ଅନ୍ୟ ଜଣେ ବ୍ୟକ୍ତିଙ୍କ ସହ ଭାଉଜଙ୍କ ସମ୍ପର୍କ ଥିବା ସନ୍ଦେହ କରି ରାଗରେ ରକ୍ତ ଚାଉଳ ଚୋବାଉ ଥିଲା ଦିଅର। ଶେଷରେ ପରିସ୍ଥିତି ଏତେ ବିଗିଡ଼ି ଯାଇଥିଲା ଯେ, ୩୦ ବର୍ଷୀୟ ବ୍ୟକ୍ତି ଜଣକ ନିଜ ଭାଉଜ ଓ ତାଙ୍କର ୨ ପିଲାଙ୍କୁ ହତ୍ୟା କରିବାକୁ ମଧ୍ୟ ପଛାଇଲା ନାହିଁ।
ସୁନ୍ଦରଗଡ ସରକାରୀ ମେଡିକାଲ କଲେଜ ନାଁରେ ଠକେଇ କରାଯାଇଛି ।
ଠକେଇ ଅଭିଯୋଗରେ କନ୍ଧମାଳ ଜିଲ୍ଲା ଫୁଳବାଣୀ ବ୍ରାଞ୍ଚ୍ର SBI ଡେପୁଟି ମ୍ୟାନେଜର ଆଶୁତୋଷ ଆଚାର୍ଯ୍ୟଙ୍କୁ EOW ଗିରଫ କରିଛି। ଆଶୁତୋଷ ବେଆଇନ୍ନ ଭାବେ ୫୯ଟି ଏକ୍ସପ୍ରେସ୍ କ୍ରେଡିଟ ଲୋନ୍ ଅନୁମତି ଦେଇଥିବା ଅଭିଯୋଗ ରହିଛି।
ଦବଙ୍ଗ୍ ପୋଲିସ୍ ବାବୁ । ବନ୍ଧୁକଧାରୀଙ୍କୁ ଖାଲି ହାତରେ କଲେ କାବୁ ।
ବାଲେଶ୍ୱର ଜଳେଶ୍ୱରର ତୋଟାପଡା ସରକାରୀ ପ୍ରାଥମିକ ବିଦ୍ୟାଳୟର ପ୍ରଧାନଶିକ୍ଷକ ମୋଚିରାମ ମାରାଣ୍ଡି ମଦ ପିଇ ସ୍କୁଲ ଆସିଥିଲେ । ଖାଲି ମଦ ପିଇ ସ୍କୁଲ ଆସିଥିଲେ ତାହା ନୁହେଁ ବରଂ ସମ୍ବଲପୁରୀ ଗୀତରେ ନାଚିଥିଲେ । ଯାହାକୁ ନେଇ ଅସନ୍ତୋଷ ପ୍ରକାଶ କରିଛନ୍ତି ଗାଁ ଲୋକେ । ଖାଲି ଅସନ୍ତୋଷ ଜାହିର କରିଛନ୍ତି ତାହା ନୁହେଁ ବରଂ ଅଭିଯୋଗ କରିଛନ୍ତିଯେ, ପୂର୍ବରୁ କୁଆଡ଼େ ଏମିତି ମଦ ପିଇ ସ୍କୁଲ ଆସିଛନ୍ତି ସଂପୃକ୍ତ ଶିକ୍ଷକ ।
ସାମାନ୍ୟ ଚିକେନ୍ ତରକାରୀ ପାଇଁ ପୁଅର ଜୀବନ ନେଲା ବାପା। ଘରେ ପ୍ରସ୍ତୁତ ହୋଇଥିବା ଚିକେନ୍ ତରକାରୀ ସ୍ୱାଦ ନଲାଗିବାରୁ ଏଥିରେ ରାଗି ଯାଇ ଜଣେ ବ୍ୟକ୍ତି ନିଜ ୩୨ ବର୍ଷୀୟ ପୁଅକୁ ହତ୍ୟା କରିଥିବା ସୂଚନା ମିଳିଛି।
ଛତିଶଗଡ଼ରେ ପାଟଣାଗଡ଼ ଷ୍ଟାଇଲ । ଫୁଟିଲା ପାର୍ସଲ ବୋମା । ବର ଓ ବଡ଼ ଭାଇ ମୃତ, ୪ ଆହତ । ଉଡିଯାଇଛି ଛପର, ଭୁଶୁଡି ପଡିଛି କାନ୍ଥ ବାଡ଼ । ଚୂନା ହୋଇଯାଇଛି ଇଟା ମାଟିର ତିନି ବଖରା ଘର । ଖଣ୍ଡ ଖଣ୍ଡ ହୋଇଯାଇଛି ଖଟ, ଆଲମିରା, ଜିନିଷପତ୍ର ।
