Advertisment

୧୦୦ ମେଧାବୀ ଛାତ୍ରଛାତ୍ରୀଙ୍କୁ ସ୍କଲାରସିପ୍‌ ଦେବ ରିଲାଏନ୍ସ

୫ ବର୍ଷୀୟ ଡିଗ୍ରୀ ପାଠ୍ୟକ୍ରମରେ ଅଧ୍ୟୟନ କରୁଥିବା ଅଣ୍ଡର ଗ୍ରାଜୁଏଟ୍‌ ଏବଂ ସ୍ନାତକୋତ୍ତରରେ ପ୍ରଥମ ବର୍ଷ ଛାତ୍ରଛାତ୍ରୀ ଏଥିପାଇଁ ଆବେଦନ କରିପାରିବେ ।

author-image
Chandan Shishu
Reliance Foundation Scholarship

Reliance Foundation Scholarship

ମୁମ୍ବାଇ: ଭାରତର ଭବିଷ୍ୟତର ପ୍ରଯୁକ୍ତି ନେତୃତ୍ୱ ସମ୍ଭାବନା ଥିବା ଛାତ୍ରଛାତ୍ରୀଙ୍କୁ ପରିପୋଷଣ କରିବା ନିମନ୍ତେ ଏକ ଅଗ୍ରଣୀ ପ୍ରୟାସ। ରିଲାଏନ୍ସ ଫାଉଣ୍ଡେସନ ସ୍କଲାରସିପ୍‌ ଆବେଦନ ପାଇଁ ଆହ୍ୱାନ କରିଛି ରିଲାଏନ୍ସ ଫାଉଣ୍ଡେସନ। ଏଥିରେ ୧୦୦ ଜଣ ସବୁଠାରୁ ମେଧାବୀ ଅନୁସ୍ନାତକ(ଅଣ୍ଡର ଗ୍ରାଜୁଏଟ୍‌) ଏବଂ ସ୍ନାତକୋତ୍ତର ଛାତ୍ରଛାତ୍ରୀଙ୍କୁ  ସହାୟତା ଯୋଗାଇ ଦିଆଯିବ, ଯାହା ସେମାନଙ୍କୁ ସାମାଜିକ କଲ୍ୟାଣ ନିମନ୍ତେ ସେମାନଙ୍କର କୁଶଳତାରେ ଅଭିବୃଦ୍ଧି ଘଟାଇବାରେ ସହାୟକ ହେବ। ଭାରତର ବୈଷୟିକ ବିକାଶରେ ରିଲାଏନ୍ସ ଫାଉଣ୍ଡେସନ୍ ବୃତ୍ତିଧାରକମାନେ ଆଗରେ ରହିବା ଏବଂ ନେତୃତ୍ୱ ନେବାର ସୁଯୋଗ ନେଇପାରିବେ ।

Advertisment

ଆର୍ଟିଫିସିଆଲ ଇଂଟେଲିଜେନ୍ସ, କଂପ୍ୟୁଟର ବିଜ୍ଞାନ, ଗଣିତ ଓ କଂପ୍ୟୁଟିଂ, ଇଲେକ୍ଟ୍ରିକାଲ ବା ଇଲେକଟ୍ରୋନିକ୍ସି ଇଞ୍ଜିନିୟରିଂରେ ୫ ବର୍ଷୀୟ ଡିଗ୍ରୀ ପାଠ୍ୟକ୍ରମରେ ଅଧ୍ୟୟନ କରୁଥିବା ଅନୁସ୍ନାତକ (ଅଣ୍ଡର ଗ୍ରାଜୁଏଟ୍‌) ଏବଂ ସ୍ନାତକୋତ୍ତରରେ ପ୍ରଥମ ବର୍ଷ ଛାତ୍ରଛାତ୍ରୀ ଏଥିପାଇଁ ଆବେଦନ କରିପାରିବେ । ଏହି କାର୍ଯ୍ୟକ୍ରମରେ ୬୦ ଜଣ ପର୍ଯ୍ୟନ୍ତ ଅନୁସ୍ନାତକ ଛାତ୍ରଛାତ୍ରୀଙ୍କୁ ୪ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଅନୁଦାନ ପ୍ରଦାନ କରାଯିବା ବ୍ୟବସ୍ଥା ରହିଥିବା ବେଳେ ୪୦ ଜଣ ପର୍ଯ୍ୟନ୍ତ ସ୍ନାତକୋତ୍ତର ଛାତ୍ରଛାତ୍ରୀଙ୍କୁ ୬ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଅନୁଦାନ ସେମାନଙ୍କ ଅଧ୍ୟୟନ କାଳରେ ପ୍ରଦାନ କରାଯିବ। ଏହି ବୃତ୍ତି ପାଇଁ ଆବେଦନ କରିବାକୁ କୌଣସି ଦେୟ ରଖାଯାଇନାହିଁ । ସମାଜ କଲ୍ୟାଣ ଏବଂ ଛାତ୍ରଛାତ୍ରୀଙ୍କୁ ସହାୟତା କରିବା କ୍ଷେତ୍ରରେ ଏକ କର୍ପୋରେଟ ଦ୍ୱାରା ମୂଲ୍ୟଗତ ଦୃଷ୍ଟିରୁ ଏହା ଅନ୍ୟତମ ସର୍ବବୃହତ ସ୍କଲାରସିପ୍‌ କାର୍ଯ୍ୟକ୍ରମ ହୋଇଛି। 

