• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Otv Khabar Bureau

ନିଶା ମାଫିଆ ଅନୀଲ ପାଣ୍ଡିର ୨ କୋଟି ୩୫ ଲକ୍ଷ ଟଙ୍କାର ସଂପତ୍ତି ବାଜ୍ୟାପ୍ତି । NDPS ଆଇନ ଅନୁଯାୟୀ କୋଲକାତାର ପ୍ରାଧୀକୃତ କର୍ତ୍ତୃପକ୍ଷଙ୍କ ଦ୍ୱାରା ଅନୀଲ ପାଣ୍ଡିର ସଂପତ୍ତି ବାଜ୍ୟାପ୍ତି କରାଯାଇଛି । ଗତ ୬ ବର୍ଷ ଧରି ସେ ବେଆଇନ ନିଶା କାରବାର ଦ୍ୱାରା ଏହି ସଂପତ୍ତି ଅର୍ଜନ କରିଥିବା ବିଜ୍ଞପ୍ତିରେ କୁହାଯାଇଛି ।

ନିଶା ମାଫିଆ ଅନୀଲ ପାଣ୍ଡିରେ ଘର ଗଞ୍ଜାମର କୋଦଳା ଅଞ୍ଚଳରେ । ତା ନାଁରେ ଗୁଜରାଟରେ ୧୧ଟି ଏନ୍‌ଡିପିଏସ୍ ମାମଲା ରହିଛି । ଅନୀଲ ଏତେ ପରିମାଣର ବେଆଇନ ସଂପତ୍ତି କେଉଁଠୁ ଆଣିଲା । ସେନେଇ ତଦନ୍ତ କରାଯାଇଥିଲା । ତେବେ ଗଂଜେଇ ବ୍ୟବସାୟ କରି ସେ ସଂପତ୍ତି ଠୁଳ କରିଥିବା ତଦନ୍ତରୁ ଜଣାପଡ଼ିଛି । ଜବତ ଓ ବାଜ୍ୟାପ୍ତି ସଂପତ୍ତି ଭିତରେ ରହିଛି ଗୋଟିଏ ବିଳାଶପୂର୍ଣ୍ଣ ସୁଇମିଂ ପୁଲ ଥିବା ତିନି ମହଲା କୋଠା, ୩୩ଟି ପ୍ଲଟ ଓ ବ୍ୟାଙ୍କ ଜମା ଟଙ୍କା ।

ଗତ ୬ ବର୍ଷ ମଧ୍ୟରେ ବେଆଇନ ନିଶା କାରବାରରେ ଅର୍ଜିତ ଧନରେ ସେ ଏହି ସଂପତ୍ତି କିଣିଥିବା ଦର୍ଶାଯାଇଛି । ସଂପତ୍ତି ଗୁଡ଼ିକ ତା ନିଜ ନାଁ, ଭାଇ ସୁନୀଲ କୁମାର ପାଣ୍ଡି ଓ ଅନ୍ୟ ମାନଙ୍କ ନାଁରେ କିଣିଥିଲା । ପୂର୍ବରୁ ଅନୀଲର ଭାଇ ସୁନୀଲ ପାଣ୍ଡି ଗୁଜରାଟ ପୋଲିସ ଦ୍ୱାରା ଗିରଫ ହୋଇ ଗୁଜରାଟ ଜେଲ୍‌ରେ ଅଛି ।