ମ୍ୟୁଜିକ୍ ସିଷ୍ଟମରେ ବିସ୍ଫୋରକ ଖଞ୍ଜିଥିଲା ପୂର୍ବତନ ପ୍ରେମିକ । ଅଭିଯୁକ୍ତକୁ ଅଟକ ରଖି ପୋଲିସର ଖୋଳତାଡ଼ ।
ବୋରିଗୁମାରେ ୮ ବର୍ଷ ଧରି ମରାମତି ହେଉନି ରାସ୍ତା, ଲୋକେ ହିନସ୍ତା ।
ଯାହାକୁ ନେଇ ପରିବାର ଲୋକେ ଅସହାୟ ହୋଇପଡ଼ିଥିବାବେଳେ ଜଟଣୀ ମେଡିକାଲ ଅଧୀକ୍ଷକ କହିଛନ୍ତି ଘଟଣା ଅନୁସନ୍ଧାନ କରି ଉଚ୍ଚ କର୍ତ୍ତୃପକ୍ଷଙ୍କୁ ଜଣାଇବେ।
ମୁହାଁମୁହିଁ ବିଜେଡି-ବିଜେପି । ନିର୍ବାଚନ ଋତୁ ଆସିଲେ ଏମିତି ଚାଲେ କହିଲା ବିଜେଡି । ବିଜେପିର ଜବାବ ରୁଟିନ ୱାର୍କ ।
ଉତ୍ତେଜନା ଓ ହିଂସାକାଣ୍ଡ ଏବେବି କୁହୁଳିବାରେ ଲାଗିଛି । ବେଳେବେଳେ ପାଉଁଶ ତଳର ନିଆଁ ନେଉଛି ଦାବାନଳର ରୂପ ।
ଏକାଧିକ ମାମଲାରେ ସବୁ ଦଣ୍ଡକୁ ମିଶାଇ ମୋଟ ୯୦ ବର୍ଷ ସଜା ଶୁଣାଇଛନ୍ତି କୋର୍ଟ ।
ବିବାହ ଉପହାରରେ ମିଳିଥିବା ହୋମ୍ ଥିଏଟର ମ୍ୟୁଜିକ୍ ସିଷ୍ଟମ ବିସ୍ଫୋରଣ ଯୋଗୁ ୨ ଜଣଙ୍କ ଜୀବନ ଚାଲି ଯାଇଛି। ମୃତକଙ୍କ ମଧ୍ୟରେ ନବବିବାହିତ ଯୁବକ ଓ ତାଙ୍କ ଭାଇ ଅଛନ୍ତି।
ଲୋଭରେ ପଡ଼ି ଲୋକେ ଇନଭେଷ୍ଟମେଣ୍ଟ ଏବଂ ଅନଲାଇନ୍ ଟ୍ରେଣ୍ଡିଂ ମୋହରେ ପଡ଼ି ଅଧିକ କ୍ଷତିଗ୍ରସ୍ତ ହୋଇଛନ୍ତି । ଖାଲି ଏତିକି ନୁହେଁ ବରଂ ଟେଲିଗ୍ରାମ୍ ଜରିଆରେ ଲିଙ୍କ୍ ପଠାଇ ଅଧିକ ରିର୍ଟନ ପାଇବା ଆଶାରେ କୋଟି କୋଟି ଟଙ୍କାର ଠକେଇର ଶିକାର ହୋଇଛନ୍ତି ଲୋକେ । ପାଖାପାଖି ଏନେଇ ୧୪ ମାମଲା ସାମ୍ନାକୁ ଆସିଛି ।
ସୁନ୍ଦରଗଡ଼ ଟାଉନ ଯୁବ ବିଜେଡି ସଭାପତି ଧୀରଜ ପ୍ରସାଦ ଆତ୍ମହତ୍ୟା କରିଥିବା ସୂଚନା ମିଳିଛି। କେଉଁ କାରଣ ପାଇଁ ସେ ଆତ୍ମହତ୍ୟା କଲେ ତାହା ଜଣାପଡ଼ିନାହିଁ।
ଆବାସ ଘରରେ ବଡ଼ କେଳଙ୍କାରୀ । ହିତାଧିକାରୀ ହୋଇଥିଲେ ବି ଘର ଖଣ୍ଡିଏ ଲାଗି ୩୦ ହଜାର ଲାଂଚ ମାଗୁଛନ୍ତି କୁଜି ନେତା । ଟଙ୍କା ଦେଇ ପାରୁନାହାନ୍ତି ବୋଲି ଏଯାଏଁ ଝୁପିଡ଼ି ଘରେ ରହୁଛନ୍ତି ନମିତା
