ଇଟା ତଳୁ ଉଦ୍ଧାର ହେଲା ଯୁବକଙ୍କ ମୃତଦେହ। ବୀଭତ୍ସ ହତ୍ୟା ପରେ ଲୁଚା ଯାଇଥିଲା ମୃତଦେହ। ରାଜଧାନୀ ଭୁବନେଶ୍ୱରରେ ଜଣେ ଯୁବକଙ୍କ ମୃତଦେହ ଇଟା ତଳୁ ମିଳିବା ପରେ ଚାଞ୍ଚଲ୍ୟ ସୃଷ୍ଟି ହୋଇଛି।
ଯେଉଁ ଘରେ ଏହି କାଣ୍ଡ ଘଟିଛି ପହଞ୍ଚିଲା ଛାନ୍ଭିନ୍ ପୋଲିସ
ସରକାରୀ କର୍ମଚାରୀଙ୍କୁ କେନ୍ଦ୍ରମନ୍ତ୍ରୀ ବିଶ୍ୱେଶ୍ୱର ଟୁଡୁ ମାଡ଼ ମାରିବା ଘଟଣା। ବାରିପଦା ଟାଉନ ଥାନାରେ ହାଜର ହେଲେ କେନ୍ଦ୍ରମନ୍ତ୍ରୀ ବିଶ୍ୱେଶ୍ୱର ଟୁଡୁ। ପୂର୍ବରୁ ସରକାରୀ ଅଧିକାରୀ ମାନେ କେନ୍ଦ୍ରମନ୍ତ୍ରୀ ବିଶେଶ୍ୱର ଟୁଡୁ ସେମାନଙ୍କୁ ମାଡ଼ ମାରିଥିବା ନେଇ ଅଭିଯୋଗ ହୋଇଥିଲା । ଏନେଇ କେନ୍ଦ୍ରମନ୍ତ୍ରୀଙ୍କ ନାଁରେ ବାରିପଦା ଟାଉନ ଥାନାରେ ଏକ ମାମଲା ମଧ୍ୟ ରୁଜୁ ହୋଇଥିଲା ।
୧ କୋଟି ୩୯ ଲକ୍ଷ ୬୦ ହଜାର ୪୭୯ ଟଙ୍କା ଚୂନ ଲଗାଇଲେ ଠକ । ରାଜଧାନୀରେ ସାଇବର ଠକଙ୍କ ପ୍ରାଦୁର୍ଭାବ ନେଇ ସାଇବର ସେଲର ସୂଚନା । ଠକଙ୍କ ନିକଟରୁ ୨୩ ଲକ୍ଷ ଟଙ୍କା ବ୍ଲକ କରାଯିବା ସହ ଫେରସ୍ତ ଅଣାଯାଇଛି । ଫେବ୍ରୁଆରୀରେ ରାଜଧାନୀ ସାଇବର ସେଲରେ ୬୦ଟି ମାମଲା ରୁଜୁ ହୋଇଛି ।
ଆଳୁ ଖୋଳୁ ଖୋଳୁ ମହାଦେବ ବାହାରିବା ଭଳି, ନକଲି ଡାକ୍ତର ରମେଶ ସ୍ୱାଇଁ ନାଁରେ ଲମ୍ବି ଚାଲିଛି ଅଭିଯୋଗର ଫର୍ଦ୍ଦ । ୧୮ ପତ୍ନୀଙ୍କୁ ବିବାହ କରି ଚର୍ଚ୍ଚାରେ ରହିଥିବା ନକଲି ଡାକ୍ତର ରମେଶ ସ୍ୱାଇଁ ନାଁରେ ପୁଣି ଦୁଇଟି ଥାନାରେ ରୁଜୁ ହୋଇଛି ମାମଲା ।
୨୦୧୮ରେ ରାଜନଗର ଥାନା ଅଞ୍ଚଳରେ ଘଟିଥିଲା ନାବାଳିକା ଦୁଷ୍କର୍ମ। ଦୋଷୀକୁ ୨୦ ବର୍ଷ ସଜା ସହ ୫୦ ହଜାର ଜରିମାନା କଲେ ସ୍ପେଶାଲ ପକ୍ସୋ କୋର୍ଟ ।
