Advertisment

କପା କିଆରିରୁ ମିଳିଲା କନିଷ୍ଠ ଯନ୍ତ୍ରୀଙ୍କ ମୃତଦେହ, ପାଖରେ ପଡ଼ିଛି ବାଇକ୍‌

କପା କିଆରିରୁ କନିଷ୍ଠ ଯନ୍ତ୍ରୀଙ୍କ ମୃତଦେହ ମିଳିଛି। ତାଙ୍କୁ ହତ୍ୟା କରାଯାଇ ପିଙ୍ଗି ଦିଆଯାଇଥିବା ସନ୍ଦେହ କରାଯାଉଛି।

author-image
Rajalaxmi Sahoo
 Junior Engineer Dead Body Found

Junior Engineer Dead Body Found

କପା କିଆରିରୁ କନିଷ୍ଠ ଯନ୍ତ୍ରୀଙ୍କ ମୃତଦେହ ଉଦ୍ଧାର। ବଲାଙ୍ଗିର ଜିଲ୍ଲା ପାଟଣାଗଡ ଥାନା ଅନ୍ତର୍ଗତ ବନକାବିଅର ଗାଁର କପା କିଆରିରୁ କନିଷ୍ଠ ଯନ୍ତ୍ରୀଙ୍କ ମୃତଦେହ ମିଳିଛି। ମୃତକ ହେଲେ ପାଟଣାଗଡ ବ୍ଲକର କନିଷ୍ଠ ଯନ୍ତ୍ରୀ ସୁରେଶ ଚନ୍ଦ୍ର ସାହୁ।ମୃତ୍ୟୁର କାରଣ ଜଣାପଡ଼ିନଥିଲେ ମଧ୍ୟ ତାଙ୍କୁ ହତ୍ୟା କରାଯାଇ ପିଙ୍ଗି ଦିଆଯାଇଥିବା ସନ୍ଦେହ କରାଯାଉଛି।

Advertisment

ରକ୍ତ ଜୁଡ଼ୁବୁଡ଼ୁ ଅବସ୍ଥାରେ ମୃତଦେହ ଉଦ୍ଧାର କରାଯାଇ ଥିବାବେଳେ ପାଖରେ ଏକ ବାଇକ୍‌ ପଡ଼ିଥିବା ଦେଖିବାକୁ ମିଳିଛି। ସୁରେଶ ଚନ୍ଦ୍ର  ଚାରୋଟି ପଞ୍ଚାୟତର ଦାୟିତ୍ୱରେ ଥିଲେ। ଫିଲ୍ଡ ଭିଜିଟ୍‌ ପାଇଁ ଯାଇଥିବା ସମୟରେ ତାଙ୍କୁ ହତ୍ୟା କରାଯାଇଥିବା ସନ୍ଦେହ କରାଯାଉଛି।

Deadbody Found Junior Engineer Dead Body Found
Advertisment
Advertisment