ବାତ୍ୟା ଜଓ୍ବାଦ ପାଇଁ ବିପିୟୁଟି ପରିଚାଳିତ Ph.D ପ୍ରୋଗ୍ରାମ ଏଣ୍ଟ୍ରାନ୍ସ ଘୁଞ୍ଚାଯାଇଛି। ଆସନ୍ତା ୫ ରବିବାର ହେବାକୁ ଥିବା ଏଣ୍ଟ୍ରାନ୍ସ ୧୨ ରବିବାରକୁ ଘୁଞ୍ଚାଯାଇଛି।
ଶ୍ରେଣୀ ଗୃହ ନାହିଁ ପିଲା ପଢ଼ିବେ କିପରି । ବାଧ୍ୟ ହୋଇ ବାରଣ୍ଡାରେ ପାଠ ପଢ଼ୁଛି ଦେଶର ଭବିଷ୍ୟତ ।
ଓଡ଼ିଶାରେ ୧ ହଜାର ୮୮୦ ସରକାରୀ ହାଇସ୍କୁଲ୍ରେ ୫ ହଜାରରୁ ଅଧିକ ଶିକ୍ଷକ ପଦବୀ ଖାଲି ପଡ଼ିଛି। ପ୍ରଥମ ପର୍ଯ୍ୟାୟରେ ରାଜ୍ୟରେ ୧ହଜାର ୭୫ ସଂଖ୍ୟକ ସ୍କୁଲ୍କୁ ରୂପାନ୍ତରଣ କରାଯାଇଛି।
ରେଭେନ୍ସା ବିଶ୍ୱବିଦ୍ୟାଳୟ ତଳେ ବସି ପାଠ ପଢିବା ଘଟଣାକୁ ନେଇ ତେଜିଲା ବିବାଦ । ଘଟଣାର ଫଟୋ ବର୍ତ୍ତମାନ ସୋସିଆଲ ମିଡିଆରେ ବେଶ ଭାଇରାଲ ହେବାରେ ଲାଗିଛି । ଫଟୋ ଭାଇରାଲ ହେବା ପରେ ବିଭିନ୍ନ ମହଳରୁ ଏହାକୁ ନେଇ ପ୍ରତିକ୍ରିୟା ପ୍ରକାଶ ପାଉଥିବାର ଦେଖିବାକୁ ମିଳିଛି । ଘଟଣାକୁ ସହଜରେ ଗ୍ରହଣ କରିପାରିନାହାନ୍ତି ବିଶ୍ୱବିଦ୍ୟାଳୟ ଛାତ୍ରଛାତ୍ରୀ ।
ରେଭେନ୍ସା ବିଶ୍ୱବିଦ୍ୟାଳୟରେ ତଳେ ବସି ପାଠ ପଢିବା ଘଟଣାକୁ ନେଇ ତେଜିଲା ବିବାଦ.. ଘଟଣାର ଫଟୋ ସୋସିଆଲ ମିଡିଆରେ ଭାଇରାଲ ହେବା ପରେ ଚାରିଆଡ଼ୁ ଏନେଇ ପ୍ରତିକ୍ରିୟା ପ୍ରକାଶ ପାଇଛି..
ସ୍ମାର୍ଟ ସ୍କୁଲ କାମ ଶେଷ ହୋଇନି , କିନ୍ତୁ ନେତାମନ୍ତ୍ରୀ ଆସି ଉଦଘାଟନ କରି ଚାଲିଗଲେ । ଜିଲ୍ଳା ଆର.ଉଦୟଗିରି ଛେଳିଗଡ ସ୍ମାର୍ଟ ସ୍କୁଲରେ ଏପରି ଦୃଶ୍ୟ ଦେଖିବାକୁ ମିଳିଛି ।
ସ୍କୁଲ ଖୋଲୁ ଖୋଲୁ ଟେନସନ୍ ଦେଲାଣି କରୋନା। ବାଧ୍ୟ ହୋଇ ବିଦ୍ୟାଳୟ ବନ୍ଦ କଲେ କର୍ତ୍ତୃପକ୍ଷ
ସ୍କୁଲ ବାହାର ପାଖ ପୂରା ଚକ୍ଚକ୍ ହେଲେ ଭିତରେ ଫୁଲ ଅଳିଆ। କେଉଁ କ୍ଲାସ୍ରେ ବୋର୍ଡ଼ ନାହିଁ ତ କେଉଁଠି ସିମେଣ୍ଟ ଗୋଳା ହୋଇ ରହିଛି...ଦେଖନ୍ତୁ ଏହି ଦୃଶ୍ୟ