୬୯ ହଜାର ଟଙ୍କା ଠକେଇ ଅଭିଯୋଗରେ ପାହାଳ ଥାନାରେ ମାମଲା ରୁଜୁ ହୋଇଥିବା ବେଳେ କାର ନମ୍ବର ରେଜିଷ୍ଟ୍ରେସନ୍ ପାଇଁ ଜାଲ୍ ଡକ୍ୟୁମେଣ୍ଟ ଦେଇଥିବାରୁ ସହିଦନଗର ଥାନାରେ ରୁଜୁ ହୋଇଛି ମାମଲା ।
ରାତି ଅଧରେ ଫୁଲିଟା ବୋମା । ଢେଙ୍କାନାଳ ଜିଲ୍ଲା କାମାକ୍ଷାନଗର ଥାନା ମହୁଲପାଳ ଗାଁରେ ବୋମା ଫୁଟିଥିଲା ଫଳରେ ଗୋଟିଏ ପରିବାରର ୫ ଜଣ ସଦସ୍ୟ ଅଳ୍ପକେ ବର୍ତ୍ତିଛନ୍ତି । ଗୁଣି ଗାରେଡି ସନ୍ଦେହକୁ ନେଇ ବୋମା ମାଡ଼ ହୋଇଥିବା ଅଭିଯୋଗ ହୋଇଛି ।
ଇୱେଲ ବିଲ୍ ଓ ସେଲ୍ ବିଲ୍ ସହ କେତେ ଟଙ୍କାର ସାମଗ୍ରୀ, କେଉଁଠୁ କାହା ପାଖକୁ ଯାଉଛି, କେଉଁ ମାଧ୍ୟମରେ ସାମଗ୍ରୀ ପଠାଯାଉଛି, ତାହାର ବିସ୍ତୃତ ବିବରଣୀ ରହିବା କଥାା କିନ୍ତୁ ଏମାନଙ୍କ ପାଖରେ ସେଭଳି କୌଣସି ତଥ୍ୟ ନାହିଁ।
୩୨ କେଜି ସୁନାର କଳା କାରବାର ପାଇଁ ଗଳାବାଟ ବାଛି ହରଡ଼ଘଣାରେ ମୁମ୍ବାଇର ସୁନା ବ୍ୟବସାୟୀ । ଭୁବନେଶ୍ୱରର ଏକାଧିକ ପ୍ରତିଷ୍ଠିତ ବ୍ୟବସାୟୀଙ୍କ ପାଇଁ ୧୬ କୋଟିର ସୁନା ଆଣି ଫସିଛନ୍ତି ଏକ ବ୍ୟାବସାୟିକ ପ୍ରତିଷ୍ଠାନର କର୍ମଚାରୀ ।
ଶୂଆ ଏକ ବନ୍ୟ ପ୍ରାଣୀ । ତେଣୁ ତାକୁ ଘରେ ପଞ୍ଜୁରୀ ଭିତରେ ରଖିବା ଏକ ପ୍ରକାର ଅପରାଧ । ଏହା ଜାଣି ମଧ୍ୟ ସମସ୍ତେ ଘରେ ଶୂଆ ରଖିବାକୁ ଇଚ୍ଛୁକ । ଆଉ ବନ ବିଭାଗ ମଧ୍ୟ ଏଥିପ୍ରତି ବିଶେଷ ଗୁରୁତ୍ୱ ଦେଉ ନାହିଁ ।
ବାଇକ୍ରେ ଯାଉଥିବାବେଳେ ଯୁବକଙ୍କୁ ଅଟକାଇ ପ୍ରଥମେ ଲୁଟ୍ କଲେ ଓ ପରେ ହତ୍ୟା କଲେ । ଖଲ୍ଲିକୋଟରୁ ଏହି ଅଭାବନୀୟ ଘଟଣା ସାମ୍ନାକୁ ଆସିବା ପରେ ଉକ୍ତ ଘଟଣାରେ ଏବେ ସନ୍ଧାନୀ କୁକୁର ସହ ସାଇଣ୍ଟିଫିକ୍ ଟିମର ଯାଞ୍ଚ ଆରମ୍ଭ ହୋଇଛି ।
