ରାଜ୍ୟ ଭିଜିଲାନ୍ସ ନାଁରେ ନୂଆ ରେକର୍ଡ । ମାତ୍ର ୬ ମାସରେ ଧରାପଡ଼ିଛନ୍ତି ୫୦ କ୍ଲାସ୍ ୱାନ୍ ଅଫିସର୍ । ୨୦୦ ଅପରାଧିକ ମାମଲା, ୧୮୧ ସରକାରୀ ବାବୁ ଓ ଅନ୍ୟ ଅଧିକାରୀ ଗିରଫ. ମିଳିଲା ୧୩୧ କୋଟିର ଆୟ ବର୍ହିଭୁତ ସମ୍ପତ୍ତି । ଏଥର ଆଉ ବର୍ତ୍ତିପାରିବେନି ଦୁର୍ନୀତିଖୋର ବଡ଼ ବାବୁ । ନୂଆ ସରକାର ଆସିବା ପରେ ସକ୍ରିୟ ଭିଜିଲାନ୍ସ।
CSO ସୁରେଶ ପାଣିଗ୍ରାହୀଙ୍କୁ ଗିରଫ କଲା ଭିଜିଲାନ୍ସ । ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ତାଙ୍କୁ ଗିରଫ କରାଯାଇଛି ।
କେଜିଏ ସୁନା ଗହଣା, ବିଡ଼ା ବିଡ଼ା ଟଙ୍କା, ପୁଳା ପୁଳା ଦାମୀ ପ୍ଲଟ୍ ଓ ଫ୍ଲାଟ୍ । ଆୟ ବହିର୍ଭୁତ ସଂପତ୍ତି ଠୁଳ ଅଭିଯୋଗରେ ଏକାଦିନରେ ତିନି ତିନି ଜଣ ସରକାରୀ ବଡ଼ ବାବୁଙ୍କ ଘରୁ ଆଜି ଏମିତି ଆଖି ତରାଟିଲା ଭଲି ସଂପତ୍ତି ଠାବ କରିଛନ୍ତି ଭିଜିଲାନ୍ସ ।
ଭିଜିଲାନ୍ସ ଜାଲରେ ପଡ଼ିଛନ୍ତି ତାଳଚେର ଖଣି ଉପନିର୍ଦ୍ଦେଶକ ଧରଣୀଧର ନାୟକ । ରେଡ୍ ବେଳେ ବାବୁଙ୍କ ଠାରୁ ଭିଜିଲାନ୍ସ ପାଇଛି ଆଖି ଖୋସିଗଲା ଭଳି ସଂପତ୍ତି ।
ବିଜେଡି ଅମଳରେ ଇଞ୍ଜିନିୟରଙ୍କ ବାଟ ଦେଇ ଚାଲିଥିଲା କି ଦୁର୍ନୀତି ? ୧୫ ଦିନରେ ଧରାପଡ଼ିଲେଣି ଚାରି ଚାରି ଜଣ କୁବେର ଯନ୍ତ୍ରୀ ।
ସପ୍ତାହକରେ ଗିରଫ ୧୦ରୁ ଅଧିକ ସରକାରୀ ବାବୁ । କାହା ଛତ୍ରଛାୟାରେ ଓ କେଉଁ ପ୍ରଭାବଶାଳୀଙ୍କ ଆଶୀର୍ବାଦରେ ଠିଆ କରିଥିଲେ କଳାଧନର ସାମ୍ରାଜ୍ୟ ?