ସ୍ମାର୍ଟ ସ୍କୁଲ ଆଉ ସ୍ମାର୍ଟ କ୍ଲାସ୍ ଆଉ ତା’ସାଙ୍ଗକୁ ପିଲାଙ୍କୁ ସ୍ମାର୍ଟ ପାଠପଢା । ସ୍କୁଲର ବାହାର କାନ୍ଥ ଚକାଚକ ଥିବା ବେଳେ କ୍ଲାସ୍ରୁମ୍ରେ ପଡିଛି ଧାଡିକି ଧାଡି ଚେୟାର । କିନ୍ତୁ ଖାଲି ରହିଛି ଶିକ୍ଷକଙ୍କ ପଦବୀ । ତେବେ ନିର୍ବାଚନ ନେଇ ସ୍ମାର୍ଟ ସ୍କୁଲ ଉଦଘାଟନରେ ମାତିଛନ୍ତି ମୁଖ୍ୟମନ୍ତ୍ରୀ । ତେବେ ପିଲାଙ୍କ ଭବିଷ୍ୟତ ସରକାର କେତେ ଦୂର ସଚେତନ, ତାହା ଆପଣ ଦେଖନ୍ତୁ ।
କରୋନା ବିଧ୍ୱଂସ୍ତ ପ୍ରାଥମିକ ଶିକ୍ଷାକୁ ନୂଆ ବିପଦ। ଦୁଇ ବର୍ଷ ଭିତରେ ପାଠ ଛାଡ଼ିଛନ୍ତି ପ୍ରାୟ ତିନି ଲକ୍ଷ ପିଲା । ରାଜ୍ୟ ସରକାରଙ୍କୁ ଘାରିଲାଣି ଡ୍ରପ୍ ଆଉଟ୍ ଚିନ୍ତା । କୋରାପୁଟ ଓ ମାଲକାନଗିରିରେ ସ୍ଥିତି ଉତ୍କଟଜନକ
ପ୍ରକାଶ ପାଇଲା ଯୁକ୍ତ ଦୁଇ ଅଫଲାଇନ ପରୀକ୍ଷା ଫଳ.. ପରୀକ୍ଷାରେ ଛାତ୍ର ମାନଙ୍କ ପାସ୍ ହାର ୬୨.୭% ରହିଥିବା ବେଳେ ଛାତ୍ରୀଙ୍କ ପାସ୍ ହାର ୬୭.୭୬% ରହିଛି..
ଆଜି ଯୁକ୍ତ ଦୁଇ ଅଫ୍ଲାଇନ୍ ପରୀକ୍ଷା ଫଳ ପ୍ରକାଶ ପାଇଛି। ଅଫ୍ଲାଇନ୍ରେ ପରୀକ୍ଷା ଦେଇଥିବା ୧୨, ୩୨୧ ଜଣ ଛାତ୍ରଛାତ୍ରୀଙ୍କ ମଧ୍ୟରୁ ୮,୪୬୦ ଜଣ ଛାତ୍ରଛାତ୍ରୀ କୃତକାର୍ଯ୍ୟ ହୋଇଛନ୍ତି।
ଆଜି ସନ୍ଧ୍ୟାରେ ପ୍ରକାଶ ପାଇବ +୨ ଅଫଲାଇନ ପରୀକ୍ଷା ଫଳ
ଚଳିତ ବର୍ଷ କରୋନା କଟକଣା ପାଇଁ ଯୁକ୍ତଦୁଇ ପରୀକ୍ଷା ଅନୁଷ୍ଠିତ ହୋଇନଥିବା ବେଳେ ଛାତ୍ରଛାତ୍ରୀଙ୍କ ପାଇଁ ବିକଳ୍ପ ମୂଲ୍ୟାୟନ ପଦ୍ଧତି ଅବଲମ୍ବନ କରାଯାଇଛି । ଜୁଲାଇ ୩୧ ସୁଦ୍ଧା +୨ ରେଜଲ୍ଟ ପ୍ରକାଶ ପାଇଁ ପୂର୍ବରୁ ସବୁ ରାଜ୍ୟ ସରକାରଙ୍କୁ କହିଥିଲେ ସୁପ୍ରିମକୋର୍ଟ ।
ଅନଲାଇନ୍ ନୁହେଁ, ଅଫଲାଇନରେ ହେବ ସିବିଏସ୍ଇର ଟର୍ମ-୧ ବୋର୍ଡ ପରୀକ୍ଷା। ସୁପ୍ରିମକୋର୍ଟ ଆଜି ଏହି ଗୁରୁତ୍ୱପୂର୍ଣ୍ଣ ରାୟ ଶୁଣାଇଛନ୍ତି। ଶୁଣନ୍ତୁ ଏ ସଂକ୍ରାନ୍ତ ପୁରା ଖବର ।
ବଡ଼ ରାୟ ଦେଲେ ସୁପ୍ରିମକୋର୍ଟ। କହିଲେ, ଅନଲାଇନ୍ ନୁହେଁ, ଅଫଲାଇନ୍ରେ ହେବ ସିବିଏସ୍ଇର ଟର୍ମ-୧ ବୋର୍ଡ ପରୀକ୍ଷା
