• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Otv Khabar Bureau

ବାଘ ଚମଡ଼ା ବିକ୍ରି ପାଇଁ ଡିଲ୍ ବେଳେ ବନ ବିଭାଗର ଚଢ଼ାଉ । ରେଡ୍‌ରେ ୭ ଜଣଙ୍କୁ ଗିରଫ ମଧ୍ୟ କରାଯାଇଛି । ମୟୂରଭଞ୍ଜ ଯଶୀପୁର ବଜାରସ୍ଥିତ ପୁରୁଣା ବସଷ୍ଟାଣ୍ଡରେ ରେଡ୍ ବେଳେ ୨ ଜଣଙ୍କୁ ଗିରଫ କରିବା ସହ ବନ ବିଭାଗ ପକ୍ଷରୁ ଗୋଟିଏ କଲରାପତରିଆ ବାଘ ଛାଲ ଜବତ କରାଯାଇଛି ।

ତେବେ ଚମଡା କାରବାରରେ ସମ୍ପୃକ୍ତ ମୁଖ୍ୟ ଅଭିଯୁକ୍ତ ସମେତ ୫ ଜଣଙ୍କୁ କେନ୍ଦୁଝର ବନଖଣ୍ଡର ବିଭିନ୍ନ ଜାଗାରୁ ଗିରଫ କରାଯାଇଛି ।

A joint team of WCCB, and forest officials seizes leopard hide following a raid near Jashipur ( ବାଘ ଟମଡ଼ା )

ସୂଚନା ଅନୁସାରେ, ମଧ୍ୟପ୍ରଦେଶ ସ୍ଥିତ ବନ୍ୟଜନ୍ତୁ ଅପରାଧ ନିୟନ୍ତ୍ରଣ ବ୍ୟୁରୋ ଅଧିକାରୀ କୌଣସି ସୂତ୍ରରୁ ଖବରପାଇ ଏହି ଚଢ଼ାଉ କରିଥିଲେ । ପ୍ରଥମେ ଚମଡ଼ା କାରବାର ପାଇଁ ଅପେକ୍ଷା କରିଥିବା ଦୁଇ ଯୁବକଙ୍କୁ ଗିରଫ କରାଯାଇଥିଲା ଗିରଫ ଦୁଇ ଜଣଙ୍କୁ ପଚରାଉଚରା ପରେ ଅନ୍ୟ ୫ ଜଣଙ୍କୁ ଗିରଫ କରାଯାଇଥିବା ଜଣାପଡିଛି । ଜବତ ଚମଡାର ଲମ୍ବ ପ୍ରାୟ ସାଢେ ୪ ଫୁଟ ଓ ଓସାର ୨ ଫୁଟ ୫ ଇଞ୍ଚ ହୋଇଥିବା ସୂଚନା ମିଳିଛି ।

ସେହିପରି ପୂର୍ବରୁ ମଧ୍ୟ ଗତ ଫେବୃଆରୀ ମାସ ୮ ତାରିଖରେ କ୍ରାଇମ୍‌ବ୍ରାଞ୍ଚ ବନ୍ୟପ୍ରାଣୀ ସ୍ମଗଲିଂ ଗ୍ୟାଙ୍ଗକୁ ଚଢ଼ାଉ କରିଥିଲା । ମୟୂରଭଞ୍ଜ ଓ କେନ୍ଦୁଝରରୁ କଲରାପତରିଆ ବାଘ ଚମଡ଼ା ସହ ହାତୀ ଦାନ୍ତ ଜବତ କରାଯାଇଥିଲା । ବିକ୍ରି ପାଇଁ ଡିଲ୍ କରୁଥିବା ସମୟରେ ଗୋଟିଏ କଲରାପତରିଆ ବାଘ ଚମଡ଼ା ଓ ୨ଟି ହାତୀ ଦାନ୍ତ ଜବତ ହୋଇଥିଲା । କ୍ରାଇମ୍‌ବ୍ରାଞ୍ଚ STF ଏବଂ ଓ୍ୱାଇଲ୍ଡ ଲାଇଫ୍ କ୍ରାଇମ କଣ୍ଟ୍ରୋଲ ବ୍ୟୁରୋର ମିଳିତ ଚଢ଼ାଉ ବେଳେ ୩ ଜଣଙ୍କୁ ଗିରଫ ମଧ୍ୟ କରାଯାଇଥିଲା ।