/odishatv-khabar/media/post_attachments/uploadimage/library/16_9/16_9_0/IMAGE_1649560149.jpg)
Bombs hurled in front of the house of newly elected Municipality chairperson
ଢେଙ୍କାନାଳର ନବ ନିର୍ବାଚିତ ପୌରାଧ୍ୟକ୍ଷାଙ୍କ ଘର ବାହାରେ ବୋମାମାଡ଼ ହୋଇଛି। ନବ ନିର୍ବାଚିତ ପୌରାଧ୍ୟକ୍ଷା ଜୟନ୍ତୀ ପାତ୍ରଙ୍କ ଘର ବାହାରେ ଦୁର୍ବୃତ୍ତମାନେ ବୋମାମାଡ଼ କରିଥିବା ସୂଚନା ମିଳିଛି। ଗତକାଲି ବିଳମ୍ବିତ ରାତିରେ ବୋମାମାଡ଼ ହୋଇଥିବା ନେଇ ଟାଉନ ଥାନାରେ ଅଭିଯୋଗ ହୋଇଛି। ବୋମାମାଡ଼ରେ ଘରର ପାଚେରୀ ସାମାନ୍ୟ କ୍ଷତିଗ୍ରସ୍ତ ହୋଇଥିବା ସୂଚନା ମିଳିଛି।
Advertisment
ସୂଚନାଥାଉ କି, ଗତ ମାର୍ଚ୍ଚ ୩୦ରେ ଜୟନ୍ତୀଙ୍କ ଘର ଆଗରେ ଦୁର୍ବୃତ୍ତମାନେ ଫାଙ୍କା ଗୁଳି ଚାଳନା କରିଥିଲେ। ଫାଙ୍କା ଗୁଳି ଚାଳନା ସହ ହତ୍ୟା ଧମକ ଦିଆଯାଇଥିବା ନେଇ ଅଭିଯୋଗ ହୋଇଥିଲା। ଶାସକ ଦଳ କର୍ମୀ ଆକ୍ରମଣ ଓ ଗୁଳି କରିଥବା ପୌରାଧ୍ୟକ୍ଷା ଅଭିଯୋଗ କରିଥିଲେ।
କ’ଣ ପାଇଁ ବାରମ୍ବାର ଜୟନ୍ତୀ ପାତ୍ରଙ୍କ ଘର ବାହାରେ ଦୁର୍ବୃତ୍ତମାନେ ଏଭଳି କାଣ୍ଡ ଘଟାଉଛନ୍ତି, ସେନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି।
Advertisment
Advertisment
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)