସ୍ତୁତି ଆରମ୍ଭ ହେବ ।
ବୈଶାଖ ମାସର ଶୁକ୍ଳପକ୍ଷର ତୃତୀୟା ତିଥିକୁ ଅକ୍ଷୟା ତୃତୀୟା ଭାବେ ପାଳନ କରାଯାଏ। ଏହିଦିନ କ୍ଷେତରେ ଲକ୍ଷ୍ମୀ ଠାକୁରାଣୀଙ୍କୁ ପୂଜା କରାଯାଇ ବିହନ ବୁଣାଯାଏ। ଏଥି ତିଥିକୁ ବ୍ରତଭାବେ ପାଳନ କଲେ କ’ଣ ହୁଏ ଆସନ୍ତୁ ଜାଣିବା।
କୃଷିର ପର୍ବ ଅକ୍ଷୟ ତୃତୀୟା। ଏହିଦିନଟି ଓଡିଶାର ସଂସ୍କୃତି ସହିତ ମଧ୍ୟ ଓତଃପ୍ରୋତ ଭାବେ ଜଡିତ। ଜଗନ୍ନାଥ ସଂସ୍କୃତିରେ ଏହାର ଅନେକ ଉଦାହରଣ ରହିଛି। ତେବେ ଏହା କିପରି ଜଗନ୍ନାଥ ସଂସ୍କୃତିରେ ରହିଛି ଆସନ୍ତୁ ଜାଣିବା।
ସଫଳତା ଏବଂ ସମୃଦ୍ଧି ବିଷୟରେ ଆଲୋଚନା କଲେ ଅକ୍ଷୟ ତୃତୀୟାର ବହୁତ ସ୍ୱତନ୍ତ୍ରତା ରହିଛି । ତେବେ ଏହି ଦିନର ମହତ୍ତ୍ୱ କ’ଣ ଏବଂ ଏହା ପଛରେ କ’ଣ ପୌରାଣିକ କାହାଣୀ ଅଛି , ଆସନ୍ତୁ ଜାଣିବା ।
ଅକ୍ଷୟ ତୃତୀୟା ଦିନ ସୁନା, ରୂପା କିମ୍ବା ଅନ୍ୟ କୌଣସି ଧାତୁ ସାମଗ୍ରୀ କିଣିବାର ପରମ୍ପରା ଅଛି। ଏହା ପଛରେ ଏକ ବିଶ୍ୱାସ ଅଛି ଯେ ଏସବୁ କିଣିବା ଏବଂ ଘରକୁ ଆଣିବା ଦ୍ୱାରା ମା’ ଲକ୍ଷ୍ମୀ ସନ୍ତୁଷ୍ଟ ହୁଅନ୍ତି।
ଅକ୍ଷୟ ତୃତୀୟା ଦିନର କ’ଣ ରହିଛି ବିଶେଷତ୍ୱ
ଶାସ୍ତ୍ର ଅନୁସାରେ, ସତ୍ୟ ଏବଂ ତ୍ରେତୟା ଯୁଗର ଆରମ୍ଭ ଅକ୍ଷୟ ତୃତୀୟାରୁ ହୋଇଥିଲା। ମା’ ମାତଙ୍ଗୀ ଦେବୀ ଏବଂ ଭଗବାନ ପର୍ଶୁରାମଙ୍କ ଅବତରଣ ମଧ୍ୟ ଅକ୍ଷୟ ତୃତୀୟାରେ ହୋଇଥିଲା ବୋଲି କେତେକ କୁହନ୍ତି।
ଉତ୍କଳର ପରିଚୟ ଓ ଶ୍ରୀଜଗନ୍ନାଥଙ୍କ ମହିମା ଉପରେ ଆଲୋଚନା କରାଯାଇଥିଲା।
ଆଜିଠୁ ସାଧାରଣ ଭକ୍ତଙ୍କ ପାଇଁ ଖୋଲିଲା ଶ୍ରୀମନ୍ଦିର ପଶ୍ଚିମ ଦ୍ୱାର। ଆଜିଠାରୁ ସିଂହଦ୍ୱାର ସହ ପଶ୍ଚିମ ଦ୍ୱାର ଦେଇ ମଧ୍ୟ ଶ୍ରୀମନ୍ଦିରରେ ପ୍ରବେଶର ସୁଯୋଗ ପାଇଛନ୍ତି ଭକ୍ତ।
