Advertisment

ଓଡିଆ କଳା ସଂସ୍କୃତିର ଅନନ୍ୟ ପରିଚୟ ଶ୍ରୀକ୍ଷେତ୍ର ସାହିଯାତ

ଉତ୍ସବର ସହର ପୁରୀ। ଏଠି ବର୍ଷତ ସାତା ଆୟୋଜିତ ହୋଇଥାଏ ଅନେକ ଯାତ୍ରା। ତା ଭିତରେ ସାହିଯାତ ଅନ୍ୟତମ। ଆସନ୍ତୁ ଜାଣିବା ଏହି ସାହିଯାତ କ’ଣ ଆଉ କେବେଠାରୁ ଆରମ୍ଭ ହୋଇଛି ଏହି ସାହିଯାତ ପରଂପରା?

author-image
Pramod Behera
ଅଦ୍ୟତନ ହୋଇଛି
Sahijata in Jagannath Culture

Sahijata in Jagannath Culture

ପୁରୀରେ ବର୍ଷତମାମ ଅନେକ ଉତ୍ସବ ଆୟୋଜିତ ହୋଇଥାଏ। ତା ଭିତରେ ସାହିଯାତ ଅନ୍ୟତମ। ଏହି ସାହିଯାତ କ’ଣ ? କେବେଠାରୁ ଆରମ୍ଭ ହୋଇଛି ସାହିଯାତ ପରଂପରା? ଜଗନ୍ନାଥ ସଂସ୍କୃତି ସହ ସାହିଯାତ କିପରି ଜଡ଼ିତ ଆସନ୍ତୁ ଜାଣିବା।

Advertisment

ମହାପ୍ରଭୁ ଶ୍ରୀଜଗନ୍ନାଥ କଳା ଓ ସଙ୍ଗୀତ ପ୍ରିୟ। ତାଙ୍କ ସେବା ପୂଜାରେ ନୃତ୍ୟ, ସଙ୍ଗୀତ ନାଟକାଦି ଗାନ୍ଧର୍ବ ବିଦ୍ୟାର ଉପସ୍ଥିତି ବାରି ହୋଇପଡ଼େ। ତେଣୁ ନୃତ୍ୟ ସଙ୍ଗୀତକୁ ପ୍ରୋତ୍ସାହିତ କରିବା ପାଇଁ ପୁରୀରେ ବର୍ଷସାରା ଅନେକ ଉତ୍ସବ ପାଳିତ ହୋଇଥାଏ। ସେଥି ମଧ୍ୟରେ ସାହିଯାତ ଏକ ପରିଚିତ ଓ ଲୋକପ୍ରିୟ ଯାତ୍ରା।

ଶ୍ରୀମନ୍ଦିର ଚାରିପଟେ ଥିବା ପାରମ୍ପରିକ ସାହିଗୁଡିକର ତତ୍ତ୍ୱାବଧାନରେ, ସାହି ଆଖଡ଼ା ଦ୍ୱାରା, ସାହି ଦାଣ୍ଡରେ ଏହି ଉତ୍ସବ ଅନୁଷ୍ଠିତ ହେଉଥିବାରୁ ଏହା ସାହିଯାତ ଭାବେ ପରିଚିତ। ସାହିଯାତ ବର୍ଷକୁ ଦୁଇ ଥର ଆୟୋଜିତ ହୋଇଥାଏ। ତାହା ହେଉଛି ଶ୍ରୀକୃଷ୍ଣ ଲୀଳା ପ୍ରସ୍ତାବ ଓ ଶ୍ରୀରାମଲୀଳା ପ୍ରସ୍ତାବ। ଜନ୍ମାଷ୍ଟମୀଠାରୁ ଇନ୍ଦ୍ର ପୂର୍ଣ୍ଣିମା ପର୍ଯ୍ୟନ୍ତ ତେର ଦିନ ଧରି ବିଭିନ୍ନ ସାହିର ବ୍ୟକ୍ତିବିଶେଷଙ୍କ ଦ୍ୱାରା ଏହି ଯାତ୍ରା କରାଯାଇଥାଏ।

