Advertisment

୨୨ ଦିନ ମଜୁରିଆଙ୍କ ଆକାଉଣ୍ଟକୁ ଆସିଲା ୮୦ କୋଟି ଟଙ୍କା, ଦେଲା କିଏ..?

ଗୁରୁତ୍ୱପୂର୍ଣ୍ଣ କଥା ହେଲା, ଏହି ଟଙ୍କା ବିଷୟରେ କୌଣସି ବି ଶ୍ରମିକ ଜାଣିନାହାନ୍ତି । କେଉଁଠୁ ଏହି ଟଙ୍କା ଆସିଲା, କିଏ ପଠାଇଲା, ତାହା ସେମାନଙ୍କୁ ଜଣାନାହିଁ ।

author-image
Satyendu Shekher Mishra
ଅଦ୍ୟତନ ହୋଇଛି
Black Money, Fake Account

Black Money, Fake Account

ଦିନ ମଜୁରିଆଙ୍କ ଆକାଉଣ୍ଟରେ କୋଟି କୋଟି ଟଙ୍କା । କେଉଁଠୁ ଆସିଲା କିଏ ଦେଲା କେହି ଜାଣି ନାହାନ୍ତି । ପୋଲିସର ମୁଣ୍ଡ ବି ଗୋଲ । ମଧ୍ୟ ପ୍ରଦେଶର ବାଲଘାଟରୁ ସାମ୍ନାକୁ ଆସିଛି ଏଭଳି ଏକ ଅଜବ ଘଟଣା । ବାରାସିବନିର ପ୍ରାୟ ୨୨ ଜଣ ଦିନ ମଜୁରିଆଙ୍କ ବ୍ୟାଙ୍କ ଆକାଉଣ୍ଟକୁ ଅଚାନକ ଆସିଲା ୮୦ କୋଟି ଟଙ୍କା । କିନ୍ତୁ ଗୁରୁତ୍ୱପୂର୍ଣ୍ଣ କଥା ହେଲା, ଏହି ଟଙ୍କା ବିଷୟରେ କୌଣସି ବି ଶ୍ରମିକ ଜାଣିନାହାନ୍ତି । କେଉଁଠୁ ଏହି ଟଙ୍କା ଆସିଲା, କିଏ ପଠାଇଲା, ତାହା ସେମାନଙ୍କୁ ଜଣାନାହିଁ ।

Advertisment

ଆଉ ଏହାଠାରୁ ବି ବଡ଼ ରୋଚକ କଥା ହେଲା, ସେମାନଙ୍କ ନାଁରେ ବ୍ୟାଙ୍କରେ ଆକାଉଣ୍ଟ ଖୋଲା ଯାଇଛି, ତାହା ମଧ୍ୟ ସେମାନେ ଜାଣିନାହାନ୍ତି । ତାଙ୍କ ଆକାଉଣ୍ଟରେ ଟଙ୍କା କୋଟି କୋଟି ଟଙ୍କା ଥିବା କଥା ସେମାନେ ସେତେବେଳେ ଜାଣିଥିଲେ ଯେତେବେଳେ ମୁମ୍ବାଇ ପୋଲିସର ଏକ ସାଇବର କ୍ରାଇମ୍‌ ୟୁନିଟ୍ ସେମାନଙ୍କ ଘରେ ପହଞ୍ଚିଥିଲା । ଅଧିକାରୀମାନେ ପହଞ୍ଚି ଟଙ୍କା କେଉଁଠୁ ଆସିଲା ବୋଲି ଦିନ ମଜୁରିଆଙ୍କୁ ପଚରାଉଚରା କରିଥିଲେ । ହେଲେ ଏହି ପ୍ରଶ୍ନର ଉତ୍ତର ସେମାନେ ଦେଇପାରିନଥିଲେ । ପୋଲିସ ଏହି ଘଟଣାର ଏବେ ତଦନ୍ତ କରୁଛି ।

