କଟକ ସଦର ଥାନା ଅଞ୍ଚଳରୁ ଆସିଛି ବଧୂ ହତ୍ୟା ଅଭିଯୋଗ । ଯୌତୁକ ପାଇଁ ଜଣେ ବଧୂଙ୍କ ଜୀବନ ଯାଇଛି । କଟକ ସଦର ଥାନା ଅନ୍ତର୍ଗତ ପ୍ରତାପ ନଗରୀ ଅଞ୍ଚଳରେ ଏଭଳି ଘଟଣା ଘଟିଥିବା ଅଭିଯୋଗରେ ଦର୍ଶାଯାଇଛି ।
ଜାନୁଆରି ୩୧ରେ ମଡେଲ ସୌମ୍ୟରଂଜନ ପାଣିଗ୍ରାହୀଙ୍କ ଆତ୍ମହତ୍ୟା । ଏପ୍ରିଲ ୧୯ ତାରିଖରେ ହେଲା ଏଫ୍ଆଇଆର୍ । ଏତଲା ପାଇଁ କମିଶନରେଟ ପୋଲିସକୁ ଲାଗି ଗଲା ୨ ମାସ ୧୯ ଦିନ ।
ରୋଷେୟା ମୃତ୍ୟୁକୁ ୪ ଦିନ ବିତିଯାଇଥିଲେ ବି ସମସ୍ତେ ନୀରବ ରହୁଥିବାରୁ ଘଟଣା ଆହୁରି ରହସ୍ୟମୟ ଲାଗୁଛି ।
ସମ୍ବଲପୁରରୁ ଲୁଟ୍ ଟଙ୍କା ଦେବଗଡ଼ ବନକାଲୋ ଅଞ୍ଚଳରୁ ଜବତ । ତାହା ପୁଣି ମାଟି ତଳୁ । ଆଉ ଖୋଳୁ ଖୋଳୁ ମାଟି ତଳୁ ବାହାରିଲା ବିଡ଼ା ବିଡ଼ା ୫ଶହ ଟଙ୍କିଆ ନୋଟ୍ ବ୍ୟାଣ୍ଡେଲ ।
୬ଟି ଦେଶର ମାଫିଆଙ୍କ ସହ ଲିଙ୍କ୍ ଥିବା ଜଣାପଡ଼ିଛି ବୋଲି କହିଛନ୍ତି କ୍ରାଇମବ୍ରାଞ୍ଚ ଏଡିଜି । ସ୍ୱିଜରଲ୍ୟାଣ୍ଡ, ଚାଇନା, ଫ୍ରାନ୍ସ, ଆମେରିକା, ଥାଇଲାଣ୍ଡ ଏବଂ ଦକ୍ଷିଣ ଆଫ୍ରିକା ଭଳି ଦେଶ ସହ ଏହି ଦୁଇ ଗିରଫ ମାଫିଆଙ୍କ ସମ୍ପର୍କ ରହିଛି ।
ପୋଷ୍ଟମର୍ଟମ ରିପୋର୍ଟ, ପାରିପାର୍ଶ୍ୱିକ ସ୍ଥିତି, ବୟାନ ଏବଂ ଅନ୍ୟାନ୍ୟ ତଥ୍ୟ ଆଧାରରେ ଏହି ତଦନ୍ତ ଚାଲିଛି । ପ୍ରଦୀପଙ୍କ ମୃତ୍ୟୁକୁ ନେଇ ପୋଲିସ୍କୁ ଦାୟୀ କରିଛନ୍ତି ପରିବାରଲୋକେ ।
ସେମିଳିଗୁଡ଼ାର ଏକ ଇଂଲିଶ ମିଡିୟମ ସ୍କୁଲ ବସକୁ ୪ ଲକ୍ଷ ଟଙ୍କା ଫାଇନ୍ କରାଯାଇଛି । ଟ୍ୟାକ୍ସ ପାଇଁ ୩.୮୦ ଲକ୍ଷ ଓ ଫିଟନେସ୍ ପାଇଁ ୨୧ ହଜାର ୫୦୦ ଜରିମାନା କରାଯାଇଛି ।
ଅନ୍ୟ ଅଭିଯୁକ୍ତଙ୍କୁ ଖୁବ ଶୀଘ୍ର ଗିରଫ କରାଯିବ ବୋଲି କହିଲେ ଗଜପତି ଏସ୍ପି
ହାଇକୋର୍ଟରେ ପରିବାରଲୋକେ ଦ୍ୱାରସ୍ଥ ହୋଇଥିଲେ।
ସମ୍ପୃକ୍ତ ସରପଞ୍ଚ ଜାତିକୁ ନେଇ ଆକ୍ଷେପ କରିଥିବା ସେ ଏତଲାରେ ଦର୍ଶାଇଛନ୍ତି।
