• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Manoranjan Behera

ନିଶା ଦେଇ ସ୍ତ୍ରୀକୁ ଦେହ ବ୍ୟବସାୟରେ ଲଗାଉଥିଲେ ସ୍ୱାମୀ । ମାସେ କି ବର୍ଷେ ନୁହେଁ ବରଂ ୧୦ ବର୍ଷ ହେଲାଣି ନିଜ ଘରେ ଅନ୍ୟ ପୁରୁଷଙ୍କୁ ଡାକି ସ୍ତ୍ରୀଙ୍କ ସହ ଶାରିରୀକ ସମ୍ପର୍କ ରଖୁଥିଲେ । ଏମିତିକି ସେହି ସମୟର ଭିଡିଓ ମଧ୍ୟ ନିଜ ମୋବାଇଲ୍‌ରେ ରେକର୍ଡ କରି ରଖୁଥିଲେ । ଜାଣି ଆଶ୍ଚର୍ଯ୍ୟ ହେବେ କୌଣସି କାରଣରୁ ସ୍ତ୍ରୀଙ୍କୁ କାଳେ ଏନେଇ ସନ୍ଦେହ ହେବ, ସେଥିପାଇଁ ପୂରା ମାଷ୍ଟରପ୍ଲାନ କରିଥିଲେ ସ୍ୱାମୀ । କିନ୍ତୁ ଆଶ୍ଚର୍ଯ୍ୟର କଥା ଏ ଘଟଣା ସମ୍ପର୍କରେ ସ୍ତ୍ରୀ ସୁରାଗ ବି ପାଇନଥିଲେ । ଏଭଳି ଭୟଙ୍କର ଘଟଣା ଫ୍ରାନ୍ସରେ ଦେଖିବାକୁ ମିଳିଛି ।

୧୦ ବର୍ଷ ହେବ ସ୍ତ୍ରୀକୁ ଖାଦ୍ୟରେ ନିଶା ମିଶାଇ ଦେହ ବ୍ୟବସାୟ କରୁଥିଲେ ସ୍ୱାମୀ । ଥରେ ନୁହେଁ ଏକାଧିକ ଥର ଏଭଳି କାଣ୍ତ ଭିଆଇଛନ୍ତି ସ୍ୱାମୀ । ପ୍ରତିଦିନ ଭିନ୍ନ ଭିନ୍ନ ପୁରୁଷଙ୍କୁ ଡାକି ଘରେ ରଚାଇଥିଲେ କାଣ୍ତ । ଏହି ଘଟଣାରେ ଏଯାଏଁ ମୋଟ ୯୨ ଟି ଦୁଷ୍କର୍ମ ମାମଲା ରୁଜୁ ହୋଇଛି । ଯେଉଁମାନଙ୍କ ମଧ୍ୟରୁ ୫୧ ଜଣ ୨୬ରୁ ୭୩ ବୟସର ବ୍ୟକ୍ତି ରହିଛନ୍ତି । ଅଭିଯୁକ୍ତ ସ୍ୱାମୀଙ୍କ ନାଁ ହେଉଛି ଡୋମିନିକ୍ୟୁ ।

ସୂଚନାନୁଯାୟୀ ଡୋମିନିକ୍ୟୁ ପ୍ରତିଦିନ ସ୍ତ୍ରୀଙ୍କୁ ଖାଇବାରେ ନିଶା ବଟିକା ମିଶାଇ ଦେଉଥିଲେ । ସ୍ତ୍ରୀ ବେହୋସ ହେବା ପରେ ଅଜଣା ବ୍ୟକ୍ତିଙ୍କୁ ଘରକୁ ଡାକି ସ୍ତ୍ରୀ ସହ ଶାରିରୀକ ସମ୍ପର୍କ ରଖୁଥିଲେ । ଆଶ୍ଚର୍ଯ୍ୟର କଥା ହେଲା ସେହି ସମୟର ଅନେକ ଭିଡିଓ ରେକର୍ଡ କରି ପେନଡ୍ରାଇଭ୍‌ରେ ଲୁଚାଇ ରଖୁଥିଲେ । ପୋଲିସର କହିବାନୁଯାୟୀ ଡୋମିନିକ୍ୟୁ ଏଭଳି ଘଟଣା ୨୦୧୧ରୁ ୨୦୨୦ ମଧ୍ୟରେ ଘଟାଇଛନ୍ତି ।

ଡୋମିନିକ୍ୟୁ ତାଙ୍କ ସ୍ତ୍ରୀ ଫ୍ରାଙ୍କୋଇସ୍‌ଙ୍କୁ ୫୦ ବର୍ଷ ତଳେ ବିବାହ କରିଥିଲେ । ତାଙ୍କର ୩ଟି ସନ୍ତାନ ମଧ୍ୟ ରହିଛି । ସ୍ତ୍ରୀ ସହ ଘଟାଉଥିବା ଏଭଳି କାଣ୍ତକୁ ଧରା ପକାଇଦେଇଥିଲା ବେଆଇନ୍‌ ଆପ୍‌ । ଯେଉଁଥିରେ ଶାରିରୀକ ସମ୍ପର୍କ ନେଇ ଚାଟ୍‌ କରାଯାଏ । ସ୍ୱାମୀ ଏତେ ସଇତାନ ଥିଲେ ଯେ ଏଭଳି ଭୟାନକ କାଣ୍ତ ଘଟାଇଲା ବେଳେ କାଳେ ସ୍ତ୍ରୀ ନିଶାରୁ ଉଠିଯିବେ, ସେଥିପାଇଁ ଘରକୁ ଆସୁଥିବା ବ୍ୟକ୍ତିଙ୍କୁ ଗୁଟଖା ଓ ଅତର ବ୍ୟବହାର କରିବାକୁ ବାରଣ କରିଥିଲେ । ଏ ଘଟଣା ସମ୍ପର୍କରେ ଯେମିତି କେହି ଟେର୍‌ ନପାଇବେ, ସେଥିପାଇଁ ପାର୍କିଂ ଓ କପଡ଼ା ବଦଳିବା ଠିକଣା ବି ବଦଳାଇ ଦେଇଥିଲେ । ରୁମ୍‌ର ଲାଇଟ୍‌ ବି ବନ୍ଦ ରଖୁଥିଲେ ।

ଏ ପୂରା ଘଟଣା ଜାଣିବା ପରେ ମାନସିକ ସନ୍ତୁଳନ ହରାଇବା ସହ ତୁରନ୍ତ ଛାଡ଼ପତ୍ର ଦେବା ପାଇଁ ଆବେଦନ କରିଛନ୍ତି ସ୍ତ୍ରୀ ।