/odishatv-khabar/media/post_attachments/uploadimage/library/16_9/16_9_0/IMAGE_1649485684.jpg)
Odisha Vigilance Recovers Additional Rs 1.4 Cr Cash From Asst Engineer’s Relative
ଭିଜିଲାନ୍ସ ଇତିହାସରେ ସର୍ବାଧିକ ନଗଦ ଜବତ ହେବା ପରେ ଖୋଲୁଛି କୋଟିପତି କୁବେର ଯନ୍ତ୍ରୀ କାର୍ତ୍ତିକେଶ୍ୱର ରାଉଳଙ୍କ ଗୁମର ।
କାର୍ତ୍ତିକେଶ୍ୱର ରାଉଳଙ୍କ ଶାଳୀଙ୍କ ଘରୁ ଆଜି ନଗଦ ୧ କୋଟି ୪୨ ଲକ୍ଷ ଟଙ୍କା ଜବତ ହୋଇଛି । ଆଶ୍ଚର୍ଯ୍ୟର କଥା ହେଉଛି ଯେ କାର୍ତ୍ତିକେଶ୍ୱରଙ୍କ ଶାଳୀଙ୍କ ସାଲିଆ ସାହିରେ ଏକ ଝୁମ୍ପୁଡ଼ି ଘରେ ରୁହନ୍ତି । ତେଣୁ ଏହି ଝୁମ୍ପୁଡ଼ି ଘରୁ କୋଟିଏରୁ ଅଧିକ ଟଙ୍କା ଜବତ ହେବା ଘଟଣା ସମସ୍ତଙ୍କୁ ଚମକାଇ ଦେଇଛି । କାର୍ତ୍ତିକେଶ୍ୱରଙ୍କ ଦ୍ୱିତୀୟ ପତ୍ନୀ କଳ୍ପନା ପ୍ରଧାନଙ୍କୁ ଜେରା ପରେ ଏହାର ସୁରାଗ ମିଳିଥିଲା । କେବଳ ଟଙ୍କା ନୁହେଁ ଏହାସହ ପ୍ରାୟ ୩୫୪ ଗ୍ରାମ୍ ସୁନା ମଧ୍ୟ ଜବତ ହୋଇଛି ।
ଏନେଇ କାର୍ତ୍ତିକେଶ୍ୱରଙ୍କ ସ୍ତ୍ରୀ ଓ ଶାଳୀ କହିଛନ୍ତି, ‘କାର୍ତ୍ତିକେଶ୍ୱରଙ୍କ ପୁତୁରା ଟଙ୍କା କାରବାର ବୁଝୁଛି ଆମେ କିଛି ଜାଣିନୁ ’। ତାଙ୍କର ଦ୍ୱିତୀୟ ପତ୍ନୀ, ଶାଳୀ ଓ ପୁତୁରାଙ୍କୁ ଭିଜିଲାନ୍ସ ଅଟକ ରଖି ଜେରା କରୁଛି । ସମସ୍ତଙ୍କୁ ମୁହାଁମୁହିଁ ଜେରା କରାଯାଉଥିବାର ସୂଚନା ମିଳିଛି ।
କେବଳ ଏତିକି ନୁହେଁ କାର୍ତ୍ତିକେଶ୍ୱରଙ୍କ ଶାଳୀଙ୍କ ନାଁରେ ପୋଖରୀପୁଟରେ ୭୮ ଲକ୍ଷ ଟଙ୍କାର ଏକ ଟ୍ରିପ୍ଲେକ୍ସ ବି ଅଛି । ଏତେ ବଡ଼ ତ୍ରିପ୍ଲେକ୍ସ ଥାଇ ସେ କାହିଁକି ସାଲିଆ ସାହି ବସ୍ତିର ଏକ ଝୁମ୍ପୁଡ଼ି ଘରେ ରହୁଥିଲା, ତାହା ବି ଏକ ବଡ଼ ପ୍ରଶ୍ନ ପାଲଟିଛି । ଭିଜିଲାନ୍ସ ପକ୍ଷରୁ କାର୍ତ୍ତିକେଶ୍ୱରଙ୍କ ବିଭିନ୍ନ ସ୍ଥାନରେ ଚଢଉ ବେଳେ ବର୍ତ୍ତମାନ ସୁଦ୍ଧା ୩ କୋଟି ୪୧ ଲକ୍ଷ ୬୬ ହଜାର ଟଙ୍କା ନଗଦ ଜବତ ହେଲାଣି ଯାହା ଭିଜିଲାନ୍ସ ଇତିହାସରେ ସର୍ବାଧିକ ।
ସୂଚନା ଅନୁସାରେ, କାର୍ତ୍ତିକେଶ୍ୱର ଏବେ ଭିଜିଲାନ୍ସର ୩ ଦିନିଆ ରିମାଣ୍ଡରେ ଅଛନ୍ତି ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)