ରାଜଧାନୀରେ ମନ ମୋହୁଛି ଆଦିବାସୀ ମେଳା। ଭୁବନେଶ୍ୱରର ପ୍ରଦର୍ଶନୀ ପଡ଼ିଆରେ ଆୟୋଜିତ ଏହି ମେଳାରେ ଆଦିବାସୀଙ୍କ କଳାକୃତି ଓ ଉପକରଣ ସତେ ଯେପରି ଶୋଭା ପାଉଛି। ଏହି ମେଳା ୨ ତାରିଖ ତାରିଖ ଯାଏ ଚାଲିବ।
ବିଶ୍ୱ ପ୍ରଶିଦ୍ଧ ଘୋଷଯାତ୍ରା ପାଇଁ ପୁରୀରେ ପହଞ୍ଚିଲା ରଥ କାଠ । ରଥନିର୍ମାଣ ପାଇଁ ବିଳମ୍ବିତ ରାତିରେ ୪୦ ଫୁଟିଆ ଫାସୀ କାଠ ପହଞ୍ଚିଛି ।
ଆଜି ଶ୍ରୀମନ୍ଦିରରେ ଶ୍ରୀଜିଉଙ୍କ ପଇତା ଲାଗି ନୀତି । ଏଥିପାଇଁ ଅପରାହ୍ଣ ୪ଟାରୁ ରାତି ୮ଟା ପର୍ଯ୍ୟନ୍ତ ସର୍ବସାଧାରଣ ଦର୍ଶନ ବନ୍ଦ ରହିବ।
ବିଶେଷ କରି ଆଜିର ଯୁବପିଢ଼ି ଆଧୁନିକତା ଆଡ଼କୁ ଅଗ୍ରସର ହୋଇ ସିନେମା ପଛରେ ଧାଉଁଥିଲା ବେଳେ ଲୋକାପଡା ଗାଁର ଯୁବପିଢ଼ି ନିଜର ପରମ୍ପରା, କଳା, ସଂସ୍କୃତିକୁ ଭୁଲି ନଯାଇ ଆତ୍ମୀୟତାର ସହିତ ରାମଲୀଳା ଜାରି ରଖିଛନ୍ତି
କରୋନା ମହାମାରୀର ପ୍ରକୋପ ଯୋଗୁଁ ଗତ ୨ ବର୍ଷ ଧରି ଏହି ପ୍ରସିଦ୍ଧ ଲଙ୍କାପଡ଼ି ଯାତ୍ରା ବନ୍ଦ ରହିଥିଲା । ହେଲେ ୨ ବର୍ଷ ପରେ ଏଥର ପୁଣି ଯାତ୍ରା ହେଉଥିବାରୁ ସ୍ଥାନୀୟ ଲୋକଙ୍କ ମଧ୍ୟରେ ନାହିଁ ନଥିବା ଉତ୍ସାହ ଦେଖିବାକୁ ମିଳୁଛି ।
କେଉଁଠି ପୂଜାପାଠ, ହୋମଯଜ୍ଞ ତ ଆଉ କେଉଁଠି ଛତୁଆ ସାଙ୍ଗକୁ ପଣାର ମହକ । ପୁଣି କେଉଁଠି କୁସ୍ତିକସରତ ସହ ବନାଟି, ମାଲ ଖମ୍ବ, ମେଢ଼ ନାଚର ମଉଜ । ମହାମାରୀ ପାଇଁ ଦୁଇବର୍ଷ ଧରି ଫିକା ଥିବା ଓଡ଼ିଆ ନୂଆବର୍ଷକୁ ଆଜି ଖୋଲି କି ମନେଇଛି ସାରା ରାଜ୍ୟ ।
