Advertisment

ସ୍ୱାମୀର ଦୁର୍ନୀତିକୁ ପାଖରେ ରଖି ବନ୍ଧା ହେଲେ ସ୍ତ୍ରୀ

ଝୁମ୍ପୁଡ଼ି ଘରୁ କୋଟିଏରୁ ଅଧିକ ଟଙ୍କା ଜବତ ହେବା ସମସ୍ତଙ୍କୁ ଚମକାଇ ଦେଇଛି।

author-image
Chandan Shishu
Engineer wife Arrest

Engineer wife Arrest

କୋଟିପତି ଯନ୍ତ୍ରୀ କାର୍ତ୍ତିକେଶ୍ୱର ରାଉଳଙ୍କ ଦ୍ୱିତୀୟ ପତ୍ନୀ କଳ୍ପନା ପ୍ରଧାନ ଗିରଫ। ଆୟ ବହିର୍ଭୂତ ସଂପତ୍ତି ଠୁଳ ମାମଲାରେ ଛନ୍ଦି ହୋଇଥିବା କାର୍ତ୍ତିକେଶ୍ୱରଙ୍କ ଦ୍ୱିତୀୟ ପତ୍ନୀ କଳ୍ପନା ପ୍ରଧାନଙ୍କୁ ପଚରାଉଚରା ପରେ ଗିରଫ କରିଛି ଭିଜିଲାନ୍ସ। ଦୁର୍ନୀତିକୁ ପ୍ରୋତ୍ସାହନ ଓ ଟଙ୍କା ଲୁଚାଇବାରେ ସହଯୋଗ କରିବା ଅଭିଯୋଗରେ ତାଙ୍କୁ ଗିରଫ କରାଯାଇଛି।

Advertisment

କଳ୍ପନାଙ୍କ ଘରୁ ପୂର୍ବରୁ ୨ କୋଟି ୪୧ ହଜାର ମିଳିଥିଲା। ଆଜି କଳ୍ପନାଙ୍କ ଭଉଣୀ ଘରୁ ୧ କୋଟି ୪୧ ଲକ୍ଷ ଟଙ୍କା ମିଳିଛି। ଏପର୍ଯ୍ୟନ୍ତ ଯନ୍ତ୍ରୀଙ୍କର ମୋଟ ୩ କୋଟି ୪୧ ଲକ୍ଷ ୬୬ ହଜାର ଟଙ୍କା ଜବତ ହୋଇଛି। ଯାହା ଓଡ଼ିଶା ଭିଜିଲାନ୍ସ ଇତିହାସରେ ରେକର୍ଡ। ତାସହ କାର୍ତ୍ତିକେଶ୍ୱର ରାଉଳଙ୍କର ୩୬୦ ଗ୍ରାମ୍ ସୁନା ଓ ୧୦୦୪ ଗ୍ରାମ ରୁପା ମଧ୍ୟ ଜବତ ହୋଇଛି। ତେବେ ଆଶ୍ଚର୍ଯ୍ୟର କଥା ହେଉଛି ଭଂଜନଗର ଏକଜିକ୍ୟୁଟିଭ୍ ଇଞ୍ଜିନିୟର କାର୍ତ୍ତିକେଶ୍ୱର ରାଉଳ ଭୁବନେଶ୍ୱର ସାଲିଆ ସାହିରେ ଏକ ଝୁମ୍ପୁଡ଼ି ଘରେ ରହିଛନ୍ତି।

ଏହି ଝୁମ୍ପୁଡ଼ି ଘରୁ କୋଟିଏରୁ ଅଧିକ ଟଙ୍କା ଜବତ ହେବା ସମସ୍ତଙ୍କୁ ଚମକାଇ ଦେଇଛି। କାର୍ତ୍ତିକେଶ୍ୱରଙ୍କ ଦ୍ୱିତୀୟ ପତ୍ନୀ କଳ୍ପନା ପ୍ରଧାନଙ୍କୁ ଜେରା ପରେ ଏହାର ସୁରାଗ ମିଳିଥିଲା। ସେପଟେ କାର୍ତ୍ତିକେଶ୍ୱରଙ୍କ ପ୍ରଥମ ପତ୍ନୀଙ୍କ ନାଁରେ ପୋଖରୀପୁଟରେ ୭୮ ଲକ୍ଷ ଟଙ୍କାର ଏକ ଟ୍ରିପ୍ଲେକ୍ସ ବି ଅଛି। କାର୍ତ୍ତିକେଶ୍ୱର ଏବେ ଭିଜିଲାନ୍ସର ୩ ଦିନିଆ ରିମାଣ୍ଡରେ ଅଛନ୍ତି।

Advertisment
Vigilance Raid Kartikeswar Roul Wife
Advertisment
Advertisment