• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Prangyan Parimita

କେନ୍ଦ୍ରାପଡ଼ା ଜିଲ୍ଲାରେ ପୁଣି ଗର୍ଜିଲା ବନ୍ଧୁକ । କିଛିଦିନ ତଳେ ମହାକାଳପଡ଼ା ଥାନା ଅଧିନରେ ଦୁର୍ବୃତ୍ତମାନେ ଗୁଳି ଚଳାଇ ଫେରାର ଥିବା ବେଳେ ଗତକାଲି ରାତିରେ ନିକିରାଇ ଥାନା ଅଧିନ ସଦାନନ୍ଦପୁର ପୋଟଳଡିହରେ ଜଣେ ବ୍ୟକ୍ତିଙ୍କୁ ଗୁଳି କରିଛନ୍ତି ଦୁର୍ବୃତ୍ତ । ଅଜୟ ପତି ନାମକ ଜଣେ ବ୍ୟକ୍ତିଙ୍କୁ ଦୁଇ ଦୁର୍ବୃତ୍ତ ବାଇକରେ ଆସି ମୁଣ୍ଡକୁ ଗୁଳି ଚଳାଇବାକୁ ଉଦ୍ୟମ କରିଥିଲେ ।

ତେବେ କୌଶଳକ୍ରମେ ଅଜୟ ଦୁର୍ବୃତ୍ତଙ୍କ ହାତରୁ ଦେଶୀ ବନ୍ଧୁକ ଛଡାଇ ଆଣିବାବେଳେ ଗୁଳି ଫୁଟି ଯାଇଥିଲା । ଫଳରେ ଅଜୟଙ୍କ ଡ଼ାହାଣ ହାତରେ ଗୁରୁତର ଆଘାତ ଲାଗିଥିବା ସୂଚନା ମିଳିଛି । ତେବେ କାହିଁକି ଘଟିଲା ଗୁଳିକାଣ୍ଡ, ଗୁଳି କରିବାକୁ ଉଦ୍ୟମ କରୁଥିବା ଦୁର୍ବୃତ୍ତମାନେ କିଏ ? ସେନେଇ ସ୍ପଷ୍ଟ ହୋଇନଥିବାବେଳେ ନିକିରାଇ ପୋଲିସ ଘଟଣାର ତଦନ୍ତ କରୁଛି ।

ସେପଟେ ଅଜୟଙ୍କ କହିବା ଅନୁସାରେ ଦିଦିଙ୍କ ଘରେ ବସିଥିବା ବେଳେ ପର୍ଶୁରାମ ପ୍ରଧାନ ନାମକ ଜଣେ ବ୍ୟକ୍ତି ବନ୍ଧୁକ ଧରି ପଶି ଆସିଥିଲା। ଆଉ ହଠାତ୍‌ ସେ ଅଜୟଙ୍କୁ ବନ୍ଧୁକ ଦେଖାଇଥିଲା । ତେବେ ସେ ତା’ଠାରୁ ବନ୍ଧୁକ ଛଡ଼ାଇ ଆଣିବାକୁ ଉଦ୍ୟମ କରିଥିଲେ । ଆଉ ସେହି ସମୟରେ ଗୁଳି ଫୁଟାଇ ଦେଇଥିଲା ପର୍ଶୁରାମ ।

ଆଉ ଗୁଳିଟି ତାଙ୍କ ହାତରେ ବାଜିଥିଲା । ହାତରୁ ଧାର ଧାର ରକ୍ତ ବହି ଆସୁଥିଲେ ହେଁ ପର୍ଶୁରାମକୁ ଧରିବା ପାଇଁ ଅଜୟ ଗୋଡ଼ାଇ ଥିଲେ । ହେଲେ ଆହତ ହୋଇଥିବାରୁ ଅଧିକ ବାଟ ଗୋଡ଼ାଇ ପାରିନଥିଲେ ଫଳରେ ସେ ଖସି ଯିବାରେ ସଫଳ ହୋଇଥିଲା । ଏହି ଘଟଣା ନେଇ ନିକିରାଇ ପୁଲିସ ତଦନ୍ତ ଆରମ୍ଭ କରିଛି । ଅଭିଯୁକ୍ତ ଆଣିଥିବା ଦେଶୀ ବନ୍ଧୁକ ଘଟଣାସ୍ଥଳରେ ପଡ଼ିଥିବା ବେଳେ ପୁଲିସ୍ ଏହାକୁ ଜବତ କରିଛି।