• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Satyendu Shekher Mishra

ପୁଣି ଏକ ଲଜ୍ଜା ଜନକ ଘଟଣା । ଜଣେ ମହିଳାଙ୍କୁ ୩ ଜଣ ଦୁର୍ବୃତ୍ତ ଦୁର୍ବ୍ୟବହାର କରିବା ପରେ ତାଙ୍କ ସହ ଦୁଷ୍କର୍ମ କରିବାକୁ ଚେଷ୍ଟା କରିଥିଲେ । ହେଲେ ସଫଳ ହୋଇପାରିନଥିଲେ । କିନ୍ତୁ ମାରଧର କରି ମହିଳାଙ୍କୁ ବିବସ୍ତ୍ର କରିଦେଇଥିଲେ । ଦୁଷ୍କର୍ମ ଉଦ୍ୟମ ସଫଳ ନହେବାରୁ ଶେଷରେ ନେଇଥିଲେ ଚରମ ନିଷ୍ପତ୍ତି ।

ରାଗିଯାଇ ଦୁର୍ବୃତ୍ତମାନେ ମହିଳାଙ୍କୁ ଚଳାନ୍ତା ଟ୍ରେନ୍‌ରୁ ବାହାରକୁ ଠେଲି ଦେଇଥିଲେ । ଏହି ଘଟଣା ଗୁଜୁରାଟର ଗ୍ୱାଲିଅର ଦେଇ ଯାଉଥିବା ଏକ ଟ୍ରେନ୍‌ର ଜେନେରାଲ କମ୍ପାଟମେଣ୍ଟରେ ଘଟିଥିଲା । ଜଙ୍ଗଲ ରାସ୍ତା ଦେଇ ଟ୍ରେନ୍‌ ଯାଉଥିବା ବେଳେ ଦୁବୃର୍ତ୍ତମାନେ ମହିଳାଙ୍କୁ ବିବସ୍ତ୍ର କରି ଟ୍ରେନ୍‌ ବାହାରକୁ ଫିଙ୍ଗି ଦେଇଥିଲେ । ଖାଲି ସେତିକି ନୁହେଁ ମହିଳାଙ୍କ ସହ ଥିବା ଜଣେ ପୁରୁଷ ବନ୍ଧୁଙ୍କୁ ବି ମାଡ଼ ମାରି ଟ୍ରେନ୍‌ ବାହାରକୁ ଠେଲି ଦେଇଥିଲେ ଦୁର୍ବୃତ୍ତ ।

ଟ୍ରେନ୍‌ରୁ ପଡ଼ିବା ପରେ ସୌଭାଗ୍ୟବଶତଃ ସେମାନଙ୍କ ଜୀବନ ବଞ୍ଚିଯାଇଥିଲା । କିନ୍ତୁ ଉଭୟ ଭୟଙ୍କର ଭାବେ କ୍ଷତାକ୍ତ ହୋଇଥିଲେ । ମହିଳାଙ୍କ ସହ ଥିବା ଯୁବକ ଜଣକ ଚିରା ଫଟା କପଡ଼ାରେ ମହିଳାଙ୍କ ଉଲଗ୍ନ ଦେହକୁ ଘୋଡ଼ାଇବାକୁ ଚେଷ୍ଟା କରିଥିଲେ । ପରେ ତାଙ୍କୁ ଉଠାଇ ଜଙ୍ଗଲ ଭିତରେ ପାଖାପାଖି ୫ କିଲୋମିଟର ଚାଲି ଚାଲି ଯାଇଥିଲେ । ଏହାରି ଭିତରେ ଉଭୟ ବର୍ଷା ମାଡ଼ ବି ଖାଇଥିଲେ ।

ଜଙ୍ଗଲରୁ ବାହାରିବା ପରେ ପ୍ରାୟ ଦୁଇଟି ଗାଁ ଅତିକ୍ରମ କରିଥିଲେ । ହେଲେ କେହିବି ସେମାନଙ୍କୁ ସହଯୋଗ କରିନଥିଲେ । କିନ୍ତୁ ତୃତୀୟ ଗାଁରେ ପହଞ୍ଚିବା ପରେ ବୃଦ୍ଧ ଦମ୍ପତି ତାଙ୍କୁ ଘରକୁ ନେଇଥିଲେ । ମହିଳାଙ୍କୁ ଶାଢ଼ି ପିନ୍ଧିବାକୁ ମଧ୍ୟ ଦେଇଥିଲେ । ଏହାସହ ମହିଳାଙ୍କ କ୍ଷତ ଶରୀରରେ ମଲମ ମଧ୍ୟ ମାରିଥିଲେ । ଶେଷରେ ତାଙ୍କୁ ମେଡିକାଲରେ ଭର୍ତ୍ତି କରିବାର ବ୍ୟବସ୍ଥା ବି କରିଥିଲେ ।

ଖବରପାଇ ପୋଲିସ ପୀଡ଼ିତଙ୍କ ପଖରେ ପହଞ୍ଚିଥିବା ବେଳେ ଟିକିନିଖି କରି ସେମାନଙ୍କ ଅଭିଯୋଗ ଶୁଣିଛି । ଏହାସହ ଅଭିଯୁକ୍ତଙ୍କୁ ଧରିବା ପାଇଁ ତଦନ୍ତ ଆରମ୍ଭ କରିଛି । ବିଭିନ୍ନ ସ୍ଥାନରେ ଚଢ଼ାଉ କରିବା ସହ ପଚରାଚରା ଜାରି ରଖିଛି । ଏମିତିକି ସିସିଟିଭି ଫୁଟେଜ୍‌ ଦେଖି ଅଭିଯୁକ୍ତଙ୍କୁ ଧରିବାକୁ ଚେଷ୍ଟା କରୁଛି ପୋଲିସ ।

ଦୁର୍ବୃତ୍ତମାନେ ମହିଳାଙ୍କୁ ଦୁର୍ବ୍ୟବହାର କରି ବିବସ୍ତ୍ର କରିବା ବେଳେ ଟ୍ରେନ୍‌ରେ ଥିବା ଅନ୍ୟ ଯାତ୍ରୀମାନେ, କେହି ବି ମହିଳାଙ୍କୁ ସାହାଯ୍ୟ କରିନଥିଲେ କିମ୍ବା ରକ୍ଷା କରିନଥିଲେ । ଏନେଇ ଖୋଦ ମହିଳା ଜଣକ ପୋଲିସ ଆଗରେ ବୟାନ ରଖିଛନ୍ତି । ପୀଡ଼ିତ ମହିଳାଙ୍କ ବୟସ ୩୨ ବୋଲି ଜଣାପଡ଼ିଥିବା ବେଳେ ତାଙ୍କ ସହ ଥିବା ଯୁବକ ଜଣକ ୨୨ ବର୍ଷର ବୋଲି ଜଣାପଡ଼ିଛି । ସେମାନେ ଏକ ପ୍ରାଇଭେଟ ଫାର୍ମରେ କାମ କରନ୍ତି । ସେମାନେ ତାଙ୍କର ରେଗୁଲାର ଟ୍ରେନ୍‌ ମିସ୍‌ କରିବା ପରେ ଗ୍ୱାଲିଅରରୁ ସୁରତ ଏକ୍ସପ୍ରେସ୍‌ରେ ରାତି ପ୍ରାୟ ୧୦ଟାରେ ଚଢ଼ିଥିଲେ ।