ବ୍ୟାଙ୍କରେ ଆକାଉଣ୍ଟ ଅଛି ବୋଲି ଜାଣିନଥିଲେ ଦିନ ମଜୁରିଆ

ସାଇବର କ୍ରାଇମ ୟୁନିଟ ଯେତେବେଳେ ଦିନ ମଜୁରିଆଙ୍କ ଘରେ ପହଞ୍ଚି ତାଙ୍କୁ ଏହି ଟଙ୍କା ବାବଦରେ ପଚାରିଥିଲା, ସେତେବେଳେ ଏହା ଶୁଣି ଶ୍ରମିକମାନେ ଆଶ୍ଚର୍ଯ୍ୟ ହୋଇଯାଇଥିଲେ । ଆଉ କହିଥିଲେ ‘ଆମ ନାଁରେ ବ୍ୟାଙ୍କ ଆକାଉଣ୍ଟ ଅଛି ବୋଲି ଆମେ ଜାଣି ନାହୁଁ । ଏମିତିକି କୋଟିରେ କେତେଟା ଶୂନ ରହୁଛି ତାହା ମଧ୍ୟ ଆମେ ଜାଣି ନାହୁଁ ।’

Advertisment

ଦିନ ମଜୁରିଆଙ୍କଠାରୁ ଏଭଳି କଥା ଶୁଣିବା ପରେ ପୋଲିସର ସନ୍ଦେହ ହେଲା, ଏମାନଙ୍କ ପରିଚୟପତ୍ରକୁ ବ୍ୟବହାର କରି କେହି ଜଣେ ଦୁର୍ବତ୍ତ ଫେକ୍‌ ଆକାଉଣ୍ଟ ଖୋଲିଛି । ଆଉ ଏହି ଫେକ୍‌ ଆକାଉଣ୍ଟ ମାଧ୍ୟମରେ କଳା ଟଙ୍କା ନେଣ ଦେଣ କରାଯାଉଛି । ଏହି ସବୁ ଫେକ୍‌ ଆକାଉଣ୍ଟ ଭୋପାଲଠାରୁ ପ୍ରାୟ ୪୬୦ କିଲୋମିଟର ଦୂରରେ ଥିବା ମହାରାଷ୍ଟ୍ର ସୀମାକୁ ଲାଗିଥିବା ବାରାସିବନୀର ଏକ ପ୍ରାଇଭେଟ ବ୍ୟାଙ୍କରେ ଖୋଲାଯାଇଥିବା ପୋଲିସ କହିଛି ।

ତେବେ କୋଟି କୋଟି ଟଙ୍କା ନେଣ ଦେଣ ନେଇ ଯେତେବେଳେ ପୋଲିସ ୫ ଜଣ ଦିନ ମଜୁରିଆଙ୍କୁ ନୋଟିସ କରିଥିଲା, ସେତେବେଳେ ସେମାନେ ଏକଥା ଜାଣିନଥିବା କହିବା ସହ ସେଥିମଧ୍ୟରୁ କିଛି ଜଣ ପୋଲିସର ଦ୍ୱାରସ୍ଥ ମଧ୍ୟ ହୋଇଥିଲେ । ଏମିତିକି ପରେ ସୂଚନା ମିଳିଛି ଯେ, କିଛି ଦିନ ପୂର୍ବରୁ ଜଣେ ଠକ ବ୍ୟକ୍ତି ଉକ୍ତ ଦିନ ମଜୁରିଆଙ୍କଠାରୁ ସେମାନଙ୍କ ପରିଚୟପତ୍ର ନେଇଥିଲା । ଆଉ କହିଥିଲା ବ୍ୟାଙ୍କ ଆକାଉଣ୍ଟ ଖୋଲିଦେବ । କିନ୍ତୁ ୪-୫ ଦିନ ପରେ ସେ ବ୍ୟାଙ୍କ ଆକାଉଣ୍ଟ ଖୋଲି ହେବ ନାହିଁ ବୋଲି କହିଥିଲା ।

ତେବେ ଏହି ଘଟଣା ନେଇ ପୋଲିସ ଏବେ ସୁଦ୍ଧା କୌଣସି ନିଷ୍କର୍ଷରେ ପହଞ୍ଚି ପାରି ନାହିଁ । ଘଟଣାର ତଦନ୍ତ ଚାଲିଛି । ବିଭିନ୍ନ ସ୍ଥାନରେ ଚଢ଼ାଉ କରାଯାଉଛି । କେଉଁଠୁ ଟଙ୍କା ଡିପୋଜିଟ କରଯାଇଛି ସେନେଇ ମଧ୍ୟ ପୋଲିସ ତଦନ୍ତ କରୁଛି ।

Black Money Fake Account
Advertisment
Advertisment