Advertisment

ଆଖିରେ ଧୂଳି ଦେବାକୁ ଅଭିନୟ ଉପାୟ: ଗଛ ଉପରୁ ମଦ ବର୍ଷା

ବିଶ୍ୱସ୍ତ ସୂତ୍ରରୁ ସୂଚନା ପାଇବା ପରେ ଏହି ଟିମ୍ ଆଜି ଘଟଣାସ୍ଥଳରେ ଚଢାଉ କରିଥିଲା।

author-image
Chandan Shishu
liquors destroyed

liquors destroyed

ଗଛ ଉପରୁ ମଦ ବର୍ଷା। ଅବକାରୀ ବିଭାଗ ଆଖିରେ ଧୂଳି ଦେବାକୁ ଅଭିନୟ ଉପାୟ ବାହାର କରି ମାଟିରେ ନପୋତି ଗଛ ଉପରେ ଦେଶୀ ମଦ ଓ ପୋଚ ଲୁଚାଇ ରଖିଥିଲେ ଚୋରା ମଦ ବ୍ୟବସାୟୀ। ତେବେ ଏ ସୂଚନା ପାଇ ବହୁ ପରିମାଣର ଦେଶୀ ମଦ ଓ ପୋଚ ମଦ ନଷ୍ଟ କରିଛି ଅବକାରୀ ବିଭାଗ।

Advertisment

କଟକ ଜିଲ୍ଲା ଖୁଣ୍ଟୁଣୀ ଡାଳୁଅ ସଂରକ୍ଷିତ ଜଙ୍ଗଲରେ ଲୁଚାଇ ରଖାଯାଇଥିବା ପ୍ରାୟ ୬୬୫ ଲିଟର ଦେଶୀ ମଦ ଓ ୭ ହଜାର ୮୦୫ ଲିଟର ପୋଚ ନଷ୍ଟ କରିଛି ଅବକାରୀ ବିଭାଗ ଓ ପୋଲିସର ମିଳିତ ଟିମ୍।

ବିଶ୍ୱସ୍ତ ସୂତ୍ରରୁ ସୂଚନା ପାଇବା ପରେ ଏହି ଟିମ୍ ଆଜି ଘଟଣାସ୍ଥଳରେ ଚଢାଉ କରିଥିଲା। ପରେ ଗଛ ଉପରେ ବ୍ୟାରେଲ୍ ବ୍ୟାରେଲ ମଦ ଗଚ୍ଛିତ ରହିଥିବା ଦେଖିବାକୁ ମିଳିଥିଲା। ଅବକାରୀ ଟିମ୍ ଗଛରେ ଚଢ଼ି ଏସବୁକୁ ନଷ୍ଟ କରିଥିଲା।

Advertisment

ତେବେ ଗଛ ଉପରୁ ମଦ ଢଳାଯିବା ବେଳେ ଏହା କୃତ୍ରିମ ବର୍ଷାର ଭ୍ରମ ସୃଷ୍ଟି କରିଥିଲା। ଖୁଣ୍ଟୁଣୀ ଅଞ୍ଚଳରେ ମଦ ବେପାରୀଙ୍କ ଏ ନୂଆ ତରିକାକୁ ଅବକାରୀ ବିଭାଗ ଠାବ କରିବା ପରେ ଏହା ଚର୍ଚ୍ଚାର ବିଷୟ ହୋଇଛି।

Liquors Destroyed
Advertisment
Advertisment