Advertisment

ବାଲୁକା କଳାରେ ଶ୍ରୀଗଣେଶଙ୍କୁ ଭକ୍ତି ନୈବେଦ୍ୟ

ଆଜି ଗଣେଶ ପୂଜା। ସମସ୍ତେ ନିଜ ନିଜ ତରିକାରେ ଗଜାନନଙ୍କ ପାଖରେ ନିଜକୁ ସମର୍ପି ଦେବା ସହିତ ଭକ୍ତି କରୁଛନ୍ତି। ବାଲୁକା ଶିଳ୍ପୀ ମାନସ କୁମାର ସାହୁ ମଧ୍ୟ ନିଜ କଳା ମାଧ୍ୟମରେ ଗଜାନନଙ୍କୁ ଭକ୍ତି ବାଢିଛନ୍ତି।

author-image
Pramod Behera
ଅଦ୍ୟତନ ହୋଇଛି
Sand art of Lord Ganesh by Manas Kumar Sahu

Sand art of Lord Ganesh by Manas Kumar Sahu

ଆଜି ବୁଦ୍ଧିଦାତା ଶ୍ରୀଗଣେଶଙ୍କ ପୂଜା। ସାରା ଦେଶ ଆଜି ତାଙ୍କ ଆରାଧନାରେ ବ୍ୟସ୍ତ। ସମସ୍ତେ ନିଜ ନିଜ ତରିକାରେ ଗଜାନନଙ୍କ ପାଖରେ ନିଜକୁ ସମର୍ପି ଦେବା ସହିତ ଭକ୍ତି କରୁଛନ୍ତି। ସେ ବିଘ୍ନ ବିନାଶକ ହୋଇଥିବାରୁ ସବୁ ଦୁଃଖ ହାରିବା ନେଇ ଲୋକେ ଆରାଧନା କରୁଛନ୍ତି। ବାଲୁକା ଶିଳ୍ପୀ ମାନସ କୁମାର ସାହୁ ମଧ୍ୟ ଏଥିରୁ ବର୍ତ୍ତି ନାହାନ୍ତି। ସେ ମଧ୍ୟ ତାଙ୍କ କଳା ମାଧ୍ୟମରେ ଗଜାନନଙ୍କୁ ଭକ୍ତି ବାଢିଛନ୍ତି।

Advertisment

ଆନ୍ତର୍ଜାତିକ ବାଲୁକା ଶିଳ୍ପୀ ମାନସ କୁମାର ସାହୁ ଗଣେଶ ପୂଜା ଅବସରରେ ପୁରୀ ଲାଇଟ୍‌ ହାଉସ୍‌ ବେଳାଭୂମରେ ପ୍ରଭୁ ଗଜାନନଙ୍କର ବାଲୁକା ମୂର୍ତ୍ତି ନିର୍ମାଣ କରିଛନ୍ତି।

ବିଘ୍ନହର୍ତା ରୂପେ ପ୍ରଭୁ ଗଣେଶ ସର୍ବତ୍ର ପୂଜା ପାଆନ୍ତି। ସାରା ପୃଥିବୀରୁ ବିଘ୍ନ ଦୂର କରି ଶାନ୍ତି ପ୍ରତିଷ୍ଠା କରିବା ଲକ୍ଷ୍ୟରେ ଆନ୍ତର୍ଜାତିକ ବାଲୁକା ଶିଳ୍ପୀ ମାନସ କୁମାର ସାହୁ ଏହି ବାଲୁକା କଳା ନିର୍ମାଣ କରିଛନ୍ତି। ଏବେ ବିଶ୍ୱରେ ଯୁଦ୍ଧର ବାତାବରଣ ସୃଷ୍ଟିହୋଇଛି। ସମସ୍ତ ଦେଶ ମଧ୍ୟରେ ବନ୍ଧୁତ୍ୱର ବାତାବରଣ ସୃଷ୍ଟି ହେଉ ଏବଂ ସାରା ବିଶ୍ୱରେ ଶାନ୍ତି ପ୍ରତିଷ୍ଠା ହେଉ ଏହା ପ୍ରଭୁ ଗଣେଶଙ୍କ ପାଖରେ କାମନା କରିଛନ୍ତି ବାଲୁକା ଶିଳ୍ପୀ ମାନସ ସାହୁ।

Advertisment

ଏହି ବାଲୁକା କଳାଟି ୧୫ ଫୁଟ ଓସାର ବିଶିଷ୍ଟ ହୋଇଥିବା ବେଳେ ଏଥିରେ ୧୫ ଟନ୍‌ ବାଲି ଉପଯୋଗ କରାଯାଇଛି। ଏହାକୁ ନିର୍ମାଣ କରିବାକୁ ମାନସ ସାହୁଙ୍କୁ ୭ ଘଣ୍ଟା ସମୟ ଲାଗିଥିଲା। ଏଥିରେ ସେ "World Peace" ର ବାର୍ତ୍ତା ଦେଇଛନ୍ତି।

Sand Artist Sand Art Art And Culture
Advertisment
Advertisment