• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Satyendu Shekher Mishra

ଭୁବନେଶ୍ୱର ସାମନ୍ତରାପୁର ଜୁଏଲାରୀ ଦୋକାନରୁ ଲୁଟ୍ ଉଦ୍ୟମ ଘଟଣାରେ ଆସିଲା ସିସିଟିଭି ଫୁଟେଜ । ଲୁଟେରାମାନେ ଫାୟାରିଂ କରିବା ବେଳେ ସିସିଟିଭି ଦୃଶ୍ୟ ସାମ୍ନାକୁ ଆସିଛି । ଏକ ମୋଟର ସାଇକେଲରେ ଆସିଥିବା ଦୁର୍ବୃତ୍ତଙ୍କୁ ସିସିଟିଭି ଆଧାରରେ ଚିହ୍ନଟ କରିବାକୁ ଉଦ୍ୟମ ଚଳାଇଛି ପୋଲିସ । ଗତକାଲି ରାତିରେ ସାମନ୍ତରାପୁରର ଏକ ଜୁଏଲାରୀ ଦୋକାନୀଙ୍କୁ ଲୁଟ୍ ଉଦ୍ୟମ ବେଳେ ଗୁଳି ମାଡ଼ କରିଥିଲେ ଦୁର୍ବୃତ୍ତ ।

ଜୁଏଲାରୀ ଦୋକାନୀ ଓ ସେଲସମ୍ୟାନ୍‌ଙ୍କୁ ମିଶାଇ ଏପରି ୪ ଜଣ, ଦୋକାନ ବନ୍ଦ କରି ଘରକୁ ବାହାରିଥିଲେ । ଏମାନଙ୍କ ପାଖରେ କିଛି ବ୍ୟାଗ୍ ଥିଲା । ଏହାକୁ ଦେଖି ତିନି ଜଣ ଲୁଟେରା ତାଙ୍କୁ ଲୁଟିବାକୁ ଉଦ୍ୟମ କରିଥିଲେ । ଦୁଇ ଜଣଙ୍କୁ ଗୁଳି ମାଡ଼ କରି ବ୍ୟାଗ୍‌କୁ ନେଇ ପଲାଇଥିଲେ ଦୁବୃର୍ତ୍ତ । ହେଲେ ବ୍ୟାଗ୍‌ରେ କୌଣସି ସୁନା ଅଳଙ୍କାର ନଥିଲା । ଗୁଳି ମାଡ଼ ପରେ ଦୁଇ ଜଣ ଗୁରୁତର ଅବସ୍ଥାରେ କ୍ୟାପିଟାଲ୍ ହସ୍ପିଟାଲ୍‌ରେ ଭର୍ତ୍ତି ହୋଇଛନ୍ତି । ତେବେ ଭୁବନେଶ୍ୱରରେ ଏହା ନୂଆ ଘଟଣା ନୁହେଁ । ଏହାପୂର୍ବରୁ ଜାଆଁଳା, ଡେଲଟା ସମେତ ଅନ୍ୟ କିଛି ସ୍ଥାନରେ ବି ଜ୍ୱେଲାରୀ ଦୋକାନୀଙ୍କୁ ସମାନ ଢଙ୍ଗରେ ଲୁଟ୍ ହୋଇଛି ।

ସେହିଭଳି ରାଜଧାନୀର ସିଆରପି ଛକରେ ଛୁରା ମାଡ଼ କରି ଲୁଟ୍ ଉଦ୍ୟମ ହୋଇଛି । ଜଣେ ଗୁରୁତରଙ୍କୁ କଟକ ବଡ଼ ମେଡିକାଲ ସ୍ଥାନାନ୍ତର କରାଯାଇଛି । ଆଜି ଭୋରରୁ ଗଞ୍ଜାମ ଜିଲ୍ଲା ବେଲଗୁଣ୍ଠାର ଦୀପକ ରାହୁଲ ନାମକ ଯୁବକ ସିଆରପି ଛକରେ ଓହ୍ଲାଇ ସାଲିଆ ସାହି ଆସୁଥିବା ବେଳେ ଆକ୍ରମଣର ଶିକାର ହୋଇଥିଲେ । ତିନି ଜଣ ଯୁବକ ବାଇକରେ ଆସି ଦୀପକ ଠାରୁ ପ୍ରଥମେ ଲୁଟ୍ ଉଦ୍ୟମ କରିଥିଲେ । ପ୍ରତିରୋଧ କରିବାରୁ ଛୁରାମାଡ଼ କରି ଦୀପକ୍ ଠାରୁ ମୋବାଇଲ, ଟଙ୍କା ଲୁଟ୍ କରି ଚମ୍ପଟ ମାରିଥିଲେ । ଆହତ ଦୀପକଙ୍କୁ ପ୍ରଥମେ କ୍ୟାପିଟାଲ ଓ ପରେ କଟକ ବଡ଼ମେଡିକାଲକୁ ସ୍ଥାନ୍ତର କରାଯାଇଛି । ଘଟଣାର ଛାନଭିନ କରୁଛି ନୟାପଲ୍ଲୀ ଥାନା ପୋଲିସ୍ ।

