କାଲି ସୁଦ୍ଧା ରିପୋର୍ଟ ମାଗିଲା ଉଚ୍ଚଶିକ୍ଷା ବିଭାଗ । ଇଣ୍ଟରନେଟ୍ ସମସ୍ୟାକୁ ଦୋଷ ଲଦି ଖସିିବାକୁ ଉଦ୍ୟମ ।
ଭଦ୍ରକ କଲେଜରେ ଆଡମିଶନ ଘୋଟଲା ମାମଲାରେ ଭୁବନେଶ୍ୱରରେ ବିକ୍ଷୋଭ। ABVP ପକ୍ଷରୁ ମାଷ୍ଟରକ୍ୟାଣ୍ଟିନ୍ ଛକରେ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି ଛାତ୍ରଛାତ୍ରୀ। ଭଦ୍ରକ କଲେଜ୍ ଆଡମିଶନ କେଳେଙ୍କାରୀ ମାମଲାରେ ସଂପୃକ୍ତ ବ୍ୟକ୍ତିଙ୍କୁ ତୁରନ୍ତ ଗିରଫ କରାଯାଇ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଦାବି କରିଛନ୍ତି। ଜାଲ୍ ଦିବ୍ୟାଙ୍ଗ ସାର୍ଟିଫିକେଟ ଦେଇ ଭଦ୍ରକ କଲେଜରେ ଆଡମିଶନ ଅଭିଯୋଗ ହୋଇଛି।
୮୦ ପ୍ରତିଶତ ମାର୍କ ରଖି ପିଲା ସିଟ୍ ପାଉନାହାନ୍ତି, ଅଥଚ ୪୦ ପ୍ରତିଶତ ମାର୍କ ଥିବା ପିଲା କଲେଜରେ ନାଁ ଲେଖାଉଥିବା ଅଭିଯୋଗ ହୋଇଛି।
ଡିସେମ୍ବର ୩୧ ପର୍ଯ୍ୟନ୍ତ ବଢ଼ିଲା ଇଞ୍ଜିନିୟରିଂ ଆଡମିସନ୍ର ସମୟସୀମା । ରାଜ୍ୟର ଇଞ୍ଜିନିୟରିଂ କଲେଜ ଗୁଡିକରେ ନାମଲେଖା ଶେଷ ତାରିଖ ଡିସେମ୍ବର ୩୧କୁ ବୃଦ୍ଧି ପାଇଛି ।