Advertisment

ଜେଲ୍‌ରେ କଟିଲା ଶର୍ମିଷ୍ଠା ଓ ଝୁନାଙ୍କ ରାତି

ଜେଲ୍‌ରେ କଟିଲା ଶର୍ମିଷ୍ଠା ଓ ଝୁନାଙ୍କ ରାତି। କ୍ୟାମେରାମ୍ୟାନ ମାନସ ସ୍ୱାଇଁ ହତ୍ୟା ମାମଲାରେ ଉଭୟ ଜେଲ୍‌ରେ ଅଛନ୍ତି। ଉଭୟଙ୍କ ରିମାଣ୍ଡ ଅବଧି ସରିବା ପରେ ଗତକାଲି ଚାନ୍ଦବାଲି କୋର୍ଟରେ ହାଜର କରାଯାଇଥିଲା।

author-image
Rajalaxmi Sahoo
ଅଦ୍ୟତନ ହୋଇଛି
Cameraman Manas Swain Murder Case

Cameraman Manas Swain Murder Case

ଜେଲ୍‌ରେ କଟିଲା ଶର୍ମିଷ୍ଠା ଓ ଝୁନାଙ୍କ ରାତି। କ୍ୟାମେରାମ୍ୟାନ ମାନସ ସ୍ୱାଇଁ ହତ୍ୟା ମାମଲାରେ ଉଭୟ ଜେଲ୍‌ରେ ଅଛନ୍ତି। ଉଭୟଙ୍କ ରିମାଣ୍ଡ ଅବଧି ସରିବା ପରେ ଗତକାଲି ଚାନ୍ଦବାଲି କୋର୍ଟରେ ହାଜର କରାଯାଇଥିଲା। ଏହାପରେ ଉଭୟଙ୍କୁ ୧୪ ଦିନିଆ ବିଚାର ବିଭାଗୀୟ ହାଜତକୁ ପଠାଇ ଦିଆଯାଇଛି।

Advertisment

ଦ୍ୱିତୀୟ ପର୍ଯ୍ୟାୟ ରିମାଣ୍ଡ ବେଳେ କ୍ରାଇମବ୍ରାଞ୍ଚକୁ କିଛି ନୂଆ ତଥ୍ୟ ମିଳିଥିବା ଚର୍ଚ୍ଚା ହେଉଛି। ନିରଞ୍ଜନଙ୍କୁ ୧୦ ହଜାର ଟଙ୍କା ମାନସ ମାଗିଥିବା ନେଇ କ୍ରାଇମବ୍ରାଞ୍ଚ  ଖୁଲାସା କରିଥିଲା। ମାନସଙ୍କୁ ଶର୍ମିଷ୍ଠା ଓ ନିରଞ୍ଜନ ପୂର୍ବରୁ ମଧ୍ୟ ଥରେ ମାଡ଼ ମାରିଥିଲେ। ଜାନୁଆରୀ ୧୦ ପରଠାରୁ ମାନସ ଦୟାଲ ଆଶ୍ରମରେ ରହୁଥିଲେ।

ଜାନୁଆରୀ ୩୦ରେ ଶର୍ମିଷ୍ଠା ଓ ନିରଞ୍ଜନ, ମାନସଙ୍କୁ ‘ସଂପୂର୍ଣ୍ଣ’ ଅଫିସକୁ ଡାକିଥିଲେ। ସେଠାରେ ଉଭୟ ମାନସଙ୍କୁ ଚିପ୍ ମାଗିବା ସହ ମାଡ଼ ମାରିଥିଲେ। ‘ସଂପୂର୍ଣ୍ଣ’ ନ୍ୟୁଜ୍‌ ଅଫିସରେ ମାଡ଼ ମାରି ସେଠାରୁ ମାନସଙ୍କୁ ଦୟାଲ ଆଶ୍ରମ ନେଇ କ୍ୟାମେରା ଛଡ଼ାଇ ଆଣିଥିଲେ ଶର୍ମିଷ୍ଠା ଓ ନିରଞ୍ଜନ। ଘଟଣା ପରଦିନ ମାନସ ଦୟାଲ ଆଶ୍ରମ ଛାଡ଼ି ଅନ୍ୟତ୍ର ରହିଥିଲେ। ଅନ୍ୟତ୍ର ରହିବା ପରେ ଶର୍ମିଷ୍ଠାଙ୍କ ଠାରୁ ଚିପ୍ ଫେରାଇବା ପାଇଁ ୧୦ ହଜାର ଟଙ୍କା, କ୍ୟାମେରା ଦାବି କରିଥିଲେ ମାନସ। ତଦନ୍ତ ଅନୁସାରେ, ଶେଷ ପର୍ଯ୍ୟନ୍ତ ମାନସଙ୍କ ପାଖରେ ହିଁ ଚିପ୍ ଥିବା ଜଣାପଡ଼ିଛି।

Advertisment
Cameraman Manas Swain Cameraman Manas Swain Murder Case MurderSarmistha Rout
Advertisment
Advertisment