• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Prangyan Parimita

ନୂଆଁଖାଇ ପରଦିନ ଦୁଇଟି ଜିଲ୍ଲା ପାଇଁ ସ୍ପେଶାଲ ଛୁଟି ଘୋଷଣା । ନୂଆଁଖାଇ ଗୁରୁବାରରେ ପଡ଼ୁଥିବା ବେଳେ ଶୁକ୍ରବାର ଦିନକୁ ସମ୍ବଲପୁର ଓ ବରଗଡ଼ ଜିଲ୍ଲା ପାଇଁ ଛୁଟି ଘୋଷଣା ହୋଇଚି । ଛୁଟି ଘୋଷଣା କରିଛି ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗ । ପୂର୍ବରୁ ନୂଆଁଖାଇ ଦିନ ବ୍ୟାଙ୍କ ବନ୍ଦ ରଖାଯିବା ବୋଲି ଘୋଷଣା କରାଯାଇଛି । ବ୍ୟାଙ୍କ ଓ ଅନ୍ୟ ବିତ୍ତୀୟ ସଂସ୍ଥା ବି ବନ୍ଦ ରଖାଯିବାକୁ ରାଜସ୍ୱ ବିଭାଗ ଘୋଷଣା କରିଛି ।

ପଶ୍ଚିମ ଓଡ଼ିଶାର ଗଣପର୍ବ ନୂଆଁଖାଇ ପାଇଁ ଧର୍ଯ୍ୟ ହୋଇସାରିଛି ଲଗ୍ନ । ସୁବର୍ଣ୍ଣପୁର ଜିଲ୍ଲା ପାଇଁ ନୂଆଁଖାଇ ଲଗ୍ନ ଧାର୍ଯ୍ୟ । ସକାଳ ୧୦.୦୭ରୁ ୧୦.୨୧ ମଧ୍ୟରେ ସୁବର୍ଣ୍ଣପୁରରେ ଲାଗିହେବ ନବାନ୍ନ । ସେପଟେ ମାଆ ସମଲେଶ୍ୱରୀଙ୍କ ଠାରେ ନବାନ୍ନ ଲାଗି ପାଇଁ ମଧ୍ୟ ଲଗ୍ନ ଧାର୍ଯ୍ୟ ହୋଇସାରିଛି । ମାଆଙ୍କଠାରେ ସକାଳ ୧୦ଟା ୫୬ରୁ ୧୧ଟା ୧୦ ମଧ୍ୟରେ ଲାଗି ହେବ ନବାନ୍ନ । ସମ୍ବଲପୁରର ଅଧିଷ୍ଠାତ୍ରୀ ଦେବୀ ସମଲେଇଙ୍କ ନିକଟରେ ପ୍ରଥମ ନୂଆ ଅନ୍ନ ଲାଗି ହେବ। ତା ପରେ ସାଧାରଣ ଲୋକେ ନୂଆ ଖାଇବେ।

ସୂଚନାଯୋଗ୍ୟ ଗଣପର୍ବ ନୂଆଁଖାଇ ଛୁଟିକୁ ନେଇ ବିବାଦ ବଢ଼ିବାରେ ଲାଗିଥିଲା ।  ରାଜ୍ୟ ସରକାରଙ୍କ ଛୁଟି ତାଲିକାରେ ନୂଆଁଖାଇ ପାଇଁ ଦିନଟିଏ ଛୁଟି ରହିଛି । କିନ୍ତୁ ଏହାକୁ ୨ରୁ ୩ଦିନ କରିବାକୁ ଜୋର୍ ଧରିଛି ଦାବି ହୋଇଥିଲା । ଏହି ପ୍ରସଙ୍ଗ ନେଇ ବରଗଡ଼, ବଲାଙ୍ଗିର, ସମ୍ବଲପୁର ସମେତ ବିଭିନ୍ନ ଅଞ୍ଚଳର ଲୋକେ ଅସନ୍ତୋଷ ଜାହିର କରିଥିଲେ । ଏପରିକି ବିରୋଧୀ ଦଳ ନେତା ଜୟନାରାୟଣ ମିଶ୍ର ଓ ବିଜେଡି ନେତା କଳୀକେଶ ସିଂଦେଓ ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖି ଛୁଟି ବଢ଼ାଇବାକୁ ନିବେଦନ କରିଥିଲେ ।