ସେପଟେ ପୁରୀ ସଦଳଥାନା ପୋଲିସ ମାଳତୀପାଟପୁର ବସଷ୍ଟାଣ୍ଡରେ ଚଢାଉ କରି ୨୬୧ ଗ୍ରାମର ସୁନା ଚେନ ସହ ୪୭ହଜାର ଟଙ୍କା ଜବତ କରିଛି ପୋଲିସ । ଏଡାସହ ଚୋରି ସୁନା ବିକ୍ରି କରିବା ଅଭିଯୋଗରେ ପୋଲିସ ଦୁଇଜଣଙ୍କୁ ଗିରଫ କରି ଅଧିକ ତଦନ୍ତ କରୁଛି । ବିଶେଷ ସୁତ୍ରରୁ ଖବର ପାଇ ସଦରଥାନା ପୋଲିସ ମାଳତୀପାଟପୁରୁରେ ଠିଆ ହୋଇଥିବା ସ୍ୱାମୀ ସ୍ତ୍ରୀଙ୍କ ଉପରେ ନଜର ରଖିଥିଲା । ସେମାନେ ସୁନା ବିକ୍ରି କରିବା ପାଇଁ କାହାକୁ ଅପେକ୍ଷା କରିଥିଲେ । କିନ୍ତୁ ସୁନା କିଣିବା ପାଇଁ ଲୋକ ନଆସିବାରୁ ପୋଲିସ ଏମାନଙ୍କୁ ଅଟକ ରଖି ପଚରା ଉଚରା କରିଥିଲା । ଏହି ସମୟରେ ସେମାନଙ୍କ ଠାରୁ ସୁନା ଚେନ ଜବତ ହୋଇଥିଲା । ଅଭିଯୁକ୍ତ ଦମ୍ପତ୍ତି ହେଲେ ଜଟଣୀ ଅରଗୁଳୁର ରବିନ୍ଦ୍ର ନାଥ ବାରିକ ଏବଂ ତାଙ୍କ ସ୍ତ୍ରୀ । ପୋଲିସ ସେମାନଙ୍କୁ ଅଟକ ରଖି ପଚରା ଉଚରା କରୁଛି ।

ସେହିଭଳି ରାୟଗଡ଼ା ଜିଲ୍ଲା ଗୁଣପୁର ହଳଦିଆନାଳ ନିକଟ ଏସ୍ଏସ୍ ଜୁଏଲରୀରୁ ବ୍ୟବସାୟିଙ୍କ ଠାରୁ ୩ କେଜି ସୁନା ସହ ୨ ଲକ୍ଷ ଟଙ୍କା ଲୁଟ ଘଟଣାର ପର୍ଦାଫାସ  କରିଛି ଗୁଣପୁର ପୋଲିସ । ୧ କେଜି ୪୦୦ ଗ୍ରାମ ସୁନା ଅଳଙ୍କାର ସହ ଦୁଇ ଅଭିଯୁକ୍ତଙ୍କୁ ଗିରଫ କରିଛି । ଗିରଫ ଅଭିଯୁକ୍ତ ହେଲେ ଭଞ୍ଜନଗରର ତରୁଣ ଦାସ, ଯାଜପୁରର ଅର୍ଜୁନ ପ୍ରଧାନ । ଅନ୍ୟ ଦୁଇ ଅଭିଯୁକ୍ତ ଫେରାର ଥିବା ପୋଲିସ ସୂଚନା ଦେଇଛି । ଲୁଟ୍ ହୋଇଥିବା ବଳକା ସୁନା ଅଳଙ୍କାର ମଧ୍ୟ ପୋଲିସ ଶୀଘ୍ର ଉଦ୍ଧାର କରିବ ବୋଲି କହିଛି । ଗତ ୨୬ ତାରିଖରେ ସୁନା ବ୍ୟବସାୟୀ ଏସ୍ ବାବା ପ୍ରସାଦ ସୁନା ଅଳଙ୍କାର ସାଥିରେ ଧରି ଦୋକାନ ଖୋଲିବାକୁ ଆସିଥିଲେ । ଗାଡ଼ିରେ ବ୍ୟାଗ୍ ରଖି ସୁନା ଦୋକାନ ଖୋଲିବା ସମୟରେ ଦୁଇ ଅଭିଯୁକ୍ତ ସୁନା ଅଳଙ୍କାର ବ୍ୟାଗ୍ ଲୁଟ୍ କରି ଚମ୍ପଟ ମାରିଥିଲେ । ପୋଲିସ ଅଭିଯୋଗ ପାଇ ତିନୋଟି ଟିମ୍ ଗଠନ କରି ଘଟଣାର ତଦନ୍ତ ଆରମ୍ଭ କରିଥିଲା । ଅଭିଯୁକ୍ତ ଦୁଇ ଜଣକୁ ଆସ୍କାରୁ ଗିରଫ କରିଥିଳଶ ପୋଲିସ ।