• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Satyendu Shekher Mishra

ଏଣିକି ସ୍କୁଲରେ ଶିକ୍ଷାଦାନ ବେଳେ ମୋବାଇଲ ଫୋନରେ ବ୍ୟକ୍ତିଗତ କଥା ହୋଇ ପାରିବେନି ଶିକ୍ଷକ । ସମ୍ବଲପୁର ଜିଲ୍ଲା ଶିକ୍ଷା ଅଧିକାରୀ ମାନା ରାଣୀ ମଙ୍ଗଳ, ଜିଲ୍ଲାର ଶିକ୍ଷକ ଶିକ୍ଷୟିତ୍ରୀଙ୍କ ପାଇଁ ଏହି ଗାଇଡଲାଇନ ଜାରି କରିଛନ୍ତି । ଶିକ୍ଷା ଦାନରେ ବ୍ୟାଘାତ ସୃଷ୍ଟି ନ ହେବା ଉଦ୍ଦେଶ୍ୟରେ ଏଭଳି ଗାଇଡଲାଇନ୍ ଜାରି କରାଯାଇଥିବା କୁହାଯାଇଛି ।

ଏନେଇ କିଛି ମାସ ପୂର୍ବରୁ ନିର୍ଦ୍ଦେଶ ଦିଆଯାଇଥିଲା । ଏବେ ପୁଣି ସେହି ନିୟମାବଳୀକୁ ଦୋହରାଇଛନ୍ତି ଜିଲ୍ଲା ଶିକ୍ଷା ଅଧିକାରୀ । ବିଶେଷ କରି ଷଷ୍ଠରୁ ଦଶମ ଶ୍ରେଣୀ ଯାଏ ପିଲାଙ୍କୁ ପାଠ ପଢ଼ାଉଥିବା ଶିକ୍ଷକ ଶିକ୍ଷୟିତ୍ରୀ କ୍ଲାସ ରୁମରେ ମୋବାଇଲରେ ବ୍ୟକ୍ତିଗତ କଥା ହୋଇପାରିବେନି ବୋଲି ଗାଇଡ୍‌ଲାଇନ୍‌ ଜାରି ହୋଇଛି ।