/odishatv-khabar/media/post_attachments/uploadimage/library/16_9/16_9_0/IMAGE_1639830985.jpeg)
Education Minister
ନୂଆଦିଲ୍ଲୀ: ଏଣିକି କଲେଜ୍ ଓ ବିଶ୍ୱବିଦ୍ୟାଳୟର ୟୁଜି ପାଠ୍ୟକ୍ରମରେ ଯୋଡି ହେବ ନୈତିକ ଶିକ୍ଷା ଉପରେ ସ୍ୱତନ୍ତ୍ର ପାଠ୍ୟକ୍ରମ । +୩ରେ ବାଧ୍ୟତାମୂଳକ ବିଷୟ ଭାବେ ସାମିଲ କରାଯିବ । ଏନେଇ ଉଚ୍ଚଶିକ୍ଷା ମନ୍ତ୍ରୀ, ସଚିବ ଏବଂ ବିଭାଗୀୟ ଅଧିକାରୀ, ବିଭିନ୍ନ ବିଶ୍ୱବିଦ୍ୟାଳୟର କୁଳପତି, କଲେଜ୍ ଗୁନିକର ଅଧ୍ୟକ୍ଷଙ୍କୁ ନେଇ ଏକ ଉଚ୍ଚସ୍ତରୀୟ ବୈଠକ ଆୟୋଜନ ହୋଇଥିଲା ।
Advertisment
ଏହି ବୈଠକରେ ଏନେଇ ବିସ୍ତୃତ ଆଲୋଚନା କରାଯାଇଥିଲା । ପରିଷଦ କାର୍ଯ୍ୟାଳୟରେ ବସିଥିବା ଏହି ବୈଠକରେ ନୈତିକତା ଓ ମୂଲ୍ୟବୋଧ ସମ୍ପର୍କିତ ବହିକୁ ଉନ୍ମୋଚନ କରାଯାଇଛି । ବହିର ଭିଡିଓ ଲେକ୍ଚର ସହ ପରିଷଦ ୱେବସାଇଟ୍ରେ ଡିଜିଟାଲ ଭର୍ସନ ଉପଲବ୍ଧ ହେବ । ଏହି ବିଷୟରେ ୬ଟି ୟୁନିଟ ରହିଥିବା ନେଇ ଉତ୍କଳ ବିଶ୍ୱବିଦ୍ୟାଳୟର କୁଳପତି ସୂଚନା ଦେଇଛନ୍ତି । ନୈତିକ ଶିକ୍ଷା ନେଇ ୬ଟି ସେମିଷ୍ଟାରରେ ୨୫ ମାର୍କ ଲେଖାଏଁ ପରୀକ୍ଷା କରାଯିବ ବୋଲି ମଧ୍ୟ ଜଣାପଡ଼ିଛି ।
Advertisment
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)