୨୦୨୧ ବର୍ଷରେ ୭୬ ଜଣ ଅନୁସ୍ନାତକ ଓ ସ୍ନାତକୋତ୍ତର ପ୍ରଥମ ବର୍ଷ ଛାତ୍ରଛାତ୍ରୀଙ୍କୁ ଆର୍ଟିଫିସିଆଲ ଇଂଟେଲିଜେନ୍ସ (ଏଆଇ), କଂପ୍ୟୁଟର ବିଜ୍ଞାନ ଆଦି ଶିକ୍ଷା ନିମନ୍ତେ ପ୍ରଥମ ରିଲାଏନ୍ସ ଫାଉଣ୍ଡେସନ ସ୍କଲାରସିପ୍‌ ପ୍ରଦାନ କରାଯାଇଥିଲା। ରିଲାଏନ୍ସ ଫାଉଣ୍ଡେସନର ଏହି ମେଧାସଂପନ୍ନ ଛାତ୍ରଛାତ୍ରୀ ଦେଶର ୧୪ଟି ରାଜ୍ୟର ୨୧ଟି ଶୀର୍ଷସ୍ତରୀୟ ବିଜ୍ଞାନ ଓ ଇଞ୍ଜିନିୟରିଂ ଶିକ୍ଷା ପ୍ରତିଷ୍ଠାନରେ ବଛା ବଛା ଡିଗ୍ରୀ ପାଠ୍ୟକ୍ରମରେ ପୂର୍ଣ୍ଣକାଳୀନ ଅଧ୍ୟୟନ କରୁଛନ୍ତି। ଏହି ପ୍ରଥମ ବ୍ୟାଚ ମେଧାବୀ ଛାତ୍ରଛାତ୍ରୀ ଇତିମଧ୍ୟରେ ଶିଳ୍ପ କ୍ଷେତ୍ରରେ ବିଶେଷଜ୍ଞମାନଙ୍କ ସହିତ ଏକାଧିକ ବୃତ୍ତିଗତ ଦକ୍ଷତା ପରିବର୍ଦ୍ଧନକାରୀ କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିସାରିଛନ୍ତି । 

Advertisment

ରିଲାଏନ୍ସ ଫାଉଣ୍ଡେସନ ବୃତି ଅତ୍ୟନ୍ତ କଠିନ ଏବଂ ତୀବ୍ର ପ୍ରତିଯୋଗିତାମୂଳକ ମନୋନୟନ ପ୍ରକ୍ରିୟାରେ ଭାରତରେ ସବୁଠାରୁ ମେଧାବୀ ଛାତ୍ରଛାତ୍ରୀଙ୍କୁ ମନୋନୀତ କରିବ । ଏହି ପ୍ରକ୍ରିୟା ମଧ୍ୟରେ ଅନ୍‌ଲାଇନ ଆବେଦନ ସହିତ ଭାରତୀୟ ଏବଂ ଆନ୍ତର୍ଜାତିକ ବିଶେଷଜ୍ଞମାନଙ୍କର ଏକ ମଣ୍ଡଳୀ ଦ୍ୱାରା ସାକ୍ଷାତକାର ପ୍ରକ୍ରିୟା ସାମିଲ ରହିଛି । ମେଧା ଆଧାରରେ ଛାତ୍ରଛାତ୍ରୀଙ୍କୁ ବୃତ୍ତି (ସ୍କଲାରସିପ୍‌) ପ୍ରଦାନ କରାଯିବ ଏବଂ ସମସ୍ତ ସାମାଜିକ-ଅର୍ଥନୈତିକ ପୃଷ୍ଠଭୂମିରୁ ଆସୁଥିବା ଛାତ୍ରଛାତ୍ରୀଙ୍କୁ ଏଥିପାଇଁ ଆବେଦନ କରିବାକୁ ଉତ୍ସାହିତ କରାଯାଉଛି ।

ଲାଏନ୍ସ ଫାଉଣ୍ଡେସନ ବିଦ୍ୟାଳୟସମୂହ ବର୍ଷକୁ ୧୪ ହଜାର ଛାତ୍ରଛାତ୍ରୀଙ୍କୁ ଗୁଣାତ୍ମକ ଶିକ୍ଷା ପ୍ରଦାନ କରୁଛି । ଧୀରୁଭାଇ ଅମ୍ବାନି ବୃତି ୧୯୯୬ ଠାରୁ ୧୨,୫୦୦ରୁ ଅଧିକ ଛାତ୍ରବୃତ୍ତି ଉଚ୍ଚଶିକ୍ଷା ପାଇଁ ମେଧା-ତଥା-ସାଧନ ଆଧାରରେ ପ୍ରଦାନ କରିସାରିଛି । 

Scholarship Reliance Foundation
Advertisment
Advertisment