୨୦୧୮ରେ ୨୮.୬ ପ୍ରତିଶତ ପିଲା ଟ୍ୟୁସନ ହେଉଥିବା ବେଳେ ୨୦୨୦ରେ ଏହା ୩୨.୫ ପ୍ରତିଶତକୁ ବୃଦ୍ଧି ପାଇଛି । ରିପୋର୍ଟ ଅନୁଯାୟୀ, ସରକାରୀ ସ୍କୁଲରେ ପିଲାଙ୍କ ନାମଲେଖା ୬୫ ଦଶମିକ ୮ ପ୍ରତିଶତରୁ ୭୦.୩ ପ୍ରତିଶତକୁ ବୃଦ୍ଧି ପାଇଛି ।
ଦୀର୍ଘ ଦେଢ଼ ବର୍ଷ ପରେ ସ୍କୁଲ ମାଟି ମାଡ଼ିଲେ ଷଷ୍ଠ-ସପ୍ତମ ପିଲା । କୋଭିଡ୍ ସଂକ୍ରମଣ ଭୟ ଭିତରେ ଆରମ୍ଭ ହେଲା କ୍ଲାସ ରୁମ୍ ପାଠପଢ଼ା । କିନ୍ତୁ ପିଲାଙ୍କ ମନରେ ଖୁସି ଥିଲେ ମଧ୍ୟ ଶଙ୍କାରେ ରହିଛନ୍ତି ଅଭିଭାବକ ।
ଦୀର୍ଘ ଦେଢ଼ ବର୍ଷ ପରେ ସ୍କୁଲ ମାଟି ମାଡ଼ିଲେ ଷଷ୍ଠ-ସପ୍ତମ ପିଲାI କୋଭିଡ୍ ସଂକ୍ରମଣ ଭୟ ଭିତରେ ଆରମ୍ଭ ହେଲା କ୍ଲାସ ରୁମ୍ ପାଠପଢ଼ା, ପିଲାଙ୍କ ମନରେ ଖୁସି ହେଲେ ଶଙ୍କାରେ ଅଭିଭାବକଙ୍କ ମନରେ ଦକ
ଜିଲ୍ଲାର ସୁନାମଧନ୍ୟ ସ୍କୁଲ ଡିଏନ ହାଇସ୍କୁଲ, ଯେଉଁଠି ୧୦ ଜଣ ଶିକ୍ଷକ ନାହାନ୍ତି । ସେହିଭଳି ସରକାରୀ ବାଳିକା ହାଇସ୍କୁଲରେ ୧୧ ଜଣ ଶିକ୍ଷକ ନାହାନ୍ତି । ସେହିଭଳି ଏନଏସ ପୋଲିସ ହାଇସ୍କୁଲର ଅବସ୍ଥା ସମାନ । ଏ
ଆଜିଠୁ ପଢା ହେବ ଷଷ୍ଠ ଏବଂ ସପ୍ତମ ଶ୍ରେଣୀ ପାଠପଢା । ପ୍ରାୟ ଦେଢବର୍ଷ ପରେ ସ୍କୁଲ ଯିବାର ସୁଯୋଗ ପାଇବେ ଏହି ଶ୍ରେଣୀ ଛାତ୍ରଛାତ୍ରୀ । କୋଭିଡ କଟକଣା ଭିତରେ ସ୍କୁଲ ଖୋଲିଛି । ଏଥିପାଇଁ କଣ ସବୁ ବ୍ୟବସ୍ଥା ହୋଇଛି ଜାଣନ୍ତୁ ଏହି ଖବରରୁ ।
ଆଜିଠୁ ଷଷ୍ଠ ଓ ସପ୍ତମ ଶ୍ରେଣୀରେ କ୍ଲାସ୍ରୁମ୍ ପାଠପଢ଼ା ଆରମ୍ଭ ହୋଇଛି। ପ୍ରାୟ ଦେଢ଼ ବର୍ଷ ପରେ ସ୍କୁଲ ଯିବାର ସୁଯୋଗ ପାଇଥିବାରୁ ଛାତ୍ରଛାତ୍ରୀ ବେଶ୍ ଉତ୍ସାହିତ ଅଛନ୍ତି।
କାଲିଠୁ ଖୋଲିବ ଷଷ୍ଠ ଓ ସପ୍ତମ ଶ୍ରେଣୀ
ଭିତ୍ତିଭୂମି ନଥିବା ସ୍ଥାନରେ କେମିତି ହେବ ସଂକ୍ରମଣମୁକ୍ତ ଶିକ୍ଷାଦାନ ? ସ୍କୁଲ କର୍ତ୍ତୃପକ୍ଷ ଓ ଅଭିଭାବକଙ୍କ ମଧ୍ୟରେ ନା ନା ଆଶଙ୍କା । ସ୍କୁଲ ବିଶୋଧନ ସହ ଆଇସୋଲେସନ୍ ରୁମ୍ ପ୍ରସ୍ତୁତି ପାଇଁ ଏସ୍ଓପି ।
ନଭେମ୍ବର ୧୫ରୁ ଖୋଲିବ ଷଷ୍ଠ ଓ ସପ୍ତମ ଶ୍ରେଣୀ । ଏନେଇ ସୂଚନା ଦେଲେ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ।