• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Satyendu Shekher Mishra

ଦୀର୍ଘ ୨ ବର୍ଷ ପରେ ଫେରିଛି ପାର୍ବଣର ମାହୋଲ । ବିଘ୍ନ ବିନାଶକଙ୍କ ପୂଜାରେ ଦେଖିବାକୁ ମିଳିଛି ସାଂସ୍କୃତିକ କାର୍ଯ୍ୟକ୍ରମ । ନାଚ ଗୀତରେ ଦୁଲୁକିଛି ମଞ୍ଚ । କଟକ ଏବଂ ବାଲେଶ୍ୱର ସହରର ବିଭିନ୍ନ ସ୍ଥାନରେ ମେଲୋଡି ଓ ଅର୍କେଷ୍ଟ୍ରାର ମଜା ଉଠାଇଛନ୍ତି ଲୋକେ । ସନ୍ଧ୍ୟାରୁ ବିଳମ୍ବିତ ରାତି ପର୍ଯ୍ୟନ୍ତ କାର୍ଯ୍ୟକ୍ରମକୁ ଉପଭୋଗ କରିଛନ୍ତି ସଭିଁଏ । କରୋନା କଟକଣା ଯୋଗୁଁ ଦୀର୍ଘ ଦିନ ଧରି ବେରୋଜଗାର ରହିବା ଯୋଗୁଁ କଳାକାରଙ୍କ ଚିନ୍ତା ବଢିଯାଇଥିଲା । ହେଲେ ଚଳିତବର୍ଷ ବିଘ୍ନ ବିନାଶକଙ୍କ ପୂଜାରୁ କଳାକାର ରୋଜଗାର ଆରମ୍ଭ କରିଛନ୍ତି ।

ବଭିନ୍ନ ସ୍ଥାନରେ ଦୁଲୁକୁଛି ମଞ୍ଚ । ଆଉ ଷ୍ଟେଜ୍ ତଳେ ଶୁଭୁଛି ଦର୍ଶକଙ୍କ କରତାଳି । ଦୀର୍ଘ ଦୁଇ ବର୍ଷ ହେଲାଣି ସମସ୍ତଙ୍କ ମୁହଁରୁ ହସଖୁସି ଛଡାଇ ନେଇଥିଲା କରୋନା ମହାମାରୀ । ଆଉ ଏବେ କଟକଣା ହଟିଥିବାରୁ ବିଘ୍ନ ବିନାଶକଙ୍କ ପୂଜାରୁ ଆରମ୍ଭ ହୋଇଛି ପାର୍ବଣର ମାହୋଲ । ଏଥର ବିଭିନ୍ନ ପୂଜାମଣ୍ଡପ ପକ୍ଷରୁ ଆୟୋଜନ ହୋଇଛି ସାଂସ୍କୃତିକ କାର୍ଯ୍ୟକ୍ରମ । ଆଉ ଏହି ସାଂସ୍କୃତିକ କାର୍ଯ୍ୟକ୍ରମରୁ ମଜା ଉଠାଇଛନ୍ତି ଦର୍ଶକ ।

ଖାଲି ଦର୍ଶକ କାହିଁକି, କଳାକାରଙ୍କ ମୁହଁରେ ଫୁଟିଛି ହସ । କରୋନା କଟକଣା ପାଇଁ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣରୁ ବଞ୍ଚିତ ହେଉଥିଲେ କଳାକାର ।  କମଧନ୍ଦା ନପାଇ ବହୁ କଷ୍ଟରେ କରୁଥିଲେ ଜୀବନଯାପନ । ପରିବାରର ଗୁଜରାଣ ମେଣ୍ଟାଇବା ସେମାନଙ୍କ ପାଇଁ ବହୁ କଷ୍ଟକର ବ୍ୟାପାର ଥିଲା । ହେଲେ ଚଳିତବର୍ଷ ଗଣେଶ ପୂଜାରେ ସାଂସ୍କୃତିକ କାର୍ଯ୍ୟକ୍ରମ ପାଇଁ ଅନୁମତି ଥିବାରୁ ଖୁସିବ୍ୟକ୍ତ କରିଛନ୍ତି କଳାକାର ।

ଦୀର୍ଘ ଦୁଇ ବର୍ଷ ହେଲା ହାତ ବାନ୍ଧି ବସିଥିବାରୁ କଳାକାର ବହୁ ପୂର୍ବରୁ ବି ଚଳାଇଥିଲେ ପ୍ରସ୍ତୁତି । ଦିନରାତି ଏକ କରି ଦର୍ଶକଙ୍କ ନିକଟରେ କିଭଳି ଉଚ୍ଚମାନର ପରିବେଶଣ କରିପାରିବେ, ସେନେଇ ଚଳାଇଥିଲେ ପ୍ରାକ୍ସିସ୍ । 

ଖାଲି କଟକରେ ନୁହେଁ, ବାଲେଶ୍ୱରରେ ବି ବିଘ୍ନ ବିନାଶକଙ୍କ ପୂଜାରେ ଦେଖିବାକୁ ମିଳିଛି ସାଂସ୍କୃତିକ କାର୍ଯ୍ୟକ୍ରମ । ସହରର ବିଭିନ୍ନ ପୂଜା ମଣ୍ଡପରେ ରଙ୍ଗାରଙ୍ଗ ସାଂସ୍କୃତିକ କାର୍ଯ୍ୟକ୍ରମରୁ ମଜା ଉଠାଇଛନ୍ତି ଦର୍ଶକ । ମ୍ୟାଜିକ ସହ ନାଚ ଗୀତରେ ଦୁଲୁକିଛି ମଞ୍ଚ । ସନ୍ଧ୍ୟାରୁ ବିଳମ୍ବିତ ରାତି ପର୍ଯ୍ୟନ୍ତ କାର୍ଯ୍ୟକ୍ରମକୁ ଉପଭୋଗ କରିଛନ୍ତି ସଭିଁଏ । ୨ବର୍ଷ ପରେ ଅର୍କେଷ୍ଟ୍ରା କାମ ମିଳିଥିବାରୁ କଳାକାର ମଧ୍ୟ ଖୁସି ଜାହିର କରିଛନ୍ତି ।