• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Prangyan Parimita

News Highlights

  • ଗତକାଲି ସରିଲା ଅଭିଯୁକ୍ତ ଶର୍ମିଷ୍ଠା ଓ ଝୁନାର ରିମାଣ୍ଡ

  • ଆଜି ଉଭୟଙ୍କୁ କୋର୍ଟରେ ହାଜର କରାଯିବ

  • ଏବେବି ମାନସ ହତ୍ୟାକାଣ୍ଡର କାରଣ ଅସ୍ପଷ୍ଟ

କ୍ୟାମେରାମ୍ୟାନ ମାନସ ହତ୍ୟାକାଣ୍ଡ ଘଟଣା ଗତକାଲି ଅଭିଯୁକ୍ତ ଶର୍ମିଷ୍ଠା ଓ ଝୁନାର ରିମାଣ୍ଡ ଅବଧି ସରିଥିବାରୁ ସେମାନଙ୍କୁ ଆଜି କୋର୍ଟରେ ହାଜର କରାଯିବ । ଆଉ ତା’ପରେ ଉଭୟଙ୍କୁ ଜେଲ୍ ପଠାଇ ଦିଆଯିବ । ତେବେ ଏହି ମାମଲାରେ ନୂଆ ତଥ୍ୟ ଦେଇଛି କ୍ରାଇମବ୍ରାଞ୍ଚ । ମେମୋରି ଚିପ ଫେରାଇବା ପାଇଁ ଶର୍ମିଷ୍ଠା ଏବଂ ନିରଞ୍ଜନଙ୍କୁ ୧୦ ହଜାର ଟଙ୍କା ମାଗିଥିଲେ ମାନସ । ଗତକାଲି କ୍ରାଇମବ୍ରାଞ୍ଚ ଏହି ଖୁଲାସା କରିଥିଲା । ମାନସକୁ ଶର୍ମିଷ୍ଠା ଓ ନିରଞ୍ଜନ ପୂର୍ବରୁ ମଧ୍ୟ ଥରେ ମାଡ଼ ମାରିଥିଲେ ।

ଜାନୁଆରୀ ୧୦ ପରଠାରୁ ମାନସ ଦୟାଲ ଆଶ୍ରମରେ ରହୁଥିଲେ । ଜାନୁଆରୀ ୩୦ରେ ଶର୍ମିଷ୍ଠା, ନିରଞ୍ଜନ ମାନସଙ୍କୁ ସଂପୂର୍ଣ୍ଣ ଅଫିସକୁ ଡାକିଥିଲେ । ସେଠାରେ ମାନସଙ୍କୁ ଚିପ୍ ମାଗିବା ସହ ମାଡ଼ ମାରିଥିଲେ । ଅଫିସରେ ମାଡ଼ ମାରି ସେଠାରୁ ମାନସଙ୍କୁ ଦୟାଲ ଆଶ୍ରମ ନେଇଥିଲେ । ଦୟାଲ ଆଶ୍ରମରେ ମାନସ ଠାରୁ ତାଙ୍କ କ୍ୟାମେରା ଛଡ଼ାଇ ନେଇଗଲେ । ଘଟଣା ପରଦିନ ମାନସ ଦୟାଲ ଆଶ୍ରମ ଛାଡ଼ି ଅନ୍ୟତ୍ର ରହିଥିଲେ । ଅନ୍ୟତ୍ର ରହିବା ପରେ ଶର୍ମିଷ୍ଠାଙ୍କ ଠାରୁ ଚିପ୍ ଫେରାଇବା ପାଇଁ ୧୦ ହଜାର ଟଙ୍କା, କ୍ୟାମେରା ଦାବି କରିଥିଲେ ।

ପରେ ୫ରେ ମାନସ ଚାନ୍ଦବାଲି ଯାଇଥିବା ବେଳେ ଅପହୃତ ହୋଇଥିଲେ । ତଦନ୍ତ ଅନୁସାରେ ଶେଷ ପର୍ଯ୍ୟନ୍ତ ମାନସଙ୍କ ପାଖରେ ହିଁ ଚିପ୍ ଥିବା ଜଣାପଡିଛି । ମାନସଙ୍କ ଘର ସହ ବିଭିନ୍ନ ଜାଗାରେ ସର୍ଚ୍ଚ କରିଥିଲେ ବି ମିଳିନି ଚିପ୍ । ତେବେ ବର୍ତ୍ତମାନ ପର୍ଯ୍ୟନ୍ତ ମାନସ ହତ୍ୟାକାଣ୍ଡର କାରଣ ଅସ୍ପଷ୍ଟ ରହିଛି । ମାନସ ହତ୍ୟା ପଛରେ କଣ ପ୍ରକୃତ ଉଦ୍ଦେଶ୍ୟ ରହିଥିଲା ତାହା ଏବେବି ଅସ୍ପଷ୍ଟ ରହିଛି ।