Advertisment

ଅଜାଣତରେ କେମିତି ଆକ୍ଟିଭ୍ ହୋଇଥାଏ ଏକାଧିକ ସିମ୍ ?

ସିମକାର୍ଡ ଫ୍ରଡ୍ ମାମଲାରେ ପ୍ରତିଦିନ ଖୋଲୁଛି ଠକେଇର କଳାକାରନାମା।

author-image
Chandan Shishu
ଅଦ୍ୟତନ ହୋଇଛି
CB busts pre-activated SIM card racket

CB busts pre-activated SIM card racket

କେମିତି ବ୍ୟବହାର ହେଉଛି ଜାଲ ସିମ୍ କାର୍ଡ? କେମିତି ହୁଏ ଠକେଇ? କେମିତି ହୁଏ ସାଇବର ଫ୍ରଡ୍? ବାୟର ସେଲର ଅଫ୍ ଓଟିପି ଗ୍ରୁପ୍ ସହ ସମ୍ପର୍କରେ ଥାଆନ୍ତି ପ୍ରିଆକ୍ଟିଭେଟେଡ୍ ସିମ୍ ଯୋଗାଉଥିବା ଦୋକାନୀ। ଏହି ଗ୍ରୁପର କାମ ହେଲା ଦୋକାନୀଠାରୁ ପ୍ରିଆକ୍ଟିଭେଟେଡ୍ ମୋବାଇଲ୍ ନମ୍ବର ସଂଗ୍ରହ କରିବେ ଏବଂ ସେହି ନମ୍ବର ବ୍ୟବହାର କରି ମୋବିକ୍ୱିକ୍, ଫ୍ଲିପକାର୍ଟ, ଫୋନ୍ ପେ, ପେଟିଏମ୍, ଆମାଜନ୍ ଭଳି ବିଭିନ୍ନ ଅନଲାଇନ୍ ସପିଂ ଆପ୍ ସାଇଟ୍‌ରେ ଆକାଉଣ୍ଟ ଖୋଲିବେ। କ୍ୟାସବ୍ୟାକ୍ ଅଫର ହାତେଇବାକୁ ବ୍ୟବହାର ହୋଇଥାଏ ଏଭଳି ଜାଲ୍ ନମ୍ବର।

Advertisment

ମୋବାଇଲରେ ସିମ୍ ପକାଇବା ପରେ ଓଟିପିକୁ ଠକ ପାଖକୁ ସେୟାର କରିଥାନ୍ତି ଦୋକାନୀ। ଏହା ବାବଦରେ ସିମ୍ ପିଛା ଦୋକାନୀକୁ ମିଳିଥାଏ ୪ଶହରୁ ୫ ଶହ ଟଙ୍କା। ଏଥିସହ ଠକ ମାନେ ପ୍ରିଆକ୍ଟିଭେଟେଡ୍ ସିମ୍ ବ୍ୟବହାର କରି ଜାଲ୍ ହ୍ବାଟସଅପ୍ ଆକାଉଂଟ୍ ବି ଖୋଲିଥାନ୍ତି। ତେବେ ଜଣଙ୍କ ଅଜାଣତରେ କେମିତି ଆକ୍ଟିଭ୍ ହୋଇଥାଏ ଏକାଧିକ ସିମ୍ ? କେତେ ମାରାତ୍ମକ ଏହି ପ୍ରିଆକ୍ଟିଭେଟେଡ୍ ସିମ୍? 

