Advertisment

ବୟଫ୍ରେଣ୍ଡ୍‌ ଉଡ଼େଇଛି ୫୦ ଲକ୍ଷ !

ହଡ଼ପ ଟଙ୍କାରୁ ୫୦ ଲକ୍ଷ ଟଙ୍କାରେ ଅଭିଯୁକ୍ତ ବୟଫ୍ରେଣ୍ଡ୍‌ ଜୁଆ ଖେଳିଥିବା କମିଶନରେଟ୍ ପୋଲିସ ସୂଚନା ଦେଇଛି।

author-image
Rajalaxmi Sahoo
ଅଦ୍ୟତନ ହୋଇଛି
Boyfriend of lady accountant brought to Bhubaneswar

Boyfriend of lady accountant brought to Bhubaneswar

ବୟଫ୍ରେଣ୍ଡ୍‌ ପାଇଁ ୯୭ ଲକ୍ଷ ଟଙ୍କା ହଡ଼ପ ମାମଲାରେ ନୂଆ ତଥ୍ୟ ସାମ୍ନାକୁ ଆସିଛି। ହଡ଼ପ ଟଙ୍କାରୁ ୫୦ ଲକ୍ଷ ଟଙ୍କାରେ ଅଭିଯୁକ୍ତ ବୟଫ୍ରେଣ୍ଡ୍‌ ଜୁଆ ଖେଳିଥିବା କମିଶନରେଟ୍ ପୋଲିସ ସୂଚନା ଦେଇଛି। ସମ୍ପୃକ୍ତ ବୟଫ୍ରେଣ୍ଡ ବିକାଶ କୁମାରଙ୍କୁ ଆଜି ଟ୍ରାଞ୍ଜିଟ୍ ରିମାଣ୍ଡରେ ଆଣି ଭୁବନେଶ୍ୱର ତମାଣ୍ଡୋ ପୋଲିସ ଜେରା କରୁଛି। 

Advertisment

ଲେଡି ଆକାଉଣ୍ଟାଣ୍ଟଙ୍କ ବୟଫ୍ରେଣ୍ଡ୍‌ ବିକାଶ କୁମାରଙ୍କୁ ଝାଡଖଣ୍ଡରୁ ଟ୍ରାଞ୍ଜିଟ୍ ରିମାଣ୍ଡରେ ଭୁବନେଶ୍ୱର ଆଣିଛି କମିଶନରେଟ୍ ପୋଲିସ। ଏକ ଘରୋଇ ଇଞ୍ଜିନିୟରିଂ କଲେଜର ଜଣେ ଲେଡି ଆକାଉଣ୍ଟାଣ୍ଟଙ୍କଠୁ ୯୭ ଲକ୍ଷ ଟଙ୍କା ନେଇ ଆଉ ଧରାଛୁଆଁ ଦେଉନଥିଲା ଅଭିଯୁକ୍ତ ବିକାଶ। ଅଭିଯୋଗ ଅନୁଯାୟୀ, କଲେଜ ଟଙ୍କାକୁ ବିକାଶଙ୍କ ପାଖକୁ ପଠାଇଥିଲେ ଲେଡି ଆକାଉଣ୍ଟାଣ୍ଟ। ଅଭିଯୁକ୍ତ ଯୁବକଙ୍କ ଘର ଝାଡ଼ଖଣ୍ଡରେ। ଘରୋଇ ଇଞ୍ଜିନିୟରିଂ କଲେଜର ସେ ପୂର୍ବତନ ଛାତ୍ର ଥିଲେ।

ବୟସରେ ସାନ ହେଲେ ବି ଆକାଉଣ୍ଟାଣ୍ଟଙ୍କ ସହ ତାଙ୍କର ଘନିଷ୍ଠ ସମ୍ପର୍କ ଥିଲା। ଆଉ ସେହି ସମ୍ପର୍କକୁ ଆଧାର କରି ବିକାଶ ବିଭିନ୍ନ ସମୟରେ ନାନା ଆଳ କରି ପାୟଲଙ୍କଠୁ ୯୭ ଲକ୍ଷ ଟଙ୍କା ହାତେଇ ନେଇଥିଲା।

Advertisment

Money Laundering College Fee Fraudcolon
Advertisment
Advertisment