• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Satyendu Shekher Mishra

ୟୁପିରୁ ଧରା ହେଲା ଅଭିଯୁକ୍ତ । ବେଆଇନ ଲୋନ୍ ଆପ୍ ମାମଲାରେ କ୍ରାଇମବ୍ରାଞ୍ଚର ତନାଘନା । ବେଆଇନ ଲୋନ୍ ଆପ୍ ମାମଲାରେ ଉତ୍ତର ପ୍ରଦେଶର ଗାଜିଆବାଦରୁ ମୁଖ୍ୟ ଅଭିଯୁକ୍ତକୁ ଗିରଫ କଲା କ୍ରାଇମବ୍ରାଞ୍ଚର ଅର୍ଥନୈତିକ ଅପରାଧ ଶାଖା । ଗିରଫ ଅଭିଯୁକ୍ତ ହେଲେ IWT ଇଣ୍ଡିଆ ନାମକ ସଂସ୍ଥାର ମୁଖ୍ୟ ମହମ୍ମଦ ଜାଭେଦ ସୈଫି । ଉତ୍ତର ପ୍ରଦେଶର ସିଜେଏମ୍ କୋର୍ଟରେ ହାଜର ପରେ ତାଙ୍କୁ ଟ୍ରାଞ୍ଜିଟ ରମାଣ୍ଡରେ ଭୁବନେଶ୍ୱର ଅଣାଯାଇଛି । ପୂର୍ବରୁ ଏହି ମାମଲାରେ ମହାଗ୍ରାମ ପେମେଣ୍ଟ ପ୍ରାଇଭେଟ ଲିମିଟେଡ ସଂସ୍ଥାର ୬ କୋଟିରୁ ଅଧିକ ଟଙ୍କା ଜବତ କରିଥିଲା କ୍ରାଇମବ୍ରାଞ୍ଚ ।

ବେଆଇନ୍ ଲୋନ ଆପ୍ ନେଇ RBI ଓ ଲୋକଙ୍କ ପାଖରୁ ଅଭିଯୋଗ ପାଇବା ପରେ ଘଟଣାର ତଦନ୍ତ କରୁଛି କ୍ରାଇମବ୍ରାଞ୍ଚ । ସେହିପରି ବେଆଇନ ଲୋନ୍ ଆପ୍ କୋକୋ ଓ ଜୋଜୋର ଅନୁସଂଧ୍ୟାନ ବେଳେ ଅନେକ ସାଂଘାତିକ ତଥ୍ୟ ପାଇଛି କ୍ରାଇମବ୍ରାଞ୍ଚ । ଏହି ଆପ୍ ଡାଉନ୍‌ଲୋଡ୍ କରିବା ମାତ୍ରେ ସଂପୃକ୍ତ ବ୍ୟକ୍ତିଙ୍କ ଆକାଉଣ୍ଟରେ ୩ ହଜାରରୁ ୫ ହଜାର ଟଙ୍କା ଜମା ହେଉଥିଲା ।

ଏହାପରେ ତୁରନ୍ତ ଅଧିକ ସୁଧରେ ଟଙ୍କା ସୁଝିବାକୁ କୁହାଯାଉଥିଲା । ସପ୍ତାହେ ଭିତରେ ୩ରୁ ୪ଗୁଣା ସୁଧରେ ଟଙ୍କା ସୁଝିବାକୁ ବାଧ୍ୟ କରାଯାଉଥିଲା । ଏହାସହ ସଂପୃକ୍ତ ଗ୍ରାହକଙ୍କୁ ବିଭିନ୍ନ ଅଶାଳିନ ମେସେଜ୍ ପଠାଇବା ସହ ମାନସିକ ନିର୍ଯାତନା ଦିଆଯାଉଥିବା ଅଭିଯୋଗ ହେଇଛି । ଏହି ବେଆଇନ୍ ଲୋନ୍ ଆପ୍‌ର ତଦନ୍ତ ବେଳେ ଜଣେ ଅଭିଯୁକ୍ତକୁ ଧରିଛି କ୍ରାଇମବ୍ରାଞ୍ଚ ।