• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Prangyan Parimita

ଭୁବନେଶ୍ୱର : ପ୍ରାଥମିକ ସ୍କୁଲ ଖୋଲିବ, କାନ୍ଧରେ ବହିବସ୍ତାନୀ ପକାଇ ସ୍କୁଲ ଯିବେ କୁନି କୁନି ଛାତ୍ରଛାତ୍ରୀ । କରୋନା ସଂକ୍ରମଣ ପାଇଁ ପ୍ରାୟ ଦେଢ଼ ବର୍ଷରୁ ଅଧିକ ସମୟ ବନ୍ଦ ରହିବା ପରେ ପ୍ରାଥମିକ ସ୍କୁଲ ଖୋଲିବା ପାଇଁ ନିଷ୍ପତ୍ତି ନେଇଛନ୍ତି ରାଜ୍ୟ ସରକାର । ରାଜ୍ୟରେ ଆସନ୍ତା ଜାନୁଆରୀ ମାସ ୩ ତାରଖରୁ ପ୍ରାୟ ୨୭ ହଜାର ପ୍ରାଥମିକ ସ୍କୁଲ ଖୋଲିବ । ପ୍ରଥମରୁ ପଞ୍ଚମ ଶ୍ରେଣୀ ପର୍ଯ୍ୟନ୍ତ ପିଲାମାନେ ସ୍କୁଲ ଯିବେ । ସକାଳ ୯ଟାରୁ ୧୨ଟା ପର୍ଯ୍ୟନ୍ତ ସ୍କୁଲରେ ପାଠପଢ଼ା ଚାଲିବ । ଏସମ୍ପର୍କରେ ସୂଚନା ଦେଇଛନ୍ତି ସ୍କୁଲ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଂଜନ ଦାଶ ।

ତେବେ ଯେଉଁ ସ୍କୁଲରେ ସମ୍ମେଟିଭ୍ ପରୀକ୍ଷା ହେବ, ସେଠି ୧୦ରୁ ଖୋଲିବ ସ୍କୁଲ୍ । ସ୍କୁଲ ଖୋଲିବା ପରେ ସକାଳ ୯ଟାରୁ ୧୨ଟା ପର୍ଯ୍ୟନ୍ତ କ୍ଲାସ୍ ହେବ । ତେବେ କରୋନା ସଂକ୍ରମଣ ଭିତରେ ସ୍କୁଲ ଖୋଲୁଥିବାରୁ କୋଭିଡ଼ ଗାଇଡଲାଇନ ମାନି ପାଠପଢ଼ା ଚାଲିବ ବୋଲି ବିଭାଗୀୟ ମନ୍ତ୍ରୀ କହିଛନ୍ତି । ଅନ୍ୟାନ୍ୟ କ୍ଲାସ୍‌ ପାଇଁ ଥିବା ଏସଓପି ମାନିବାକୁ ପଡ଼ିବ ।

ତେବେ ପିଲାଙ୍କୁ ଟିକା ଦିଆଯାଇ ନଥିବା ବେଳେ ସରକାରଙ୍କ ସ୍କୁଲ ଖୋଲା ନିଷ୍ପତ୍ତି ନେଇ ସମସ୍ତଙ୍କ ମନରେ ପ୍ରଶ୍ନ ଉଙ୍କି ମାରୁଛି । ତେବେ ଏନେଇ ମଧ୍ୟ ପ୍ରତିକ୍ରିୟା ରଖିଛନ୍ତି ମନ୍ତ୍ରୀ । ପିଲାଙ୍କ ଟିକାକରଣ ପାଇଁ ସରକାର ପ୍ରକ୍ରିୟା ଆରମ୍ଭ କରିଛନ୍ତି । କେନ୍ଦ୍ର ସରକାରଙ୍କ ଗାଇଡଲାଇନ୍ ଅନୁସାରେ ପିଲାଙ୍କ ଟିକାକରଣ ଚାଲିବ । ତେଣୁ ସବୁ ଦୃଷ୍ଟିକୋଣକୁ ଧ୍ୟାନରେ ରଖି ପ୍ରାଥମିକ ପିଲାଙ୍କ ପାଇଁ ସ୍କୁଲ ଖୋଲିବା ପାଇଁ ନିଷ୍ପତ୍ତି ହୋଇଛି ।

କରୋନା ସଂକ୍ରମଣ ପାଇଁ ଅନେକ ଦିନ ହେବ ସ୍କୁଲ ବନ୍ଦ ଥିଲା । ସଂକ୍ରମଣ ସାମାନ୍ୟ କମିବା ପରେ ଛାତ୍ରଛାତ୍ରୀଙ୍କ ଅନଲାଇନ୍‌ରେ ପାଠ ପଢ଼ାଇବା ପାଇଁ ନିର୍ଦ୍ଦେଶ ଦେଇଥିଲେ ସରକାର । ହେଲେ ସମସ୍ତଙ୍କ ପାଖରେ ଆଣ୍ଡ୍ରଏଡ ଫୋନ୍ ନଥିବାରୁ ଅନେକ ପିଲା ପାଠପଢ଼ାରୁ ବଞ୍ଚିତ ହେଉଥିଲେ ।