ନାମୀ ଦାମୀ ପ୍ରତିଷ୍ଠିତ କମ୍ପାନିର ଲେବଲ୍, ପ୍ୟାକେଜିଂକୁ ନକଲ କରି ସେଥିରେ ନକଲି ଓ ନିମ୍ନମାନର ଡିଟରଜେଣ୍ଟ ପାଉଡର ଭର୍ତ୍ତି କରି ବିକ୍ରି କରାଯାଉଥିଲା । ଏଥିରେ କପଡ଼ା ଠିକ୍ରେ ସଫା ତ ହେବ ନାହିଁ, ବରଂ ଖରାପ ହେବ । ଏପରିକି ସ୍ୱାସ୍ଥ୍ୟ ଉପରେ ବି କୁପ୍ରଭାବ ପଡ଼ିବାର ଆଶଙ୍କା ଅଛି ।
କଟକରେ ଥମୁନି ଭେଜାଲ ସାମଗ୍ରୀ କାରବାର । ଏତେ ନକଲି ସାମଗ୍ରୀ କାରବାର ଧରାପଡ଼ୁଛି ଯେ, ପୁରା ପୋଖତ ଲୋକ ବି ଧୋକା ଖାଇଯିବ, କେଉଁଟା ଅସଲି କେଉଁଟା ନକଲି ।
ଚାର୍ଜସିଟ୍ ଦାଖଲରେ ବିଳମ୍ବରୁ ଜାମିନରେ ଖସି ଯାଉଥିବା ଏଭଳି ଅଫିସରଙ୍କ ତାଲିକା ଆହୁରି ଲମ୍ବା ଆଶ୍ଚର୍ଯ୍ୟର କଥା ହେଉଛି, ଭିଜିଲାନ୍ସ ଜାଲରେ ଫସିବା ଏବଂ ଅଚଳାଚଳ ସମ୍ପତ୍ତିର ତଥ୍ୟ ମିଳିବା ପରେ ଏଭଳି ବହୁ ଦୁର୍ନୀତିଖୋର ଅଧିକାରୀଙ୍କୁ ଦୁର୍ନୀତି ବିରୋଧରେ ଶୂନ୍ୟ ସହନଶୀଳତା ନୀତିରେ ବାଧ୍ୟତାମୂଳକ ଅବସର ଦେଇଛନ୍ତି ରାଜ୍ୟ ସରକାର ।
ଅଭିଯୁକ୍ତଙ୍କ ବିରୋଧରେ କାହିଁକି ଚାର୍ଜସିଟ୍ ଦାଖଲ ହୋଇପାରୁନି, ଏଥିରେ ପ୍ରକ୍ରିୟାଗତ ସମସ୍ୟା ରହୁଛି । ନା ଜାଣିଶୁଣି ବିଳମ୍ବ କରାଯାଇଛି, ଯାହା ଦୁର୍ନତିଖୋର୍ଙ୍କୁ ଖସିବାର ବାଟ କଢ଼ାଉଛି ।
ଗାଡ଼ିରେ ବସିଥିବା ଦୁଇ ବ୍ୟକ୍ତିଙ୍କୁ ସ୍ଥାନୀୟ ଲୋକେ ନିର୍ଧୁମ ପିଟିଥିଲେ । ଲୋକଙ୍କ ମାଡ଼ରେ ଦୁଇ ଉଭୟ ଗୁରୁତର ହୋଇଥିବା ବେଳେ ମେଡିକାଲ୍ରେ ଜଣଙ୍କର ମୃତ୍ୟୁ ହୋଇଛି ।
୨୦୨୩ ହକି ବିଶ୍ୱକପ୍ କୁ ଆଖି ଆଗରେ ରଖି କୋକେନ୍ ବିକ୍ରି ପାଇଁ ସେମାନଙ୍କ କଣ ଥିଲା ବ୍ଲୁ ପ୍ରିଣ୍ଟ । ରାଜଧାନୀର କେଉଁ ତାରକା ହୋଟେଲକୁ କୋକେନ ଦିଆଯାଉଥିଲା ।
ଭୁବନେଶ୍ୱର ଲିଙ୍ଗିପୁରରେ ଏଟିଏମ୍ ଉପାଡ଼ି ଲୁଟ୍ ଘଟଣାରେ ଗିରଫ ହୋଇଥିବା ୨ ଅଭିଯୁକ୍ତ ଖୋକନ ମୁଲ୍ଲା ଓ ମିଜାନୁର ରେହମାନ ମୁଲ୍ଲାଙ୍କୁ ୫ ଦିନିଆ ରିମାଣ୍ଡରେ ନେବାକୁ ଭୁବନେଶ୍ୱର ଏସ୍ଡିଜେଏମ୍ କୋର୍ଟ ପୋଲିସକୁ ଅନୁମତି ପ୍ରଦାନ କରିଛନ୍ତି ।
