Advertisment

ଗଛ ଡାଳରେ ୩ ଯୁବତୀଙ୍କ ମୃତଦେହ, ହଟୁନି ସସପେନ୍ସ

ପୋଲିସ ରାତି ସାରା ମୃତଦେହ ଜଗି ରହିବା ପରେ ଆଜି ସକାଳୁ ମୃତଦେହ ଉଦ୍ଧାର କରିଥିଲା।

author-image
Chandan Shishu
undefined

Death Suspense

ଆଶ୍ଚର୍ଯ୍ୟ, ଅସ୍ୱାଭାବିକ ଓ ଅବିଶ୍ୱସନୀୟ। ଗୋଟିଏ ଗଛର ଗୋଟିଏ ଡାଳରେ ତିନି ତିନି ଜଣ ଯୁବତୀଙ୍କ ଝୁଲନ୍ତା ମୃତଦେହ। ଗତକାଲି ନବରଙ୍ଗପୁର ଉମରକୋଟ ଥାନା ତୋହରା ଗାଁରେ ଘଟିଥିବା ଏ ଦୁଃଖଦ ଘଟଣାକୁ ୟା ଭିତରେ ବିତିଲାଣି ୨୪ ଘଣ୍ଟା। ହେଲେ ଏଯାଏଁ ଏ ରହସ୍ୟଜନକ ଘଟଣା ଉପରେ ହଟିନି ପରଦା।

Advertisment

ଘଟଣା ଥିଲା ଏମିତି:

ଶନିବାର ଅପରାହ୍ଣ ପ୍ରାୟ ୪ଟା ତୋହରା ଗାଁର ହେମଲତା ଗୌଡ଼, କୌଶଲ୍ୟା ମାଝୀ ଓ ଫୁଲମତୀ ମାଝୀ ଗାଁ ନିକଟ ଜଙ୍ଗଲ ଆଡ଼କୁ ବୁଲିବାକୁ ଯାଇଥିଲେ କିନ୍ତୁ ସନ୍ଧ୍ୟା ପରେ ବି ୩ ସାଙ୍ଗ ଘରକୁ ନଫେରିବାରୁ ଖୋଜାଖୋଜି କରିଥିଲେ ପରିବାର ଲୋକେ। କିଛି ସମୟ ପରେ ଗାଁ ନିକଟ ଜଙ୍ଗଲରେ ଏକ ଗଛରେ ତିନି ଜଣଙ୍କ ଝୁଲନ୍ତା ମୃତଦେହ ମିଳିଥିଲା। ରାତି ଅନ୍ଧାରରେ ଏ ଦୃଶ୍ୟ ଦେଖିବା ପରେ ହଠାତ ତାଜୁବ ହୋଇଯାଇଥିଲା ପୁରା ତୋହରା ଗାଁ।

ଏପଟେ ଚାଞ୍ଚଲ୍ୟକର ଖବର ପ୍ରଚାର ମାତ୍ରେ ଘଟଣାସ୍ଥଳରେ ପହଞ୍ଚିଥିଲେ ଉମକରକୋଟ ଏସଡିପିଓଙ୍କ ସମେତ ପୋଲିସ ଟିମ୍। ପୋଲିସ ରାତି ସାରା ମୃତଦେହ ଜଗି ରହିବା ପରେ ଆଜି ସକାଳୁ ମୃତଦେହ ଉଦ୍ଧାର କରିଥିଲା। ସମଗ୍ର ଜିଲ୍ଲାରେ ଏ ଘଟଣା ବିରଳ ହୋଇଥିବାରୁ ଘଟଣାସ୍ଥଳକୁ ନିଜେ ଆସିଥିଲେ ଏସ୍‌ପି। ସେହିଭଳି ଉମରକୋଟ ଏସଡିପିଓଙ୍କ ସମେତ ନବରଙ୍ଗପୁର, ଉମରକୋଟ ଓ ଡାବୁଗାଁ ଥାନା ଅଧିକାରୀଙ୍କ ମିଳିତ ଟିମ୍, ସାଇଣ୍ଟିଫିକ୍ ଟିମ୍ ଦୀର୍ଘ ସମୟ ଧରି ଛାନଭିନ୍ କରିଥିଲା। ତେବେ ଏହା ହତ୍ୟା କି ଆତ୍ମହତ୍ୟା, ସେ ନେଇ କୌଣସି ସୁରାକ୍ ମିଳିନଥିବା ବେଳେ ପୋଲିସ ସବୁ ଦିଗକୁ ନେଇ ତଦନ୍ତ କରିବ ବୋଲି ଏସ୍‌ପି କହିଛନ୍ତି।  

Advertisment

ୟା ଭିତରେ ମୃତ ଫୁଲମତୀ ମାଝୀଙ୍କଠାରୁ ଏକ ମୋବାଇଲ ଫୋନ୍ ମିଳିଥିବାରୁ ତାର କଲ ରେକର୍ଡ ଡିଟେଲ୍ସ ଯାଞ୍ଚ୍ କରି ତଦନ୍ତକୁ ଅଧିକ ଗତିଶୀଳ କରୁଛି ପୋଲିସ। ଘଟଣା ଘଟିବା ପୂର୍ବରୁ ଫୁଲମତିଙ୍କ ଫୋନକୁ ଚନ୍ଦାହାଣ୍ଡିର ଜଣେ ଯୁବକଙ୍କଠୁ ଫୋନ୍ ଆସିଥିବାରୁ ପୋଲିସ୍ ତାଙ୍କୁ ଅଟକ ରଖି ପଚରାଉଚରା କରୁଥିବା ସୂଚନା ମିଳିଛି।

ରିପୋର୍ଟ: କାର୍ତ୍ତିକ ମଲ୍ଲିକ

Death Suspense
Advertisment
Advertisment