ରାଜାଧନୀ ଭୁବନେଶ୍ୱର ଠାରୁ ଆଇଟି ସିଟି ବେଙ୍ଗାଳୁରୁ । ଯେଉଁଠି ଦେଖ, ସେଇଠି ରହିଛି ଦାମୀ ଆପାର୍ଟମେଣ୍ଟ ଆଉ ଘର । ଭୁବନେଶ୍ୱରର ଏମିତି କୌଣସି ଦାମୀ ଆପାର୍ଟମେଣ୍ଟ ନାହିଁ ଯେଉଁଠି ବସନ୍ତଙ୍କ ଫ୍ଲାଟ୍ ନଥିବ ।
ପୂର୍ବରୁ ୨୦୨୩ ଏପ୍ରିଲ୍ ୨୨ ତାରିଖରେ ମଧ୍ୟ ବିଧାୟକ ପ୍ରଦୀପ ପାଣିଗ୍ରାହୀଙ୍କ ନାଁରେ ଚାର୍ଜସିଟ୍ ଦାଖଲ ହୋଇଥିଲା । ସ୍ପେଶାଲ କୋର୍ଟ ଭିଜିଲାନ୍ସରେ ୩ ହଜାର ପୃଷ୍ଠାର ଚାର୍ଜସିଟ୍ ଦାଖଲ କରିଥିଲା ଭିଜିଲାନ୍ସ ।
ହଷ୍ଟେଲ୍ ନିର୍ମାଣରେ ନିମ୍ନମାନର କାମ ହୋଇଥିବା ଭିଜିଲାନ୍ସକୁ ସୂଚନା ମିଳିଥିଲା । ନିମ୍ନମାନର କାଠ, ଅଣ ଓସାରିଆ ଛାତ ସହ ବିଦ୍ୟୁତ୍ ଓ ସାନିଟାରୀ ଫିଟିଂରେ ନିମ୍ନମାନର କାମ ହୋଇଥିବା ଅଭିଯୋଗ ପାଇଥିଲା ଭିଜିଲାନ୍ସ ।
ଜଣେ ମଦ ବ୍ୟବସାୟୀଙ୍କ ଠାରୁ ମାସିକିଆ ବଟି ନେଉଥିବା ବେଳେ ଭିଜିଲାନ୍ସ ଟିମ୍ ଉଭୟଙ୍କୁ ଧରିଛି।
ସହିଦ ନଗର ଥାନା ASI ମମତା ବସ୍ତିଆ ଲାଞ୍ଚ ନେଇ ଧରାପଡ଼ିଛନ୍ତି । ୧୫ ହଜାର ଲାଞ୍ଚ ନେଲା ବେଳେ ASIଙ୍କୁ ଭିଜିଲାନ୍ସ ଧରିଛି ।
ରେଡ୍ ଜାରି ରହିଥିବାରୁ ଆହୁରି ଅଧିକ ଟଙ୍କା ଓ ଧନ ସଂପତ୍ତି ମିଳିପାରେ ଅନୁମାନ କରାଯାଉଛି । ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ନବରଙ୍ଗପୁର ଅତିରିକ୍ତ ଉପଜିଲ୍ଲାପାଳ ପ୍ରଶାନ୍ତ ରାଉତଙ୍କ ଭୁବନେଶ୍ୱର, ନବରଙ୍ଗପୁର ଓ ଭଦ୍ରକର ୯ଟି ସ୍ଥାନରେ ଏକକାଳୀନ ଚଢଉ କରୁଛି ।
ଆୟ ବର୍ହିଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ନବରଙ୍ଗପୁର ଉପଜିଲ୍ଲାପାଳଙ୍କ ଘରେ ଭିଜିଲାନ୍ସ ଚଢ଼ାଉ ହୋଇଛି। ଉପଜିଲ୍ଲାପାଳ ପ୍ରଶାନ୍ତ ରାଉତଙ୍କ ଘରେ ଭିଜିଲାନ୍ସ ଟିମ୍ ରେଡ୍ କରିଛନ୍ତି। ଭଦ୍ରକ, ଭୁବନେଶ୍ୱର ସମେତ ୯ଟି ସ୍ଥାନରେ ଏକକାଳୀନ ଚଢ଼ାଉ ହୋଇଛି।
ସରକାରୀ ଚାକିରି କରିଛନ୍ତି କିନ୍ତୁ କୋଟି କୋଟି ଟଙ୍କାର ସମ୍ପତ୍ତି ରଖିଛନ୍ତି, ଯାହାର ହିସାବ ସେ ନିଜେ ବି ଦେଇ ପାରୁନାହାନ୍ତି।
ମାଲକାନଗିରି ମୋଟୁ ଥାନା IIC ଗିରଫ । ସୁଶାନ୍ତ ସାହୁଙ୍କୁ ଗିରଫ କରାଯାଇଥିବା ନେଇ ଭିଜିଲାନ୍ସ ପକ୍ଷରୁ ସୂଚନା ମିଳିଛି । ଭିଜିଲାନ୍ସ ବିଭାଗ ନିଜ ଟୁଇଟର୍ ହ୍ୟାଣ୍ଡେଲ ଜରିଆରେ ଆଇଆଇସିଙ୍କୁ ଗିରଫ କରାଯଇଥିବା ସୂଚନା ଦେଇଛି ।
ଭିଜିଲାନ୍ସ ହାତରେ ଧରାପଡ଼ିଛନ୍ତି ନୂଆପଡ଼ା ମୁଖ୍ୟ ପ୍ରାଣୀଧନ ଚିକିତ୍ସାଧିକାରୀ ତ୍ରିଲୋଚନ ଧଳ। ତାଙ୍କ ଗାଡ଼ିରୁ ଜବତ ହୋଇଛି ୨ ଲକ୍ଷ ୭୭ ହଜାର ଟଙ୍କା