/odishatv-khabar/media/post_attachments/uploadimage/library/16_9/16_9_0/IMAGE_1633090261.jpg)
Custodial Death
ଜଗତସିଂହପୁର ଜିଲ୍ଳା ଅଭୟଚାନ୍ଦପୁର ହାଜତ ମୃତ୍ୟୁ ଅଭିଯୋଗ ମାମଲାରେ ନୂଆ ମୋଡ଼ । ପୁଅର ମୃତ୍ୟୁ ପାଇଁ ପୋଲିସକୁ ଦାୟୀ କରିଥିବା ମୃତକ ନିରଂଜନ ଗେଡ଼ିଙ୍କ ବାପା ପ୍ରହଲ୍ଲାଦ ଆଜି ଏସ୍ପିଙ୍କୁ ଭେଟିଛନ୍ତି । ଏସ୍ପିଙ୍କୁ ଭେଟିବା ପରେ ଗଣମାଧ୍ୟମକୁ କହିଛନ୍ତି, ପୁଅର ମୃତ୍ୟୁ ଖବର ପାଇଲା ବେଳେ ତାଙ୍କର ମାନସିକ ଅବସ୍ଥା ଠିକ୍ ନଥିଲା । ତେଣୁ ସେ ସେମିତି କହି ଦେଇଥିଲେ ।
ତେବେ ଘଟଣାର ନିରପେକ୍ଷ ତଦନ୍ତ ପାଇଁ ଜଗତସିଂହପୁର ଏସ୍ପି ପ୍ରତିଶ୍ରୁତି ଦେଇଥିବାରୁ ତାଙ୍କ ଉପରେ ପୂର୍ଣ୍ଣ ଭରସା ଓ ବିଶ୍ୱାସ ଅଛି ବୋଲି କହିଛନ୍ତି ମୃତକଙ୍କ ବାପା ପ୍ରହଲ୍ଲାଦ ଗେଡ଼ି । ଆଜି ଛୁଟିଦିନ ସତ୍ତ୍ୱେ ଶ୍ରମିକ ନେତା ବାପି ସର୍ଖେଲଙ୍କୁ ଧରି ଜଗତସିଂହପୁର ଏସ୍ପିଙ୍କୁ ଭେଟିବାକୁ ଯାଇଥିଲେ ପ୍ରହଲ୍ଲାଦ । ଘଟଣାର ନିରପେକ୍ଷ ତଦନ୍ତ ପାଇଁ ଲିଖିତ ଭାବେ ଜଣାଇଥିବା ସେ କହିଛନ୍ତି । ଏକ ବ୍ରାଉନସୁଗାର କେସ୍ରେ ଅଭୟଚାନ୍ଦପୁର ମନୋରଂଜନଙ୍କୁ ଉଠାଇ ନେଇଥିବା ଅଭିଯୋଗ ହୋଇଥିଲା । ଏହାପରେ ପୋଲିସ ହେପାଜତରେ ମନୋରଂଜନଙ୍କ ମୃତ୍ୟୁ ହୋଇଥିବା ପରିବାର ଲୋକେ କହିଥିବା ବେଳେ ପୋଲିସ କହିଥିଲା, ରାସ୍ତାକଡ଼ର ଏକ କାନ୍ଥରେ ପିଟି ହୋଇ ଗୁରୁତର ହୋଇଥିଲେ ମନୋରଂଜନ । ପରେ ଜଗତସିଂହପୁର ହସ୍ପିଟାଲ୍ରେ ତାଙ୍କର ମୃତ୍ୟୁ ହୋଇଥିଲା ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)