Advertisment

ଟଙ୍କାକର ଖର୍ଚ୍ଚ ନାହିଁ, ମାଗଣାରେ ପଞ୍ଚତାରକା ହୋଟେଲରେ ଦୁଇ ବର୍ଷ ରହିଲେ ଯୁବକ

ହୋଟେଲ୍‌ରେ ଦୁଇ ବର୍ଷ ପର୍ଯ୍ୟନ୍ତ ରହିଲେ, ୫୮ ଲକ୍ଷର ବିଲ୍‌ ନଦେଇ ଫେରାର ହୋଇଗଲେ ।

author-image
Prangyan Parimita
ଅଦ୍ୟତନ ହୋଇଛି
special story

special story

ସକାଳୁ ସକାଳୁ ବେଡ୍‌ ଟି, ତା’ପରେ ଗରମ ଗରମ ସୁଆଦିଆ ଜଳଖିଆ । ଗାଧୋଇବା ପାଇଁ ଉଷୁମ ପାଣି... ଗୋଟିଏ ଫୋନ୍‌ କଲରେ ପାଖରେ ପହଞ୍ଚି ଯାଉଥିଲା ଭଳି କି ଭଳି ବ୍ୟଞ୍ଜନ । ମନଇଚ୍ଛା ପଞ୍ଚ ତାରକା ହୋଟେଲ୍‌ର ସ୍ୱିମିଂ ପୁଲରେ ଗାଧୋଇବାର ମଜା ଉଠାଇବା ସହ ଏସି ରୁମରେ ରହିବା ପରେ ଫେରାର ମାରିଲେ ଯୁବକ । ଏବେ ଫାଇଭ୍‌ ଷ୍ଟାର ହୋଟେଲ୍‌ର ମାଲିକ ମୁଣ୍ଡରେ ହାତ ଦେଇ ବସିଛନ୍ତି ।

Advertisment

କିଛି କର୍ମଚାରୀଙ୍କୁ ହାତ କରି ଟଙ୍କା ନଦେଇ ପ୍ରାୟ ୨ ବର୍ଷ ଧରି ହୋଟେଲ୍‌ରେ ରହିବାରୁ ୫୮ ଲକ୍ଷ ଟଙ୍କା କ୍ଷତି ହୋଇଥିବା ଅଭିଯୋଗ ହୋଇଛି । ରାଜଧାନୀ ଦିଲ୍ଲୀର ଇନ୍ଦିରା ଗାନ୍ଧୀ ଅନ୍ତର୍ଜାତୀୟ ବିମାନବନ୍ଦର (ଆଇଜି) ନିକଟରେ ଥିବା ଏରୋସିଟି ସ୍ଥିତ ହୋଟେଲ ରୋଜେଟ୍ ହାଉସ୍ ପକ୍ଷରୁ ଏଭଳି ଅଭିଯୋଗ କରାଯାଇଛି । ହୋଟେଲ୍‌ କର୍ତ୍ତୃପକ୍ଷ ଆଇଜି ବିମାନବନ୍ଦର ପୋଲିସ ଷ୍ଟେସନରେ ଏ ସମ୍ପର୍କରେ ଅଭଯୋଗ କରିବା ପରେ ମାମଲା ରୁଜୁ ହୋଇଛି ।

ହୋଟେଲ୍‌ରେ ଦୁଇ ବର୍ଷ ରହିଥିବା ବ୍ୟକ୍ତିଙ୍କ ନାମ ହେଲା ଅଙ୍କୁଶ ଦତ୍ତ । ଦୁଇ ବର୍ଷ ରହିଲା ପରେ ବି ବିଲ୍‌ ବାବଦକୁ ୫୮ ଲକ୍ଷ ଟଙ୍କା ନଦେଇ ସେ ଫେରାର ହୋଇଯାଇଥିବା ଏଫଆଇଆର୍‌ରେ ଉଲ୍ଲେଖ ରହିଛି । ହୋଟେଲ୍‌ର ଫ୍ରଣ୍ଟ୍‌ ଅଫିସ୍‌ ଡିପାର୍ଟମେଣ୍ଟର ମୁଖ୍ୟ ପ୍ରେମ ପ୍ରକାଶ ହିଁ ଏହି ଷଡ଼ଯନ୍ତ୍ର ପଛର ମୁଖ୍ୟ ଖଳନାୟକ ବୋଲି ଜଣାପଡ଼ିଛି । ହୋଟେଲ୍‌ ମାଲିକଙ୍କ ଅଜାଣତରେ ଗୁପ୍ତରେ ସେ ଅଙ୍କୁସ ଗୁପ୍ତାଙ୍କୁ ଏତେ ଦିନ ପର୍ଯ୍ୟନ୍ତ ହୋଟେଲ୍‌ରେ ରହିବା ପାଇଁ ଅନୁମତି ଦେଇଥିଲେ । ପ୍ରକାଶ ଗେଷ୍ଟଙ୍କ କଥା ବୁଝାବୁଝି କରିବା ସହ ହୋଟେଲ୍‌ର କମ୍ପ୍ୟୁଟର ସିଷ୍ଟମ୍‌ ଆକ୍ସସ୍‌ କରୁଥିବାରୁ ଏସମ୍ପର୍କରେ କେହି ଜାଣି ପାରିନଥିଲେ ।

Advertisment

ତେବେ ଏହାର ପ୍ରତିବଦଳରେ ଅଙ୍କୁଶ ଦତ୍ତଙ୍କ ଠାରୁ ପ୍ରକାଶ କିଛି ନଗଦ ଅର୍ଥ ନେଇଥିବା ସନ୍ଦେହ କରାଯାଇଛି । ସେଥିପାଇଁ କମ୍ପ୍ୟୁଟର୍‌ ସଫ୍ଟୱେର୍‌ ଜରିଆରେ ରେକର୍ଡ ଅଦଳବଦଳ କରି ତାଙ୍କୁ ବିନା ଟଙ୍କାରେ ଦୀର୍ଘ ଦିନ ଧରି ହୋଟେଲ୍‌ରେ ରହିବାକୁ ଅନୁମତି ଦେଇଥି‌ଲେ।

ଅଙ୍କୁଶ ଦତ୍ତ ମେ ୩୦, ୨୦୧୯ ରେ ଗୋଟିଏ ରାତି ପାଇଁ ହୋଟେଲରେ ଏକ ରୁମ୍ ବୁକ୍ କରିଥିଲେ । ସେ ମେ ୩୧, ୨୦୧୯ରେ ହୋଟେଲ ଛାଡିବା କଥା, କିନ୍ତୁ ଜାନୁୟାରୀ ୨୨, ୨୦୨୧ ପର୍ଯ୍ୟନ୍ତ ସେଠାରେ ରହିଥିଲେ । ହେଲେ ଏତେ ଦିନ ରହିଲା ପରେ ମଧ୍ୟ ବିଲ୍‌ ବାବଦକୁ ଟଙ୍କାଟିଏ ବି ଦେଇ ନାହାନ୍ତି ।

ଏବେ ଉଭୟ ଅଭିଯୁକ୍ତଙ୍କ ବିରୋଧରେ ହୋଟେଲ୍ ପକ୍ଷରୁ ଆଇନଗତ କାର୍ଯ୍ୟାନୁଷ୍ଠାନ ଦାବି କରାଯାଇଛି । ଏଭଳି ଗମ୍ଭୀର ଅଭିଯୋଗ ପରେ ମାମଲା ରୁଜୁ କରି ପୋଲିସ ଘଟଣାର ତଦନ୍ତ ଆରମ୍ଭ କରିଛି ।

FIR Filed
Advertisment
Advertisment