• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Tanmay Kumar Mahalik

ନବରଙ୍ଗପୁର ଅତିରିକ୍ତ ଉପଜିଲ୍ଲାପାଳଙ୍କ ଘରେ କୋଟି କୋଟି ଟଙ୍କା । ଉପଜିଲ୍ଲାପାଳଙ୍କ ଘରୁ ଜବତ ହେଲାଣି ନଗଦ ୩ କୋଟିରୁ ଅଧିକ ଟଙ୍କା । ଭୁବନେଶ୍ୱର କାନନବିହାର ଘରୁ ମିଳିଛି ୨ କୋଟି ୨୫ ଲକ୍ଷ । ପଡ଼ୋଶୀ ଘର ଛାତ ଉପରୁ ୬ ପେଟି ଟଙ୍କା ଠାବ କରିଛି ଭିଜିଲାନ୍ସ । ଏହା ସହିତ ନବରଙ୍ଗପୁର ସରକାରୀ ଘରୁ ୭୭ ଲକ୍ଷ ନଗଦ ଟଙ୍କା ମିଳିଛି ।

ରେଡ୍ ଜାରି ରହିଥିବାରୁ ଆହୁରି ଅଧିକ ଟଙ୍କା ଓ ଧନ ସଂପତ୍ତି ମିଳିପାରେ ଅନୁମାନ କରାଯାଉଛି । ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ନବରଙ୍ଗପୁର ଅତିରିକ୍ତ ଉପଜିଲ୍ଲାପାଳ ପ୍ରଶାନ୍ତ ରାଉତଙ୍କ ଭୁବନେଶ୍ୱର, ନବରଙ୍ଗପୁର ଓ ଭଦ୍ରକର ୯ଟି ସ୍ଥାନରେ ଏକକାଳୀନ ଚଢଉ କରୁଛି ।

ଆଜି ସକାଳୁ ପ୍ରଶାନ୍ତଙ୍କ ବିଭିନ୍ନ ଘରେ ଭିଜିଲାନ୍ସ ଚଢ଼ାଉ କରୁଥିବା ବେଳେ ଗୋଟିଏ ପରେ ଗୋଟିଏ ତଥ୍ୟ ସାମ୍ନାକୁ ଆସୁଛି । ସୂଚନା ଅନୁସାରେ ପ୍ରଶାନ୍ତଙ୍କ ପଡ଼ୋଶୀଙ୍କ ଘର ଛାତରୁ ୫୦୦ ଟଙ୍କିଆ ଭର୍ତ୍ତି ୬ଟି ପେଟି ଜବତ ହୋଇଥିଲା । ପରେ ପରେ ପୁଣି ତାଙ୍କ ଘରୁ ପୁଳା ପୁଳା ଟଙ୍କା ଜବତ ହୋଇଛି ।

ଭିଜିଲାନ୍ସ ବିଭାଗର ୯ଟି ଟିମ୍‌ ନବରଙ୍ଗପୁର ସରକାରୀ ବାସଭବନ, କାର୍ଯ୍ୟାଳୟ ସମେତ ଭଦ୍ରକ ଜିଲ୍ଲା ସ୍ଥିତ ପ୍ରଶାନ୍ତଙ୍କ ବାସଭବନ, ଭୁବନେଶ୍ୱର ସ୍ଥିତ କାନନ ବିହାରର ଏକ ଘରେ ରେଡ୍‌ କରୁଛି ।

 

  • Reported by:
  • BIBARTAN PANDA