ଆଜି ମହାବିଷୁବ ସଂକ୍ରାନ୍ତି, ଓଡ଼ିଆ ନୂଆବର୍ଷ, ତା ସାଙ୍ଗକୁ ହନୁମାନ ଜୟନ୍ତୀ । ଘରେ ଘରେ ପବିତ୍ର ପରିବେଶ । ସବୁଠି ପଣାର ମହକ । ଆଜିଠାରୁ ନୂଆ ପାଞ୍ଜି ମଧ୍ୟ ପ୍ରଚଳନ ହୋଇଛି ।
ଓଡ଼ିଆ ପଞ୍ଜିକାର ଗଣନା ଅନୁସାରେ ମହାବିଷୁବ ସଂକ୍ରାନ୍ତି ହିଁ ବର୍ଷର ପ୍ରଥମ ସଂକ୍ରାନ୍ତି ଭାବରେ ଗ୍ରହଣ କରାଯାଏ। ଏହି ଦିନଟିକୁ ଓଡ଼ିଆ ନବବର୍ଷ ଭାବରେ ପାଳନ କରାଯାଏ। ଏହା ପଛରେ କ’ଣ ରହିଛି ମହତ୍ୱ, ଆସନ୍ତୁ ଜାଣିବା…
ଓଡ଼ିଆ ସଂସ୍କୃତି ଓ ପରମ୍ପରାର ପର୍ବ ପଣା ସଂକ୍ରାନ୍ତି । ଆଜି ମହା ବିଷୁବ ସଂକ୍ରାନ୍ତି । ଓଡ଼ିଆ ସଂସ୍କୃତି ଓ ପରମ୍ପରାର ପର୍ବ ପଣା ସଂକ୍ରାନ୍ତି ।
ହରଚଣ୍ଡୀ ସାହି ଆଖେଡ଼ା ପକ୍ଷରୁ ଏସବୁ ଚରିତ୍ର ବେଶ ଠାଟ ପଟୁଆର ବାହାରିଥିଲେ । ଶ୍ରୀଜୀଉଙ୍କ ଦକ୍ଷିଣୀ ଘର ଭୋଗ ପରେ ଶ୍ରୀରାମ-ଲକ୍ଷ୍ମଣ ଦକ୍ଷିଣୀ ଘରକୁ ବିଜେ କରିଥିଲେ ।
ଆଜି ବାବା ଲିଙ୍ଗରାଜଙ୍କ ବାହୁଡ଼ାଯାତ୍ରା । ରୁକୁଣାରଥରେ ବିରାଜମାନ ହୋଇ ରାମେଶ୍ୱର ମନ୍ଦିରରୁ ଫେରିବେ ବାବା ଲିଙ୍ଗରାଜ ।
ଆଜିଠୁ ମୟୂରଭଞ୍ଜ ଜିଲ୍ଲାର ପ୍ରସିଦ୍ଧ ଚୈତ୍ର ପର୍ବ ଅଥବା ଛଉ ନୃତ୍ୟ ପ୍ରତିଯୋଗିତା । ଏଥିଲାଗି ଏବେ ଜିଲ୍ଲାର ସମସ୍ତ ଛଉ ଆଖଡ଼ା ଚଳଚଞ୍ଚଳ । ନିଜର ଶ୍ରେଷ୍ଠ ପ୍ରଦର୍ଶନ ଦେବାକୁ ପ୍ରତିଯୋଗୀମାନେ ଅଭ୍ୟାସ ଜାରି ରଖିଥିବା ବେଳେ ଦିନରାତି ଏକ କରି ଦେଇଛନ୍ତି । ଆଜିଠୁ ତିନି ଦିନ ଧରି ଚାଲିବ ପ୍ରତିଯୋଗିତା...
ରୁକୁଣା ରଥ ଯାତ୍ରା ପାଇଁ ଚଳଚଞ୍ଚଳ ଏକାମ୍ରକ୍ଷେତ୍ର । ଗତକାଲି ବାବା ଲିଙ୍ଗରାଜଙ୍କ ରୁକୁଣା ରଥ ତିନିମୁଣ୍ଡିଆ ଛକରେ ଅଟକି ଥିବା ବେଳେ, ଆଜି ପୁଣି ରଥଟଣା ଯିବ ।