ବଳି ଯାତ୍ରା ପାଳିବା ଲାଗି କୁକୁର ଛୁଆକୁ ହତ୍ୟା କଲେ ଓ ରକ୍ତ ପିଇଲେ। ଅଳ୍ପ ବୟସର ଶିଶୁମାନେ ଖେଳରେ ଖେଳରେ ବଳି ଯାତ୍ରା ପାଳନ ପାଇଁ ଏଭଳି କରିଥିବା ଘଟଣା ଏବେ ସାମ୍ନାକୁ ଆସିଛି।
ରାଜଧାନୀ ଭୁବନେଶ୍ୱରରେ ୭ ଲକ୍ଷ ଟଙ୍କାର ଜାଲ୍ ନୋଟ୍ ଜବତ ହୋଇଛି। ଖାରବେଳ ନଗର ଅଞ୍ଚଳରୁ ପୋଲିସ୍ ଏହିସବୁ ଜାଲ୍ ନୋଟ୍ ଜବତ କରିବା ସହ ୨ ଜଣଙ୍କୁ ଗିରଫ କରିଛି।
ସିନେମା ପରି ମଦ ଚାଲାଣ ଚାଲିଥିଲା, ହେଲେ ପୋଲିସ୍ ହାତରେ ଧରାପଡ଼ିଗଲେ . . .
୬ ବର୍ଷର ଝିଅକୁ ପିଟି ପିଟି ମାରିଦେଲେ ବାପା, ମାଆ । ଗଞ୍ଜାମ ଦିଗପହଣ୍ଡି ଥାନା ତେନ୍ତୁଳିଆ ସାହିରୁ ସାମ୍ନାକୁ ଆସିଛି ଏହି ଅଭାବନୀୟ ଘଟଣା ।
ରମେଶର କ୍ରାଇମ୍ ପାର୍ଟନର ତା ଭଉଣୀଙ୍କୁ ରିମାଣ୍ଡରେ ଆଣିବାକୁ ଆବେଦନ କରିବ ପୋଲିସ ।
ରାଜ୍ୟ ବାହାରୁ ନକଲି ବିଦେଶୀ ମଦ ବୋତଲର ସାମଗ୍ରୀର ଆଣି ରାଜ୍ୟ ତଥା ରାଜ୍ୟ ବାହାରକୁ ସପ୍ଲାଇ କରୁଥିଲା ଜୟ ପ୍ରକାଶ। ପଡୋଶୀ ଓ ଘର ମାଲିକଙ୍କୁ ସ୍ପେୟାର ପାର୍ଟ୍ସ ବେପାର କରୁଥିବା କହି ଚଳାଇଥିଲେ ଏହି କଳା ବ୍ୟବସାୟ।
ପୋଲିସ ଆକ୍ରମଣରେ ମହିଳାଙ୍କ ମୃତ୍ୟୁ । ଗଞ୍ଜାମରୁ ସାମ୍ନାକୁ ଆସିଛି ଏଭଳି ସଙ୍ଗୀନ ଅଭିଯୋଗ । ଗଞ୍ଜାମ ଜରଡ଼ା ଥାନା ଧାଡିଆମ୍ବ ଗାଁର ରାହାସ ଶବର ମହିଳାଙ୍କ ସ୍ୱାମୀଙ୍କୁ ଗିରଫ କରିବାକୁ ଯାଇିଥିବାବେଳେ, ପୋଲିସକୁ ବିରୋଧର କରିବାରୁ ମହିଳା ଜଣକ ଆକ୍ରମଣର ଶିକାର ହୋଇଲେ । ଯାହା ପରେ ତାଙ୍କର ମୃତ୍ୟୁ ହୋଇଥିବା ଅଭିଯୋଗ କରାଯାଇଛି ।
