• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Manoranjan Behera

ଦୁଇ ବର୍ଷ ପରେ ମୁମ୍ବାଇରେ ପ୍ରସିଦ୍ଧ ଲାଲ ବାଗଚା ରାଜା ମଣ୍ଡପରେ ବିଘ୍ନ ବିନାଶକଙ୍କୁ ଦେଖିବାକୁ ପାଇବେ ଶ୍ରଦ୍ଧାଳୁ । ଏଥର କୋଭିଡ କଟକଣା ନଥିବାରୁ ଦର୍ଶକଙ୍କ ପ୍ରବଳ ଜନସମାଗମ ହେବ ବୋଲି ଆଶା କରାଯାଉଛି । ସୋମବାର ସଂଧ୍ୟାରେ ଗଣେଶ ମୂର୍ତ୍ତି ଉନ୍ମୋଚନ ହୋଇଛି । ଲାଲବାଗଚା ରାଜା ସାର୍ବଜନିକ ଗଣେଶ ଉତ୍ସୋବ ମଣ୍ଡଳ ପକ୍ଷରୁ ଏହାକୁ ଉନ୍ମୋଚନ କରାଯାଇଛି ।

୧୪ ଫୁଟ ଉଚ୍ଚତାରେ ଗଣେଶ ପ୍ରତିମୂର୍ତ୍ତି ଲାଲ ବାଗଚା ରାଜା ମଣ୍ଡପରେ ଶୋଭା ପାଉଛନ୍ତି । ଦକ୍ଷିଣ ମୁମ୍ବାଇରେ ପ୍ରସିଦ୍ଧ ଲାଲ ବାଗଚା ପେଣ୍ଡାଲରେ ପ୍ରତିବର୍ଷ ଲକ୍ଷାଧିକ ଭକ୍ତଙ୍କ ଭିଡ଼ ଜମିଥାଏ । ହେଲେ ଦୁଇ ବର୍ଷ ହେଲା କୋଭିଡ କଟକଣା ପାଇଁ ବଞ୍ଚିତ ହୋଇଥିଲେ ଶ୍ରଦ୍ଧାଳୁ । ଏଥର ୧୧ ଦିନ ପୂଜା ପାଇବେ ଗଣପତି ବାବା । ଅଗଷ୍ଟ ୩୧ ତାରିଖରୁ ପୂଜା ଆରମ୍ଭ ହେବାକୁ ଥିବାରୁ ପ୍ରସ୍ତୁତି ଶେଷ ପର୍ଯ୍ୟାୟରେ ପହଞ୍ଚିଛି ।

କେବଳ ମହାରାଷ୍ଟ୍ର ନୁହେଁ ବରଂ ଦେଶର କୋଣ ଅନୁକୋଣରେ ଗଣେଶ ପୂଜା ପ୍ରସ୍ତୁତି ଶେଷ ପର୍ଯ୍ୟାୟରେ ପହଞ୍ଚିଛି । ସବୁଆଡ଼େ ରଙ୍ଗବିରଙ୍ଗ ଆଲୋକ ସାଙ୍ଗକୁ ସୁସଜ୍ଜିତ ପେଣ୍ତାଲ । ପିଲାଠୁ ବଡ଼ ସମସ୍ତଙ୍କ ମଧ୍ୟରେ ନାହିଁ ନଥିବା ଉତ୍ସାହ ।