• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Otv Khabar Bureau

ସହକାରୀ ଯନ୍ତ୍ରୀଙ୍କ ଘରୁ ମିଳିଲା ନଗଦ ପ୍ରାୟ ୨ କୋଟି ଟଙ୍କା । ଭଞ୍ଜନଗର କ୍ଷୁଦ୍ରଜଳସେଚନ ସହକାରୀ ଯନ୍ତ୍ରୀ କାର୍ତ୍ତିକେଶ୍ୱର ରାଉଳଙ୍କ ଘରୁ ନଗଦ ୨ କୋଟି ଟଙ୍କା ଜବତ କରାଯାଇଛି । ଭୁବନେଶ୍ୱର ଟାଟା ଆରିଆନା ସ୍ଥିତ ଯନ୍ତ୍ରୀଙ୍କ ଫ୍ଲାଟରୁ ଟଙ୍କା ମିଳିଥିବାର ସୂଚନା ମିଳିଛି । ନଗଦ ୨ କୋଟି ଜବତ କରିବା ଭିଜିଲାନ୍ସ ଇତିହାସରେ ରେକର୍ଡ । ଟଙ୍କା ଗଣିବା ପାଇଁ ଟଙ୍କା ଗଣା ମେସିନ ମଧ୍ୟ ବ୍ୟବହାର କରାଯାଇଛି । ଲକ୍ଷାଧିକ ଟଙ୍କାର ସୁନା ବିସକୁଟ୍‌ ମଧ୍ୟ ଜବତ ହୋଇଛି । ତେବେ ଏହି ଟଙ୍କା କେଉଁଠୁ ଆସିଲା ସେନେଇ ଯନ୍ତ୍ରୀଙ୍କ ପାଖରେ ହିସାବ ନାହିଁ । 

ମିଳିଥିବା ସୂଚନା ଅନୁଯାୟୀ ଯନ୍ତ୍ରୀଙ୍କ ଘରେ ୬ ଜଣ ଭିଜିଲାନ୍ସ ଅଫିସର ରେଡ୍‌ କରିଥିଲେ । ଘରୁ ନଗଦ ୨ କୋଟି ସହ ୨୦ଟି ସୁନା ବିସକୁଟ୍‌ ଜବତ ହୋଇଛି । ସୁନା ବିସ୍‌କୁଟ୍‌ର ଓଜନ ପାଖାପାଖି ୫୮୦ ଗ୍ରାମ ହୋଇଥିବା ସୂଚନା ।

Vigillance raid୫୮୦ ଗ୍ରାମ ସୁନା ଜବତ

ଅଧିକାରୀ ଜଣକ ହେଲେ ଭଂଜନଗରର ସହକାରୀ ଯନ୍ତ୍ରୀ କାର୍ତ୍ତିକେଶ୍ୱର ରାଉଳ ଓ ତାଙ୍କ ଦ୍ୱିତୀୟ ପତ୍ନୀ କଳ୍ପନା ପ୍ରଧାନ । ତାଙ୍କ ଘରୁ ପୁଳା ପୁଳା ବଣ୍ଡଲ୍ ନୋଟ୍ ଜବତ ହୋଇଛି । ଭଞ୍ଜନଗର ଏମ୍ଆଇ ଡିଭିଜନର ସହକାରୀ ଯନ୍ତ୍ରୀ କାର୍ତ୍ତିକେଶ୍ୱର ରାଉଳଙ୍କ କୋଟି କୋଟି ଟଙ୍କାର ସମ୍ପତ୍ତି ବି ଠାବ ହୋଇଛି ।

ପୂର୍ବରୁ ଚଢ଼ାଉ ବେଳେ କାର୍ତ୍ତିକେଶ୍ୱରଙ୍କ ୨ କୋଟି ୭୬ ଲକ୍ଷ ଟଙ୍କାର ସଂପତ୍ତି ମିଳିଥିଲା । ତାମଧ୍ୟରେ ରହିଛି ୨ଟି ଫ୍ଲାଟ, ୭ଟି ପ୍ଲଟ ଏବଂ ଭୁବନେଶ୍ୱର ଜାଗମରାରେ ଗୋଟିଏ ଦୁଇ ମହଲା କୋଠା, ଗୋଟିଏ ୩ ବିଏଚ୍‌କେ ଓ ଆଉ ଗୋଟିଏ ୨ ବିଏଚ୍‌କେ ଫ୍ଲାଟ୍ । ତାସହ ୩୭ ଲକ୍ଷ ୨୩ ହଜାର ଟଙ୍କାର ବ୍ୟାଙ୍କ ଡିପୋଜିଟ ମିଳିବା ସହ ନଗଦ ଅଢ଼େଇ ଲକ୍ଷ ଟଙ୍କାକୁ ଭିଜିଲାନ୍ସ ଜବତ କରିଥିଲା । ଗତକାଲି ୨ କୋଟିରୁ ଅଧିକ ନଗଦ ଟଙ୍କା ମିଳିବା ପରେ ସରକାରୀ ବାବୁ ମାନଙ୍କ ସ୍ୱଚ୍ଛତାକୁ ନେଇ ନାନା ପ୍ରଶ୍ନ ଛିଡ଼ା ହୋଇଛି । ତେବେ ଏକ ବିବୃତ୍ତି ଜାରି କରି ଭିଜିଲାନ୍ସ ନିର୍ଦ୍ଦେଶକ କହିଛନ୍ତି, ଏଭଳି ବେନାମୀ ସମ୍ପତ୍ତି ଠୁଳ କରିଥିବା ଦୁର୍ନୀତିଗ୍ରସ୍ତ ଅଧିକାରୀଙ୍କ ଉପରେ ଆମର କଡ଼ା ନଜର ରହିଛି । ସଂପୃକ୍ତ ଅଧିକାରୀ ମାନଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନିଆଯିବ ।