ବେଆଇନ ମଦ କାରବାର ରୋକିବା ପାଇଁ ସାରା ରାଜ୍ୟରେ ରେଡ୍ ଚାଲିଛି। ୨୧୭ଟି ବେଆଇନ ମଦ ଭାଟି ଚିହ୍ନଟ ହୋଇଛି ।
ଅବକାରୀ ବିଭାଗର ଅତିରିକ୍ତ କମିଶନରଙ୍କ କହିବା କଥା, ବେଆଇନ ମଦ କାରବାର ଅଭିଯୋଗରେ ସୁରେନ୍ଦ୍ର ପୂର୍ବରୁ ବି ଜେଲ୍ ଯାଇଛି। ଜେଲରୁ ମୁକୁଳି ପୁଣି ଚଳାଇଥିଲା ମଦ ବେପାର।
କାରଖାନାରୁ ବିପୁଳ ମାତ୍ରାର ନକଲି ମଦ ଜବତ କରାଯାଇଛି । ଏହାସହ ନାମିଦାମି ମଦ କମ୍ପାନୀର ଲେବଲ, ପ୍ୟାକିଂ ମେସିନ୍, ମଦ ପ୍ରସ୍ତୁତିର କେମିକାଲ ସହ ଅନ୍ୟ ସାମଗ୍ରୀ ଜବତ ହୋଇଛି ।