• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Otv Khabar Bureau

ସାଇବର ଠକଙ୍କ ଟାର୍ଗେଟରେ ରହିଛନ୍ତି ବଡ଼ ରାଜନେତା । ବାଚସ୍ପତି ଓମ୍ ବିର୍ଲାଙ୍କ ନାଁକୁ ବ୍ୟବହାର କରି ଚାଲିଛି ଠକେଇ ଉଦ୍ୟମ । ପୂର୍ବରୁ ବାଚସ୍ପତିଙ୍କ ନାଁ କହି ସାଇବର ଠକେଇ ପାଇଁ ଉଦ୍ୟମ ହୋଇଥିବାର ଅଭିଯୋଗ ହୋଇଥିଲା । ଏବେ ସାମ୍ନାକୁ ଆସିଛି ଠକେଇର ଆଉ ଏକ କଳା କାରନାମା ।

ସାଂସଦ ଅନୁଭବ ମହାନ୍ତିଙ୍କୁ ମଧ୍ୟ ଏକ ଫ୍ରଡ୍‌ ମେସେଜ୍‌ ଆସିଥିବା ନେଇ ସେ ସାଇବର୍‌ ସେଲ୍‌କୁ ଅବଗତ କରାଇଛନ୍ତି । 94809 18183 ନମ୍ବରରେ ସାଂସହ ଅନୁଭବ ମହାନ୍ତିଙ୍କୁ ହ୍ୱାଟ୍ସଆପ୍‌ରେ ମେସେଜ୍‌ ଆସିଥିଲା । ଏହି ହ୍ୱାଟ୍ସଆପ୍‌ ନଂରେ ବାଚସ୍ପତି ଓମ୍ ବିର୍ଲାଙ୍କ ଫଟୋ ଲଗାଯାଇଥିବାର ଦେଖିବାକୁ ମିଳିଥିଲା । ଏହାର ସ୍ନାପସଟ୍‌କୁ ସେୟାର କରି ସାଇବର ସେଲ୍କୁ ଅବଗତ କରିଛନ୍ତି ସାଂସଦ ଏବଂ ତୁରନ୍ତ କାର୍ଯ୍ୟାନୁଷ୍ଠାନ ପାଇଁ ନିବେଦନ କରିଛନ୍ତି । ଏହାପୂର୍ବରୁ ବି ଓମ୍ ବିର୍ଲାଙ୍କ ନାଁ କହି ଠକିଥିଲେ ସାଇବର କ୍ରିମିନାଲ୍ । ଢେଙ୍କାନାଳରୁ ଧରାପଡ଼ିଥିବା ସିମ୍ କାର୍ଡ ଫ୍ରଡ୍ ଲିଙ୍କ୍ ଏଥିରେ ଥିବା କ୍ରାଇମବ୍ରାଞ୍ଚ ସୂଚନା ଦେଇଥିଲା ।

ଏହି ଫ୍ରଡ୍ ସିମ୍ କାରବାର ଘଟଣାରେ କ୍ରାଇମବ୍ରାଞ୍ଚ ଆଉ ୨ କର୍ମଚାରୀଙ୍କୁ ଜେରା କରୁଛି । ଢେଙ୍କାନାଳ ମୋଟାଙ୍ଗ ଥାନା ଅଞ୍ଚଳରୁ ଜଣେ ସିମ୍ ଡିଷ୍ଟ୍ରିବ୍ୟୁଟର୍ ଅମିତାଭ ସାହୁଙ୍କୁ ଗିରଫ କରିଛି କ୍ରାଇମ୍‌ବ୍ରାଞ୍ଚ । ସେଲର୍ ଦୋଳଗୋବିନ୍ଦ ପରିଡ଼ାଙ୍କୁ ମଧ୍ୟ ଜେରା କରାଯାଉଛି । ଫ୍ରଡ୍ ସିମ୍ ମୁଖ୍ୟ ଅଭିଯୁକ୍ତ ଦୁଷ୍ମନ୍ତର ୨ଟି ବ୍ୟାଙ୍କରୁ ପ୍ରାୟ ୯ ଲକ୍ଷ ଠାବ ହୋଇଛି । ଅମିତାଭ ସାହୁ ନାମକ ଜଣେ ଡିଷ୍ଟ୍ରିବ୍ୟୁଟର୍‌ଙ୍କୁ ଧରିବା ପରେ ତାଙ୍କର ୭ ଲକ୍ଷ ୯୫ ହଜାର ଟଙ୍କାର ବ୍ୟାଙ୍କ୍ ଆକାଉଣ୍ଟକୁ ଅଚଳ କରାଯାଇଛି। 

ଏହାସହ ଏକ ଲକ୍ଷ ୬୦ ହଜାର ଟଙ୍କାର ପେଟିମ୍ ଆକକାଉଣ୍ଟକୁ ବି ଫ୍ରିଜ୍ କରାଯାଇଛି । ଅମିତାଭ ରିଟେଲରଙ୍କଠାରୁ ୨୦ ଟଙ୍କାର BSNL ସିମକୁ ୧୨୦ ଟଙ୍କାରେ କିଣୁଥିଲେ । ଭୋଡାଫୋନ୍‌ର ୨୫ ଟଙ୍କିଆ ସିମ୍‌କୁ ୧୩୦ ଟଙ୍କାରେ କିଣୁଥିଲେ । ଖାଲି ଏତିକି ନୁହେଁ ଜିଓର ମାଗଣା ସିମ୍‌କୁ ୧୪୦ ଟଙ୍କା ଦେଇ କିଣୁଥିଲେ । ଏହି ସବୁ ସିମ୍ ପ୍ରି ଆକଟିଭେଟ୍ ରହୁଥିଲା । ଯାହାକୁ ୪୦୦ ଟଙ୍କାରେ ବିକୁଥିଲେ ଡ୍ରିଷ୍ଟିବ୍ୟଟର ।

ଗତ ସପ୍ତାହରେ କ୍ରାଇମବ୍ରାଞ୍ଚ ହାତରେ ବିଭିନ୍ନ କମ୍ପାନିର ୧୪ ହଜାରରୁ ଅଧିକ ସିମ୍ କାର୍ଡ ମିଳିଥିଲା । ମାତ୍ର ୪୦୦ ଟଙ୍କାରେ ବିନା ପ୍ରମାଣପତ୍ରରେ ଏହି ସିମ୍ କାର୍ଡ ଗୁଡ଼ିକ ବିକ୍ରି ହେଉଥିଲା । ସାଇବର କ୍ରାଇମ ସମେତ ବିଭିନ୍ନ ଅପରାଧିକ କାର୍ଯ୍ୟକଳାପରେ ଏସବୁ ବ୍ୟବହାର କରୁଥିଲେ ଅପରାଧୀ ।