ଅଫିସରୁ ଭଡା ଘରକୁ ଫେରୁଥିବା ବେଳେ ବିଳମ୍ବିତ ରାତିରେ ଜଣେ ମହିଳା ଫାଇନାନ୍ସ କର୍ମଚାରୀଙ୍କୁ ହତ୍ୟା କରାଯାଇଥିବା ଅଭିଯୋଗ ହୋଇଛି। ପ୍ରଥମେ ଛୁରୀ ଓ କାଠ ଫାଳିଆରେ ଯୁବକ ଦ୍ୱୟ ମହିଳାଙ୍କୁ ଆକ୍ରମଣ କରିଥିଲେ।
ଟଙ୍କା ପାଇଁ ହିଁ ଘଟିଛି ଝାରସୁଗୁଡ଼ାରେ ୧୫ ବର୍ଷୀୟ ଛାତ୍ର ସମର୍ଥ ଅଗ୍ରୱାଲ ଅପହରଣ ଓ ହତ୍ୟାକାଣ୍ଡ । ନିଜ ଆର୍ଥିକ ଅବସ୍ଥାରେ ସୁଧାର ଆଣିବାକୁ ଅଭିଯୁକ୍ତ ଟଣାର ୧୦/୧୫ ଦିନ ଆଗରୁ ରଚିଥିଲା ଭୟଙ୍କର ଷଡ଼ଯନ୍ତ୍ର ।
କଲି..ନକଲି..ସବୁଠି ନକଲି । ଯୁଆଡ଼େ ହାତ ମାରିଲେ ଜାଲ୍ ସାର୍ଟିଫିକେଟ୍ ଦେଇ ଶିକ୍ଷକ ଚାକିରି ହାତେଇଥିବା ଓ ପଦୋନ୍ନତିର ପୁଳା ପୁଳା ଅଭିଯୋଗ । ବଲାଙ୍ଗିରରେ କ୍ରାଇମବ୍ରାଞ୍ଚ ଘାଣ୍ଟୁଥିବାବେଳେ ନୀଳଗିରିରୁ ବି ଆସିଛି ସାଂଘାତିକ ତଥ୍ୟ ।
ଉଦ୍ଦେଶ୍ୟମୂଳକ ଭାବେ ରେଡ୍ କରାଯାଇଛି କହିଲା ବିଜେଡି । ଟିକସ ଫାଙ୍କିଥିବା ବ୍ୟବସାୟୀଙ୍କ ଘରେ ରେଡ୍ ହେଉଛି କହିଲା ବିଜେପି ।
ରାଜ୍ୟର କୋଣ ଅନୁକୋଣକୁ ଲମ୍ବିଛି ଜାଲ୍ ସାର୍ଟିଫିକେଟ ଜାଲ । ବଲାଙ୍ଗୀରରେ ପୁଳା ପୁଳା ନକଲି ଶିକ୍ଷକ ଅଭିଯୋଗ । ରାଜ୍ୟ ବାହାର ପ୍ରମାଣପତ୍ର ଦେଇ ଚାକିରି କରୁଛନ୍ତି ୩୭୮ ଶିକ୍ଷକ । ନୀଳଗିରିରେ ବି ଜାଲ୍ ସାର୍ଟିଫିକେଟ୍ କେଳେଙ୍କାରୀ । ନକଲି କଥା ପଚାରିବାରୁ ଚିହିଁକିଲେ ଶିକ୍ଷୟିତ୍ରୀ ।
ଧରାପଡ଼ିବା ଭୟ ଓ ସମର୍ଥକୁ ସମ୍ଭାଳିବା କଷ୍ଟ ହେବାରୁ ହତ୍ୟା । ଶବ ପୋଡ଼ି ଚମ୍ପଟ ମାରିଥିଲେ ଅଭିଯୁକ୍ତ ବୋଲି କହିଲେ ଏସପି ।
ଜଣେ ୩୦ ବଷିୟ ମହିଳା ରଞ୍ଜୁ । ଯିଏ କି ଗର୍ଭବତୀ ଥିଲେ । ତାଙ୍କ ପଡ଼ିଶା ଘରେ ରାତି ପ୍ରାୟ ୧୨ଟା ପରେ ହେବ ଡିଜେ ବାଜୁଥିଲା । ଫଳରେ ଅନ୍ୟମାନେ ବିରକ୍ତ ହେଉଥିଲେ ।
କାର୍ରୁ ବାହାରିଥିବା ଉଭୟ ଯୁବକ ଯୁବତୀ ନିଶା ଗ୍ରସ୍ତ ଥିବା ଉପସ୍ଥିତ ଲୋକେ କହିଛନ୍ତି ।