• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Otv Khabar Bureau

ନିଶାସକ୍ତ ଅବସ୍ଥାରେ ମାଆକୁ ପିଟିପିଟି ହତ୍ୟା କଲା ପୁଅ । ଏଭଳି ଅଭିଯୋଗ ଆସିଛି ବାଲେଶ୍ୱର ସୋର ଥାନା ସିଙ୍ଗାଖୁଣ୍ଟା ପଞ୍ଚାୟତ ଗୁଜଡିହା ଗାଁରୁ । ମୃତକ ହେଲେ ସତ୍ୟଭାମା ବେହେରା । ଆଜି ପୂର୍ବାହ୍ମ ୧୧ଟାରେ ସତ୍ୟଭାମାଙ୍କ ପୁଅ ରତିନ ନିଶାସକ୍ତ ଅବସ୍ଥାରେ ତାଙ୍କ ମାଆଙ୍କୁ ଖାଇବା ପାଇଁ ମାଗିଥିଲେ । ମାଆ ତାଙ୍କୁ ଖାଇବାକୁ ଦେବାକୁ ଯାଉଥିବା ବେଳେ କୌଣସି କାରଣରୁ ଏକ ବାଡ଼ିରେ ମୁଣ୍ଡକୁ ଶକ୍ତ ଆଘାତ ଦେଇଥିଲେ ।

ରତିନ ତାଙ୍କ ମାଆଙ୍କୁ ପିଟୁଥିବା ଦେଖି ପଡୋଶୀ ଏଥିରୁ ବିରତ ରଖିବାକୁ ଉଦ୍ୟମ କରିଥିଲେ । ଗାଁ ଲୋକଙ୍କୁ ମଧ୍ୟ ରତିନକୁ ପିଟିବାକୁ ଗୋଡାଇ ଥିଲେ । ପରେ ଗାଁ ଲୋକେ ରତିନଙ୍କୁ ଅଟକ ରଖିବା ସହ ପୋଲିସକୁ ଖବର ଦେଇଥିଲେ । ଖବର ପାଇ ସୋର ପୋଲିସ ଘଟଣାସ୍ଥଳରେ ପହଁଞ୍ଚି ଯୁବକଙ୍କୁ ଅଟକ ରଖିବା ସହିତ ତଦନ୍ତ ଜାରି ରଖିଛି ।

ପଡ଼ୋଶୀଙ୍କ କହିବା ଅନୁଯାୟୀ, ରତିନ ଆଜି ନିଶାସକ୍ତ ଅବସ୍ଥାରେ ଆସି ତା ମାଆକୁ ଖରାପ ଭାଷାରେ ଗାଳି ଗୁଲଜ କରିଥିଲା । ଏହାପରେ ତା ମା’କୁ ଭାତ ଖାଇବାକୁ ମାଗିଲା । ହଠାତ୍‌ ତା ମା’କୁ ପଛପଟୁ ଠେଙ୍ଗାରେ ଜୋରରେ ପିଟିଲା । ତାର ଉତ୍ୟକ୍ତ ରୂପ ଦେଖି ପଡ଼ୋଶୀ ମଧ୍ୟ ତାକୁ ଅଟକାଇବାକୁ ସାହାସ କରିନଥିଲେ । ତାକୁ ଅଟକାଇଲା ବେଳକୁ ତାଙ୍କ ମା’ଙ୍କ ପ୍ରାଣ ଚାଲିଯାଇଥିବା କହିଥିଲେ ପଡ଼ୋଶୀ ।