• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Otv Khabar Bureau

ପବିତ୍ର ଶ୍ରାବଣ ମାସରେ ଶ୍ରଦ୍ଧାଳୁ ଭଗବାନ ଶିବଙ୍କ ନିକଟରେ ଜଳ ଲାଗି କରିଥାନ୍ତି । ଗତକାଲି ଠାରୁ ଆରମ୍ଭ ହୋଇଯାଇଛି କାୱଡ଼ିଆ ଯାତ୍ରା ବା ବୋଲବମ ଯାତ୍ରା । ଗତ ଦୁଇ ବର୍ଷ ହେବ କୋଭିଡ୍‌ ମହାମାରୀ କାରଣରୁ ବୋଲବମ ଯାତ୍ରା ବନ୍ଦ ରହିଥିଲା । ବର୍ତ୍ତମାନ ଦେଶରେ କୋଭିଡ୍‌ ସ୍ଥିତି ନିୟନ୍ତ୍ରଣରେ ଥିବା ହେତୁ କିଛି କଟକଣା ସହ ଏହି ଯାତ୍ରାକୁ ଅନୁମତି ମିଳିଛି । ଏବର୍ଷ ଯାତ୍ରା କିପରି ଶାନ୍ତି ଶୃଙ୍ଖଳାରେ ହେବ ସେନେଇ ଉତ୍ତର ପ୍ରଦେଶରେ ଯୋଗୀ ସରକାର ଏକ ନୂତନ ପଦକ୍ଷେପ ନେଇଛନ୍ତି । ଯେଉଁଥିରେ ବୋଲବମ ଭକ୍ତ ଯାଉଥିବା ରାସ୍ତାରେ ମଦ ଓ ମାଂସ ଦୋକାନ ବନ୍ଦ ରଖିବାକୁ ନିର୍ଦ୍ଦେଶ ଦିଆଯାଇଛି ।

ଉତ୍ତରପ୍ରଦେଶର ଗୌତମବୁଦ୍ଧ ନଗର ଜିଲ୍ଲା ପ୍ରଶାସନ ପକ୍ଷରୁ ଏକ ନିର୍ଦ୍ଦେଶନାମା ଜାରି କରାଯାଇଛି । ସେହି ନିର୍ଦ୍ଦେଶନାମାରେ ଉଲ୍ଲେଖ ହୋଇଛି ଯେ, ବୋଲବମ ଯାଉଥିବା ରାସ୍ତାରେ ମଦ ଓ ମାଂସ ଦୋକାନକୁ ବନ୍ଦ ରଖାଯିବ । ଏନେଇ ଜିଲ୍ଲା ମାଜିଷ୍ଟ୍ରେଟ୍‌ କହିଛନ୍ତି ଯେ, ସମ୍ପୂର୍ଣ୍ଣ ମାର୍ଗକୁ ଡ୍ରୋନ୍‌ ମାଧ୍ୟମରେ ନଜର ରଖାଯିବ, ଯାହାଦ୍ୱାରା କୌଣସି ବିଶୃଙ୍ଖଳା ରହିବ ନାହିଁ । ଶ୍ରଦ୍ଧାଳୁ ଯାଉଥିବା ମାର୍ଗରେ ଯେପରି ପାଣି ନ ଜମେ ସେ ଦିଗରେ ମଧ୍ୟ ଧ୍ୟାନ ଦେବା ପାଇଁ କୁହାଯାଇଛି ।

ଜିଲ୍ଲାପାଳଙ୍କ ଅଧ୍ୟକ୍ଷତା ପ୍ରଶାସନ ପକ୍ଷରୁ ବୋଲବମ ଯାତ୍ରା ନେଇ ଏକ ବୈଠକରେ ଆଲୋଚନା ହୋଇଛି । ଜୁଲାଇ ୧୬ ରୁ ୨୬ ପର୍ଯ୍ୟନ୍ତ ବୋଲବମ ଯାତ୍ରା ରହିବ । ଏହି ସମୟ ମଧ୍ୟରେ ଯେପରି ସେହି ମାର୍ଗରେ କୌଣସି ମଦ-ମାଂସ ଦୋକାନ ରହିବ ନାହିଁ, ସେନେଇ ଗୁରୁତ୍ୱ ଦିଆଯିବ ।

କରୋନା ମହାମାରୀ ପାଇଁ ଗତ ଦୁଇବର୍ଷ ହେଲା ଉତ୍ତରପ୍ରଦେଶରେ ବୋଲବମ ଯାତ୍ରାକୁ ଅନୁମତି ଦିଆଯାଉନଥିଲା । ଏବର୍ଷ ଅନୁମତି ଦିଆଯାଇଥିବାରୁ ଭକ୍ତଙ୍କ ମଧ୍ୟରେ ଉତ୍ସାହ ଦେଖାଦେଇଛି । ଶ୍ରାବଣ ମାସରେ ଶ୍ରଦ୍ଧାଳୁ କଳସରେ ଗଙ୍ଗାଜଳ ନେଇ ନିଜ ନିଜ ସ୍ଥାନୀୟ ଶିବ ମନ୍ଦିରରେ ଜଳ ଲାଗି କରିଥାନ୍ତି ।