Advertisment

ସାମ୍ବାଦିକଙ୍କ ଗୋଡ଼ରେ ବେଡ଼ି ପକାଯିବା ଘଟଣା: ବଦଳିଲେ ଥାନା ଆଇଆଇସି

ପୂରା ଘଟଣାର ଅନୁଧ୍ୟାନ ପାଇଁ ବାଲେଶ୍ୱର ମାନବାଧିକାର ଜିଲ୍ଲା ବୋର୍ଡ ସଭାପତି ନୀଳଗିରିରେ ପହଞ୍ଚିଛନ୍ତି।

author-image
Chandan Shishu
ଅଦ୍ୟତନ ହୋଇଛି
Journalist

Journalist

ନୀଳଗିରିର ଜଣେ ସାମ୍ବାଦିକଙ୍କ ଗୋଡ଼ରେ ବେଡ଼ି ପକାଯିବା ଘଟଣାରେ ବଦଳିଲେ ଥାନା ଆଇଆଇସି ଓ ତଦନ୍ତ ଅଧିକାରୀ। ନୀଳଗିରି ଥାନା IIC ଦ୍ରୌପଦୀ ଦାସଙ୍କୁ ବଦଳି କରାଯାଇଛି। ମାମଲାର ତଦନ୍ତ ଅଧିକାରୀ ସୁବର୍ଣ୍ଣା ବେହେରାଙ୍କୁ ମଧ୍ୟ ବଦଳି କରାଯାଇଛି। ତଦନ୍ତ ସରିବା ପର୍ଯ୍ୟନ୍ତ ଉଭୟଙ୍କୁ ଜିଲ୍ଲା ମୁଖ୍ୟାଳୟକୁ ବଦଳି ନେଇ ପୂର୍ବାଞ୍ଚଳ ରେଂଜ ଇନଚାର୍ଜ ଆଇଜି ନରସିଂହ ଭୋଳଙ୍କ ସୂଚନା ଦେଇଛନ୍ତି।

Advertisment

ବାଲେଶ୍ୱର ନୀଳଗିରିରେ ଗଣମାଧ୍ୟମ ପ୍ରତିନିଧିଙ୍କ ଗୋଡ଼ରେ ବେଡ଼ି ପକାଇଥିଲା ପୋଲିସ୍। ଚିକିତ୍ସା ପାଇଁ ବାଲେଶ୍ୱର ମେଡିକାଲ୍‌ରେ ଭର୍ତ୍ତି ହୋଇଥିଲା ବେଳେ ସଂପୃକ୍ତ ସାମ୍ବାଦିକଙ୍କ ଗୋଡ଼ରେ ବେଡ଼ି ପଡ଼ିଥିବା ଦେଖିବାକୁ ମିଳିଥିଲା। ସଂପୃକ୍ତ ସାମ୍ବାଦିକ ଜଣେ ହୋମଗାର୍ଡଙ୍କୁ ମାରପିଟ୍ କରିଥିବାର ଅଭିଯୋଗ ଥିଲା। ପୂରା ଘଟଣାର ଅନୁଧ୍ୟାନ ପାଇଁ ବାଲେଶ୍ୱର ମାନବାଧିକାର ଜିଲ୍ଲା ବୋର୍ଡ ସଭାପତି ନୀଳଗିରିରେ ପହଞ୍ଚିଛନ୍ତି।

ଗଣମାଧ୍ୟମ ପ୍ରତିନିଧିଙ୍କୁ ବେଡ଼ି ପକାଯିବା ଘଟଣାକୁ ବେଆଇନ ବୋଲି କହିଥିଲେ କେନ୍ଦ୍ରାଞ୍ଚଳ ଆଇଜି ନରସିଂହ ଭୋଳ। ସେ ଏବେ ପୂର୍ବାଞ୍ଚଳ ଦାୟିତ୍ୱରେ ଅଛନ୍ତି।  ନରସିଂହ ଭୋଳ କହିଛନ୍ତି, ବେଡ଼ି ପକାଯିବା ଦୁର୍ଭାଗ୍ୟଜନକ ଏବଂ ବେଆଇନ ମାମଲାକୁ ଅତ୍ୟନ୍ତ ଗୁରୁତ୍ୱର ସହ ନେଇଛୁ, ଜଣେ DSP ଏହାର ତଦନ୍ତ କରୁଛନ୍ତି।

Advertisment

ଘଟଣାରେ ଜଣେ ହାବିଲଦାରଙ୍କୁ ସସପେଣ୍ଡ କରାଯାଇଛି। ଘଟଣାରେ ଯେଉଁ ଅଧିକାରୀଙ୍କ ଭୂମିକା ଥିବ, ନିଶ୍ଚିତ କାର୍ଯ୍ୟାନୁଷ୍ଠାନ ହେବ। ତଦନ୍ତ ଆଧାରରେ ଆବଶ୍ୟକ ହେଲେ IICଙ୍କ ପ୍ରତି ମଧ୍ୟ କାର୍ଯ୍ୟାନୁଷ୍ଠାନ ହେବ ବୋଲି କହିଥିଲେ ନରସିଂହ ଭୋଳ।   

Journalist Nilagiri Police
Advertisment
Advertisment