କଟକ ଜିଲ୍ଲା ମାହାଙ୍ଗା ଗଣହତ୍ୟାର ପୋଷ୍ଟମର୍ଟମ ରିପୋର୍ଟ ଆସିଛି। ସମସ୍ତ ମୃତକଙ୍କର ଶରୀରର ଗୁରୁତ୍ୱପୂର୍ଣ୍ଣ ଅଙ୍ଗ ସହ ବିଭିନ୍ନ ସ୍ଥାନରେ କ୍ଷତ ଚିହ୍ନ ରହିଥିବା ଏଥିରୁ ଜଣାପଡ଼ିଛି। ହତ୍ୟାକାଣ୍ଡ ବେଳେ ସମସ୍ତେ ପ୍ରତିରୋଧ କରିଥିବା ରିପୋର୍ଟରୁ ସୂଚନା ମିଳଛି।
ତାଙ୍କ ନାଁରେ ଗିରଫ ପରଓ୍ୱାନା ଜାରି କରିଥିଲେ ଜାତୀୟ ଜନଜାତି କମିଶନ।
ମେଗା ଇଭେଣ୍ଟକୁ ଟାର୍ଗେଟ କରି ରାଜଧାନୀରେ ମହଙ୍ଗା ନିଶା । କୋକେନ୍ ବିକ୍ରି ଯୋଜନା କରି ଗିରଫ ହୋଇଥିବା ଦୁଇ ଅଭିଯୁକ୍ତ ରବି କୁମାର-ଶନି କୁମାରକୁ ରିମାଣ୍ଡରେ ନେଲା ଏସଟିଏଫ୍ ।
ପୂର୍ବତନ ଅତିରିକ୍ତ ଏସପି ତ୍ରିନାଥ ମିଶ୍ରଙ୍କୁ ମିଳିଲା ଜାମିନ । ସର୍ତ୍ତ ମୂଳକ ଜାମିନ ପ୍ରଦାନ କରିଛନ୍ତି କଟକ ସ୍ୱତନ୍ତ୍ର ଭିଜିଲାନ୍ସ ଅଦାଲତ । ୬୦ ଦିନ ମଧ୍ୟରେ ଚାର୍ଜସିଟ ଦାଖଲ ନ ହେବାରୁ ଏହି ଜାମିନ ମିଳିଛି । ଫେବୃଆରୀ ୧୬ରେ ଭିଜିଲାନ୍ସ ଦ୍ୱାରା ଗିରଫ ହୋଇଥିଲେ ତ୍ରିନାଥ ମିଶ୍ର ।
ଭାସିଗଲା ସଂସାର, ଭେଳା ବୁଡ଼ିଗଲା ପରିବାରର। ପରିବାରକୁ ଦାନା ଯୋଗାଉଥିବା ରୋଜଗାରିଆ ମଣିଷର ପୋଲିସ ହାଜତରେ ମୃତ୍ୟୁ ଅଭିଯୋଗ। ଏ ହେଲା ସୁନ୍ଦରପଦା କପିଳପ୍ରସାଦର ଦେବେନ୍ଦ୍ର ଚୌଧୁରୀଙ୍କ ପତ୍ନୀ ଓ ପରିବାର। ଗତ ରାତିଠୁ ଆଖିକୁ ନିଦ ନାହିଁ, ପେଟକୁ ଭୋକ ନାହିଁ। ସେମାନଙ୍କ ଅଭିଯୋଗ, ଦେବେନ୍ଦ୍ରଙ୍କୁ ପୋଲିସ ପିଟି ପିଟି ମାରିଦେଇଛି।
ରାଜଧାନୀର ଛାତି ଉପରେ ହାଜତ ମୃତ୍ୟୁ ବିବାଦ । ଛନ୍ଦିହୋଇଛି କମିଶନରେଟ୍ ପୋଲିସ । ପରିଚୟ ଦ୍ୱନ୍ଦ୍ୱ ବଢ଼ାଉଛି ବଡ଼ଗଡ଼ ଥାନା । ପୋଲିସ କହୁଛି, ମୃତକଙ୍କ ନାଁ ପ୍ରଦୀପ ସାହୁ ।
ବର୍ଷ ବର୍ଷ ଧରି କୁହୁଳୁଥିଲା ପାରିବାରିକ ବିବାଦର ନିଆଁ। ରାଜନୈତିକ ଶତ୍ରୁତାର ସୀମା ଟପିଗଲା ପରେ ରକ୍ତ ବୁହାଇଲେ ରକ୍ତ ସମ୍ପର୍କୀୟ। କିଏ କାହା ମୁଣ୍ଡ ଗଡ଼ାଇଦେଲା ତ ଆଉ କିଏ ଜାଳିଦେଲା ବାସଘର। ଏଭଳି ଭୟଙ୍କର ହିଂସା ପରେ କାନ୍ଦ ବୋବାଳିରେ ଫାଟିପଡୁଛି ଦାଣ୍ଡ ଦୁଆର
ବଚସା ମଧ୍ୟରେ ଏକ ଶିକାରୀ ବନ୍ଧୁକରୁ ଦଳେଇକୁ ଗୁଳି କରି ହତ୍ୟା କରିଥିଲା ନୃପତ୍ତି।