/odishatv-khabar/media/post_attachments/uploadimage/library/16_9/16_9_0/IMAGE_1651763459.jpg)
Duplicate Liquor Factory
ସମ୍ବଲପୁରରେ ନକଲି ମଦ ଫ୍ୟାକ୍ଟ୍ରି । ପର୍ଦ୍ଦାଫାସ କଲା ଅବକାରୀ ବିଭାଗ । ସମ୍ବଲପୁର ସହର ଦେଉଳବନ୍ଧ ଅଂଚଳରେ ଚାଲିଥିବା ନକଲି ମଦ କାରଖାନା ଉପରେ ଚଡାଉ କରିଛି ଅବକାରୀ ବିଭାଗ । ଚଢାଉ ବେଳେ ୭ ଜଣଙ୍କୁ ଗିରଫ କରାଯାଇଛି । ଗିରଫଙ୍କ ମଧ୍ୟରେ ସମ୍ବଲପୁରରୁ ୨ ଜଣ, ବରଗଡ଼ର ଜଣେ ଆଉ ଝାରସୁଗୁଡ଼ାର ୪ ଜଣ ଅଛନ୍ତି ।
କାରଖାନାରୁ ବିପୁଳ ମାତ୍ରାର ନକଲି ମଦ ଜବତ କରାଯାଇଛି । ଏହାସହ ନାମିଦାମି ମଦ କମ୍ପାନୀର ଲେବଲ, ପ୍ୟାକିଂ ମେସିନ୍, ମଦ ପ୍ରସ୍ତୁତିର କେମିକାଲ ସହ ଅନ୍ୟ ସାମଗ୍ରୀ ଜବତ ହୋଇଛି । ସମ୍ବଲପୁର ଦେଉଳବନ୍ଧ ଅଞ୍ଚଳରେ ଅନେକ ଦିନ ଧରି ଚାଲିଥିଲା ଏହି ନକଲି ମଦ କାରଖାନା । କୋଲକତାରୁ ସାମଗ୍ରୀ ଆଣି ଦାମି କମ୍ପାନୀର ଲେବଲ ଲଗାଇ ନକଲି ମଦ ପ୍ରସ୍ତୁତ କରାଯାଇ ବଜାରକୁ ଛଡ଼ା ଯାଉଥିଲା । ଏଠାରୁ ବରଗଡ଼ ସହ ଝାରସୁଗୁଡ଼ା ଜିଲ୍ଲାକୁ ମଧ୍ୟ ମଦ ପଠାଯାଉଥିବା, ଜଣେ ଅବକାରୀ ଅଧିକାରୀ ସୂଚନା ଦେଇଛନ୍ତି ।
ସେହିଭଳି ବାଲେଶ୍ୱର ଜିଲ୍ଲା ବାହାନଗା ବ୍ଲକ ଗୋପାଳପୁର ବଜାର ନିକଟରେ ଥିବା ଏକ ଘିଅ କାରଖାନା ଉପରେ ଚଢ଼ାଉ କରାଯାଇଛି l ଏଠାରେ ଦୀର୍ଘଦିନ ଧରି ଘିଅ ତିଆରି ହୋଇଆସୁଥିଲା । ତେବେ ଆଜି ଏହି ଘିଅ କାରଖାନା ଉପରେ ଜିଲ୍ଲା ଖାଉଟି ସୁରକ୍ଷା ଅଧିକାରିଣୀ ଏବଂ ଖନ୍ତାପଡ଼ା ପୋଲିସ ମିଳିତ ଚଢ଼ାଉ କରିଥିଲେ । ଏହି ଅଞ୍ଚଳରେ ଦୀର୍ଘ ଦିନ ଧରି ଜଣେ ମହିଳା ଗଙ୍ଗା ଘିଅ ଓ ଶ୍ରୀମନ୍ଦିର ଘିଅ ତିଆରି କରି ବିକ୍ରୀ କରୁଥିଲେ l
ତେବେ କିଛିଦିନ ତଳେ ଅପମିଶ୍ରଣ ହେଉଥିବା ନେଇ ଅଭିଯୋଗ ହୋଇ ଆସୁଥିଲା l ସେଥିପାଇଁ ଆଜି ଅଚାନକ ଭାବେ ବାଲେଶ୍ୱର ଜିଲ୍ଲା ଖାଉଟି ସୁରକ୍ଷା ଅଧିକାରିଣୀଙ୍କ ସହ ଖନ୍ତାପଡ଼ା ଥାନା ଅଧିକାରୀ ଚଢ଼ାଉ କରି ଘିଅର ମାନ ସଂଗ୍ରହ କରିଛନ୍ତି l ଏଥିସହିତ ଏହି କାରଖାନା ଟିକୁ ୧୫ଦିନ ପାଇଁ ସିଲ କରିଛନ୍ତି l
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)