Advertisment

ଡିସେମ୍ବର ୩୧ ପର୍ଯ୍ୟନ୍ତ ବଢ଼ିଲା ଇଞ୍ଜିନିୟରିଂ ନାମଲେଖା : ସୂଚନା ଦେଲେ ଓପେକା ସମ୍ପାଦକ ବିନୋଦ ଦାସ

ରାଜ୍ୟର ଇଞ୍ଜିନିୟରିଂ କଲେଜ ଗୁଡିକରେ ନାମଲେଖା ଶେଷ ତାରିଖ ଡିସେମ୍ବର ୩୧କୁ ବୃଦ୍ଧି ପାଇଛି। ଏନେଇ ଓପେକା ସମ୍ପାଦକ ବିନୋଦ ଦାସ ସୂଚନା ଦେଇଛନ୍ତି।

author-image
Prangyan Parimita
ଅଦ୍ୟତନ ହୋଇଛି
Engineering Admission

Engineering Admission

ଭୁବନେଶ୍ୱର : ଡିସେମ୍ବର ୩୧ ପର୍ଯ୍ୟନ୍ତ ବଢ଼ିଲା ଇଞ୍ଜିନିୟରିଂ ଆଡମିସନ୍‌ର ସମୟସୀମା । ରାଜ୍ୟର ଇଞ୍ଜିନିୟରିଂ କଲେଜ ଗୁଡିକରେ ନାମଲେଖା ଶେଷ ତାରିଖ ଡିସେମ୍ବର ୩୧କୁ ବୃଦ୍ଧି ପାଇଛି । ରାଜ୍ୟ ସରକାରଙ୍କ ଧାର୍ଯ୍ୟ ସମୟସୀମା ୧୫ ତାରିଖ ଯାଏଁ ଥିବାବେଳେ ଏନେଇ ପ୍ରଥମେ ହାଇକୋର୍ଟ ଓ ପରେ ସୁପ୍ରିମକୋର୍ଟରେ ଆବେଦନ କରିଥିଲା ଓଡ଼ିଶା ପ୍ରାଇଭେଟ୍ ଇଞ୍ଜିନିଅରିଂ କଲେଜ ଆସୋସିଏସନ୍-ଓପେକା ।

Advertisment

ସୁପ୍ରିମକୋର୍ଟ ଏହାର ରାୟ ଶୁଣାଇ ସମୟସୀମାକୁ ବଢାଇଛନ୍ତି । ତେବେ ଓପେକା ସମ୍ପାଦକ ବିନୋଦ ଦାସ ଏହି ସୂଚନା ଦେଇଛନ୍ତି । ଗତବର୍ଷ ରାଜ୍ୟ ସରକାର ଡିସେମ୍ବର ୩୧ ତାରିଖ ପର୍ଯ୍ୟନ୍ତ ସମୟସୀମା ରଖିଥିବା ବେଳେ ଏବର୍ଷ କାହିଁକି କମାଇଲେ, ସେନେଇ ଓପେକା ପକ୍ଷରୁ ଆବେଦନ କରାଯାଇଥିଲା ।

ତେବେ ଏ ସମ୍ପର୍କରେ ଓପେକା ସମ୍ପାଦକ କହିଛନ୍ତି, ଡିସେମ୍ବର ୩୧ ପର୍ଯ୍ୟନ୍ତ ଇଞ୍ଜିନିୟରିଂ ଆଡମିସନର ସମୟସୀମା ବୃଦ୍ଧି ପାଇଛି । ଇଞ୍ଜିନିୟରିଂ ପଢ଼ିବା ପାଇଁ ଆଗ୍ରହୀ ଥିବା ଛାତ୍ରଛାତ୍ରୀ, ଡିସେମ୍ବର ୩୧ ପର୍ଯ୍ୟନ୍ତ ଯେକୌଣସି କଲେଜରେ ଆଡମିଶନ କରିପାରିବେ ।

Advertisment
Engineering Admission
Advertisment
Advertisment