ଶେଷ ପର୍ଯ୍ୟାୟ ମତଦାନ ପୂର୍ବରୁ ନୟାଗଡ଼ ଜିଲ୍ଲାରେ ଗଡ଼ିଛି ମୁଣ୍ଡ । ଖଣ୍ଡପଡ଼ା ଥାନା ଅନ୍ତର୍ଗତ ବଡ଼ବୋଦସା ଗାଁ ଦାଣ୍ଡରେ ବୋମାମାଡ଼ ହୋଇ ଜଣେ ଯୁବକଙ୍କ ଜୀବନ ଯାଇଥିବା ସୂଚନା ମିଳିଛି ।
ବନ୍ଧା ହେଲେ ଠକ ଡାକ୍ତରଙ୍କ ଭଉଣୀ । ଗିରଫ ହେଲେ ୧୮ ଭାଉଜଙ୍କ ଅଳିଅଳି ନଣନ୍ଦ । ଯିଏ ଭାଇର କ୍ରାଇମପାର୍ଟନର ସାଜି ଚଳାଉଥିଲେ ଠକଭଣ୍ଡର କଳା ବେପାର । ହେଲେ ଏବେ ବିବାହ ନାଁରେ ମହିଳାଙ୍କୁ ଲୁଟ୍ର ଖେଳ ଖତମ୍ ।
ଠକ ଭାଇ ସାଙ୍ଗେ ଭଉଣୀ ସାଙ୍ଗ, ମିଶିକି ରଚୁଥିଲେ ବିବାହର ବ୍ଲୁ ପ୍ରିଣ୍ଟ। ଫସୁଥିଲେ ହାଇ ପ୍ରୋଫାଇଲ୍ ମହିଳା। ପ୍ରତି ବାହାଘରରେ ଭଉଣୀ ନେଉଥିଲେ ନଣନ୍ଦ ପୁଟୁଳି।
ଭୁବନେଶ୍ୱର ଇନ୍ଫୋସିଟି ଥାନା ଅନ୍ତର୍ଗତ କଳାରାହାଙ୍ଗ ଠାରେ ଗତ ଜାନୁଆରୀ ୩୦ରେ ସୌମ୍ୟରଂଜନ ଆତ୍ମହତ୍ୟା କରିଥିଲେ । ତେବେ ସୌମ୍ୟଙ୍କ ମୃତ୍ୟୁ ପାଇଁ ତାଙ୍କ ପ୍ରେମିକାଙ୍କୁ ଦାୟୀ କରିଥିଲେ ପରିବାର ।
ନକଲି ଡାକ୍ତରଙ୍କ ଏକାଧିକ ବାହାଘରରେ ଭଉଣୀ ସାମିଲ ଥିଲେ । ଅଭିଯୁକ୍ତ ରମେଶ ସହ ତାଙ୍କ ଉଭଣୀକୁ ଭିଡିଓ କନଫରେନ୍ସିଂରେ ଏକାସଙ୍ଗରେ ପଚରା ଉଚରା କରାଯାଇଥିଲା ।
420 ଡାକ୍ତର ରମେଶ ସ୍ୱାଇଁଙ୍କ ନୂଆ କାହାଣୀ । ଧନ ସମ୍ପତ୍ତି ଲୁଟ୍ ପାଇଁ ନକଲି ଡାକ୍ତର ରମେଶ ସ୍ୱାଇଁ କେମିିତି ୧୮ ମହିଳାଙ୍କୁ ବିବାହ କରିଥିଲେ, ତାହା ତ ଆପଣ ଜାଣିଛନ୍ତି । ହେଲେ ଏହି ଠକ ଡାକ୍ତରଙ୍କ କ୍ରାଇମ ସିଣ୍ଡିକେଟ୍ରେ ଆଉ କେଉଁମାନେ ଅଛନ୍ତି ଜାଣିଲେ ମୁଣ୍ଡରେ ହାତ ଦେଇଦେବେ ।