/odishatv-khabar/media/post_attachments/uploadimage/library/16_9/16_9_0/IMAGE_1687515408.jpg)
DELHI LOOT
ବନ୍ଧୁକ ମୁନରେ ବୃଦ୍ଧଙ୍କ ଠାରୁ ଲୁଟିନେଲେ ଲୁଟେରା । ଜଣେ ୭୦ ବର୍ଷୀୟ ବ୍ୟବସାୟୀଙ୍କ ଠାରୁ କିଛ ଦୁର୍ବୃତ୍ତ ୨ଲକ୍ଷ ଟଙ୍କା ଲୁଟିନେଇଥିବା ଅଭିଯୋଗ ହୋଇଛି । ବ୍ୟବସାୟୀ ଜଣକ ତାଙ୍କ ଦୋକାନ ବନ୍ଦ କରି ଫେରିବା ସମୟରେ ଏପରି ଏକ କାଣ୍ଡ ଘଟାଇଛନ୍ତି ଦୁର୍ବୃତ୍ତ । ସୂଚନା ମୁତାବକ ଉତ୍ତର-ପୂର୍ବ ଦିଲ୍ଲୀର ହର୍ଷ ବିହାରରେ ଏହି ଘଟଣା ଘଟିଛି । ବୃଦ୍ଧଙ୍କ ମୁଣ୍ଡରେ ବନ୍ଧୁକ ଲଗାଇ ଦୁର୍ବୃତ୍ତମାନେ ଦୁଇ ଲକ୍ଷ ଟଙ୍କା ଥିବା ଏକ ବ୍ୟାଗକୁ ଛଡ଼ାଇ ନେଇଛନ୍ତି ।
ଟଙ୍କା ଛଡ଼ାଇନେବା ସମୟରେ ବୃଦ୍ଧ ଜଣକ ରାସ୍ତାରେ ଛିଟିକି ପଡ଼ିଥିବା ମଧ୍ୟ ଅଭିଯୋଗ ହୋଇଛି । ପୋଲିସର ସୂଚନା ଅନୁସାରେ ବୃଦ୍ଧ ବ୍ୟବସାୟୀ ସାନସର ସିଂ ତାଙ୍କ ପରିବାର ସହିତ ଗାଜିଆବାଦରେ ରହୁଥିଲେ । ହେଲେ ହର୍ଷ ବିହାରରେ ଏକ ଦୋକାନ କରିଥିଲେ ।
ଗତ ସୋମବାର ରାତି ପ୍ରାୟ ୯ଟା ସମୟରେ ଦୋକାନ ବନ୍ଦ କରି ଘରକୁ ଫେରୁଥିଲେ । ତାଙ୍କର ଦୁଇଜଣ କର୍ମଚାରୀଙ୍କ ସହ ସେ ବାଇକ୍ରେ ବସି ଫେରିବା ସମୟରେ ଏପରି ଘଟଣା ଘଟିଥିବା ସେ ପୋଲିସ ଆଗରେ ଅଭିଯୋଗ କରିଛନ୍ତି ।
ଦୁର୍ବୃତ୍ତମାନେ ଟଙ୍କା ଛଡ଼ାଇ ନେବାବେଳେ ମୁହଁରେ କପଡ଼ା ବାନ୍ଧିଥିବା କହିଛନ୍ତି ବ୍ୟବସାୟୀ । ସେମାନଙ୍କ ମଧ୍ୟରୁ ଜଣେ ଦୁର୍ବୃତ୍ତ ଟଙ୍କା ବ୍ୟାଗ୍ ଛଡ଼ାଇଥିବା ବେଳେ ଅନ୍ୟଜଣେ ବନ୍ଧୁକ ଦେଖାଇଥିଲେ । ପରେ ସେମାନେ ଟଙ୍କା ଛଡ଼ାଇ ନେବାରେ ସଫଳ ହୋଇଥିଲେ ବୋଲି ପୋଲିସ କହିଛି ।
ଅନ୍ୟପେଟ ଏନେଇ ଅଭିଯୋଗ ହେବା ପରେ ମଧ୍ୟ ଅପହରଣକାରୀମାନଙ୍କୁ ଏଯାଏଁ ଗିରଫ କରିବାରେ ପୋଲିସ ସଫଳ ହୋଇନାହିଁ । ଅଭିଯୋଗ ଆଧାରରେ ପୋଲିସ ଏକ ମାମଲା ରୁଜୁ କରି ତଦନ୍ତ ଚଳାଇଛି ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)