Advertisment

ସେହିପରି ରାମନବମୀଠାରୁ ଶ୍ରୀରାମଲୀଳା ପ୍ରସ୍ଥାବ ବିଭିନ୍ନ ସାହି ଆଖଡ଼ା ନେତୃତ୍ୱରେ ରାମଜନ୍ମଠାରୁ ରାମାଭିଶେକ ପର୍ଯ୍ୟନ୍ତ ୯ ଦିନ ୯ ଗୋଟି କଥାବସ୍ତୁ ଅଭିନୀତ ହୁଏ। ତେବେ ବର୍ତ୍ତମାନ ଶ୍ରୀକୃଷ୍ଣ ଲୀଳା ଆଉ ହେଉନାହଁ। ଏବେ ସାହିଯାତ କହିଲେ ଲୋକେ ରାମକଥା ପ୍ରସ୍ତାବକୁ ହଁ ବୁଝିଥାନ୍ତି।

ରାବଣ, ପର୍ଶୁରାମ, ମେଢ ଓ ନାଗା ଇତ୍ୟାଦି ବେଶରେ ସଜ୍ଜିତ ହୋଇ ଜାଗା ଆଖଡ଼ାର ଭେଣ୍ଡିଆମାନେ ସାହି ବୁଲି ବୁଲି ନୃତ୍ୟ ପରିବେଷଣ କରିଥାନ୍ତି, ଯାହା ଅତି ମନୋରଞ୍ଜକ ହୋଇଥାଏ। ଲୋକମାନେ ଏହାକୁ ଉପଭୋଗ କରିବା ସହ କଳାକାରଙ୍କୁ ଉତ୍ସାହିତ କରିଥାନ୍ତି।

ଅନ୍ୟାନ୍ୟ ନାଟ୍ୟାନୁଷ୍ଠାନ ଠାରୁ ସାହିଯାତ ବେଶ୍ ସମୃଦ୍ଧ ଓ ଗରୀୟାନ୍। କାଳର କରାଳ ସ୍ରୋତ ମଧ୍ୟ ଏହି ନିଆରା ପରଂପରାକୁ ବିଲୁପ୍ତ କରିପାରି ନାହଁ। ଯେତେଦିନ ପର୍ଯ୍ୟନ୍ତ ଶ୍ରୀକ୍ଷେତ୍ରରେ ଶ୍ରୀଜଗନ୍ନାଥ ଥିବେ, ସେତେଦିନ ପର୍ଯ୍ୟନ୍ତ ସାହିଯାତ ତା’ର ଉପସ୍ଥିତି ଜାହିର ରଖିବ। କାରଣ ଏହା କେବଳ ଏକ ସାଧାରଣ ନାଟ୍ୟାନୁଷ୍ଠାନ ନୁହେଁ, ବରଂ ମହାପ୍ରଭୁଙ୍କ ଉଦ୍ଦେଶ୍ୟରେ ସମର୍ପିତ ଏକ ପୁଣ୍ୟ ଉପଚାର।

ଶ୍ରୀକ୍ଷେତ୍ର, ଶ୍ରୀମନ୍ଦିର ଓ ଶ୍ରୀଜଗନ୍ନାଥଙ୍କ ସହ ସାତ ସାହି ଜାଗା ଆଖଡ଼ା ଓ ସାହିଯାତର ଆଧ୍ୟାତ୍ମିକ ଓ ସାଂସ୍କୃତିକ ସମ୍ପର୍କ ସତରେ ମହାନ। ଏହି ମହାନ ଯାତ୍ରା ଉତ୍କଳର କଳା ସଂସ୍କୃତିର ପରିଚୟ।

Puri Jaggannth Temple Ratha Jatra Puri Ratha Yatra
Advertisment
Advertisment