ସିମକାର୍ଡ ଫ୍ରଡ୍ ମାମଲାରେ ପ୍ରତିଦିନ ଖୋଲୁଛି ଠକେଇର କଳାକାରନାମା। ଫେକ୍ ପ୍ରମାଣପତ୍ରରେ ଥିବା ସିମ୍‌କୁ ବ୍ୟବହାର କରି ରାଜନେତା ଓ ବଡ଼ ଚେହେରାଙ୍କ ନାଁରେ ଟଙ୍କା ମଗାଯାଉଥିଲା।କ୍ରାଇମବ୍ରାଞ୍ଚ ପକ୍ଷରୁ ଦିଆଯାଇଥିବା ଏହି ନମ୍ବର-- 94390 73870 ଯାହାକୁ ଲୋକସଭା ବାଚସ୍ପତି ଓମ୍ ବିର୍ଲାଙ୍କ ନମ୍ବର କହି ଟଙ୍କା ମାଗୁଥିଲେ ସାଇବର ଠକ।  ଏହାର ଖୋଳତାଡ କରିବା ବେଳେ ସାମ୍ନାକୁ ଆସିଛି ପ୍ରିଆକ୍ଟିଭେଟେଡ୍ ସିମ୍‌ର ବଡ ରାକେଟ୍  ଦୋକାନୀଠାରୁ ଠକେଇର ମାଷ୍ଟର ମାଇଣ୍ଡ ଯାଏଁ ଏକ ଲମ୍ବା ଚେନ୍‌ର ଲିଙ୍କ ପାଇଛି କ୍ରାଇମବ୍ରାଞ୍ଚ।

Advertisment

ପ୍ରିଆକ୍ଟିଭେଟେଡ୍ ସିମ୍ ରାକେଟ୍‌ର ମୁଖ୍ୟ ଅଭିଯୁକ୍ତ ସହ ୩ ଜଣଙ୍କୁ ଢେଙ୍କାନାଳରୁ ଗିରଫ କରିଛି କ୍ରାଇମବ୍ରାଞ୍ଚ। ଅଭିଯୁକ୍ତଙ୍କଠାରୁ ଜବତ ହୋଇଛି ୧୯ ହଜାର ୬୪୧ଟି ପ୍ରି ଆକ୍ଟିଭେଟେଡ୍ ସିମ୍ କାର୍ଡ। ୪୮ଟି ମୋବାଇଲ ଓ ୧୪ ଲକ୍ଷ ୩୨ ହଜାର ଟଙ୍କା ମଧ୍ୟ ଜବତ ହୋଇଛି। ଏହା ପୂର୍ବରୁ ୨୯ ଜୁନ୍ ୨୦୨୧ରେ ପ୍ରିଆକ୍ଟିଭେଟେଡ୍ ସିମ୍ କାରବାରରେ ଭୁବନେଶ୍ୱର ସହିଦ ନଗର ପୋଲିସ ୭ ଜଣଙ୍କୁ ଗିରଫ କରିଥିଲା। 

ତାଙ୍କ ଠାରୁ ଜବତ ହୋଇଥିଲା ୧୭ ହଜାରରୁ ଅଧିକ ପ୍ରିଆକ୍ଟିଭେଟେଡ୍ ସିମ୍ କାର୍ଡ ଏବଂ ଦେଢ ଶହ ମୋବାଇଲ୍। ସାଇବର ଅପରାଧୀ ଗୋଷ୍ଠୀଙ୍କୁ ଏହି ସିମ୍ କାର୍ଡ ଯୋଗାଯାଉଥିବା କମିଶନରେଟ୍ ପୋଲିସ ପକ୍ଷରୁ କୁହାଯାଇଥିଲା। ବିଶେଷଜ୍ଞଙ୍କ ମତ ହେଉଛି, ସର୍ଭିସ ପ୍ରୋଭାଇଡର, ପୋଲିସ ଏବଂ ଟେଲିକମ୍ ରେଗୁଲେଟୋରୀ ଅଥରିଟିର ମିଳିତ ଉଦ୍ୟମରେ ହିଁ ଜାଲ୍ ସିମ୍ କାର୍ଡ କାରବାର ଉପରେ ରୋକ୍ ଲଗାଯାଇପାରିବ।

ରିପୋର୍ଟ: ଦେବାଶିଷ ମହାନ୍ତି ଓ ଆଲୋକ ମହାନ୍ତି

Cyber Crime In Odisha
Advertisment
Advertisment